ବଡ଼ ଖୁଲାସା: ବାଇଡେନଙ୍କୁ ରାଷ୍ଟ୍ରପତି ଭାବେ ଦେଖିବାକୁ ଚାହୁଁଥିଲା ଲାଡେନ, ୨୦୧୦ରେ ହିଁ ଦେଇଥିଲା ଏହି ଚେତାବନୀ
ପ୍ରକୃତରେ, ୯/୧୧ ଆକ୍ରମଣ ପରେ ଓସାମା ବିନ ଲାଡେନ (Osama bin Laden) ଓ ଅଲ କାଏଦା (Al-Qaeda) ଠାରୁ ପ୍ରତିଶୋଧ ନେବାକୁ ଆମେରିକା ଆଫଗାନିସ୍ତାନ ଉପରେ ଆକ୍ରମଣ କରିଥିଲା । ଯୁଦ୍ଧ ସମୟରେ ବିନ ଲାଡେନ କେବେବି ଆମେରିକାର ହାତକୁ ଆସିନଥିଲା ।
ନୂଆଦିଲ୍ଲୀ: Taliban take over Afghanistan: ଆଫଗାନିସ୍ତାନ (Afghanistan) ରୁ ସୈନ୍ୟ (US Troops) ପ୍ରତ୍ୟାହାର ଓ ସେଠାରେ ତାଲିବାନ (Taliban) ର ଦଖଲ ପରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ (US President Joe Biden) କ୍ରମାଗତ ସମାଲୋଚନାର ଶିକାର ହେଉଛନ୍ତି । କୁହାଯାଉଛି ଯେ ତାଙ୍କର ଏହି ନିଷ୍ପତ୍ତି କେବଳ ଆଫଗାନିସ୍ତାନ ପାଇଁ ନୁହେଁ, ଆମେରିକା (America) ପାଇଁ ମଧ୍ୟ ଏକ ନୂଆ ସଙ୍କଟ ଆଣିବ । ଏହି ସମୟରେ ଏକ ରିପୋର୍ଟରେ ଅଲ-କାଏଦା ମୁଖ୍ୟ ଓସାମା ବିନ୍ ଲାଡେନ (al-Qaeda chief Osama bin Laden) ଦ୍ୱାରା ୨୦୧୦ ମସିହାରେ ଲେଖାଯାଇଥିବା ଏକ ଚିଠିର ଖୁଲାସା କରାଯାଇଛି । ଦାବି କରାଯାଇଛି ଯେ ଏହି ଚିଠିରେ ଲାଡେନ ବାଇଡେନ (Joe Biden) ଙ୍କ ରାଷ୍ଟ୍ରପତି ହେବା ବିଷୟରେ ଉଲ୍ଲେଖ କରିଥିଲା । ଏଥି ସହିତ ବାଇଡେନ ନିଜେ ଆମେରିକା ସାମ୍ନାରେ ଅନେକ ସମସ୍ୟା ସୃଷ୍ଟି କରିବେ ବୋଲି କୁହାଯାଇଥିଲା । ଓସାମା (Osama bin Laden) ମନେ କରୁଥିଲା ଯେ ବାଇଡେନ ଜଣେ ଅଯୋଗ୍ୟ ରାଷ୍ଟ୍ରପତି ବୋଲି ପ୍ରମାଣ କରିବେ ।
ଅଲ କାଏଦାକୁ ଦେଇଥିଲା ଏହି ଚେତାବନୀ
ପ୍ରକୃତରେ, ୯/୧୧ ଆକ୍ରମଣ ପରେ ଓସାମା ବିନ ଲାଡେନ (Osama bin Laden) ଓ ଅଲ କାଏଦା (Al-Qaeda) ଠାରୁ ପ୍ରତିଶୋଧ ନେବାକୁ ଆମେରିକା ଆଫଗାନିସ୍ତାନ ଉପରେ ଆକ୍ରମଣ କରିଥିଲା । ଯୁଦ୍ଧ ସମୟରେ ବିନ ଲାଡେନ କେବେବି ଆମେରିକାର ହାତକୁ ଆସିନଥିଲା । ୧୦ ବର୍ଷ ଅର୍ଥାତ୍ ୨ ମଇ ୨୦୧୧ରେ ଆମେରିକା ତାକୁ ପାକିସ୍ତାନର ଆବଟ୍ଟାବାଦରେ ଖୋଜି ବାହାର କରିଥିଲା ଓ ଗୁପ୍ତ ସାମରିକ ଅପରେସନରେ ଲାଡେନ ନିହତ ହୋଇଥିଲା । ଏହାପୂର୍ବରୁ ୨୦୧୦ରେ ବିନ ଲାଡେନ ଶେଖ ମହମୁଦ ନାମକ ଜଣେ ବ୍ୟକ୍ତିକୁ ୪୮ ପୃଷ୍ଠାର ଲମ୍ବା ଚିଠି ଲେଖିଥିଲା । ମିଡିଆ ରିପୋର୍ଟ ଅନୁଯାୟୀ, ଏହି ଚିଠିରେ ଓସାମା ନିଜ ସଂଗଠନ ଅଲ କାଏଦାକୁ ଚେତାବନୀ ଦେଇଥିଲା ଯେ ସେମାନେ ଜୋ ବାଇଡେନଙ୍କୁ ଟାର୍ଗେଟ ନ କରୁ । ଓସାମା ମନେ କରୁଥିଲା ଯେ ଯଦି ତତ୍କାଳୀନ ରାଷ୍ଟ୍ରପତି ବାରାକ ଓବାମା (Barack Obama) ଙ୍କ ସହିତ କିଛି ଘଟିଥାନ୍ତା, ତେବେ ତାଙ୍କ ଉତ୍ତରାଧିକାରୀ (ଜୋ ବାଇଡେନ୍) ଆମେରିକାକୁ ବହୁତ ଅସୁବିଧାରେ ପକାଇବେ ।
ଅଧିକ ପଢ଼ନ୍ତୁ:-ଆମେରିକାର ଦାବି, ଏହି କାରଣରୁ ତାଲିବାନ ସହ ହାତ ମିଳାଇଛି ପାକିସ୍ତାନ
ଅଧିକ ପଢ଼ନ୍ତୁ:-ଖୁସି ଖବର! ବଢ଼ିପାରେ ଅବସର ବୟସ ଓ ପେନସନ ରାଶି, ଜାଣନ୍ତୁ ମୋଦି ସରକାରଙ୍କ କ’ଣ ରହିଛି ଯୋଜନା?
ଅଧିକ ପଢ଼ନ୍ତୁ:-ପୁଣି ଖସିଲା ପେଟ୍ରୋଲ-ଡିଜେଲ ଦର, ଜାଣନ୍ତୁ କ'ଣ ରହିଛି ଆଜି ରେଟ୍
ଅଧିକ ପଢ଼ନ୍ତୁ:-କୋରୋନା ମାମଲାରେ ଆଶ୍ୱସ୍ତିକର ଖବର: ଦିନକରେ ଚିହ୍ନଟ ହେଲା ଏତିକି ସଂକ୍ରମିତ, ମୃତ୍ୟୁ ବରଣ କଲେ ୪୦୩ ଆକ୍ରାନ୍ତ
ଆକ୍ରମଣ କରିବା ପାଇଁ ଦୁଇଟି ଦଳ ଗଠନ କରିବାକୁ ଚାହୁଁଥିଲା ଲାଡେନ
ସୂଚନା ଅନୁଯାୟୀ, ମେ ୨୦୧୦ରେ ଏହି ଚିଠି ଲେଖାଯାଇଛି । ଏହି ଚିଠିରେ ୯/୧୧ ମାଷ୍ଟରମାଇଣ୍ଡ ଓସାମା ଲେଖିଥିଲା ଯେ ବାଇଡେନଙ୍କୁ ହତ୍ୟା କରିବା ପାଇଁ ସେ କୌଣସି ପ୍ରକାର ଷଡଯନ୍ତ୍ର କରି ନାହିଁ, କାରଣ ସେ ବିଶ୍ୱାସ କରୁଥିଲା ଯେ ବାଇଡେନ ଆମେରିକା ସମ୍ଭାଳିବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ନୁହଁନ୍ତି । ବିନ୍ ଲାଡେନ ୪୮ ପୃଷ୍ଠାର ଚିଠିର ୩୬ ପୃଷ୍ଠାରେ ଲେଖିଥିଲା ଯେ ସେ ଆକ୍ରମଣ ପାଇଁ ଦୁଇଟି ସ୍କ୍ୱାଡ୍ ପ୍ରସ୍ତୁତ କରିବାକୁ ଚାହୁଁଛି । ଗୋଟିଏ ଦଳ ପାକିସ୍ତାନରେ ଓ ଅନ୍ୟ ଏକ ଆଫଗାନିସ୍ତାନରେ ରହିବ ।
ଏହି ଦଳର ଉଦ୍ଦେଶ୍ୟ ତତ୍କାଳୀନ ଆମେରିକାର ରାଷ୍ଟ୍ରପତି ବାରାକ ଓବାମା ଓ ପୂର୍ବତନ ସିଆଇଏ ନିର୍ଦ୍ଦେଶକ ଡେଭିଡ ପେଟ୍ରାୟସଙ୍କୁ ଆକ୍ରମଣ କରିବା । ଏହି ଦୁଇ ନେତା ଯେତେବେଳେ ପାକିସ୍ତାନ କିମ୍ବା ଆଫଗାନିସ୍ତାନ ଗସ୍ତ କରିବେ ସେତେବେଳେ ଏହି ଆକ୍ରମଣ ହେବ । ବିନ ଲାଡେନ ମନେ କରୁଥିଲା ଯେ ଯଦି ଓବାମା ରାସ୍ତାରୁ ହଟି ଯାଆନ୍ତି, ତେବେ ବାଇଡେନ ତାଙ୍କ କାର୍ଯ୍ୟକାଳର ଅବଶିଷ୍ଟ ସମୟ ପାଇଁ ରାଷ୍ଟ୍ରପତି ହେବେ ଏବଂ ବାଇଡେନ ଏହି ଦାୟିତ୍ୱ ପାଇଁ ପ୍ରସ୍ତୁତ ନ ଥିବାରୁ ଆମେରିକା ସ୍ୱୟଂଚାଳିତ ଭାବରେ ସଙ୍କଟରେ ପଡ଼ିବ ।
କାହିଁକି ଟାର୍ଗେଟରେ ଅଛନ୍ତି ବାଇଡେନ?
ଆମେରିକାର ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଜୁଲାଇ ୧୩ରେ ଅନେକ କୂଟନୀତିଜ୍ଞ ଆମେରିକାର ବୈଦେଶିକ ସଚିବ ଆନ୍ଥୋନୀ ବ୍ଲିଙ୍କେନଙ୍କୁ ଏକ ଗୁପ୍ତ ଚିଠି ଲେଖିଥିଲେ । ଏଥିରେ କୁହାଯାଇଛି ଯେ ତାଲିବାନ ଆଫଗାନିସ୍ତାନକୁ ଶୀଘ୍ର ଦଖଲ କରୁଛି । କାବୁଲ ବିପଦରେ ରହିଛି । ଏହା ସତ୍ତ୍ୱେ ଆମେରିକାର ରାଷ୍ଟ୍ରପତି ବାଇଡେନ କହିବା ଜାରି ରଖିଥିଲେ ଯେ ତାଲିବାନ ଦ୍ୱାରା ଆଫଗାନିସ୍ତାନକୁ କବଜା କରିବା ସମ୍ଭବ ନୁହେଁ ଓ କାବୁଲର ଅବସ୍ଥା ଆହୁରି ଖରାପ ହେବ ନାହିଁ ।