America: ଆମେରିକାର ମିସିସିପିରେ (Mississippi) ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଟୁପେଲୋ ସହରରେ ଜଣେ ବ୍ୟକ୍ତି ଏକ ଛୋଟ ବିମାନ ଚୋରି କରିନେଇଛି । ବିମାନ ଚୋରି କରିବା ପରେ ସେ ସହର ଉପରେ ଉଡ଼ାଣ ଜାରି ରଖିଛି । ଏହା ସହିତ ସେ ୱାଲମାର୍ଟ ଷ୍ଟୋର (Walmart store) ଉପରେ ବିମାନକୁ କ୍ରାଶ କରିଦେବାକୁ ଧମକ ଦେଉଛି । ପୋଲିସର ସୂଚନାନୁସାରେ, ଏହି ଘଟଣା ଆମେରିକାର ସମୟ ସକାଳ ୫ ଟାରେ ଘଟିଛି ।


COMMERCIAL BREAK
SCROLL TO CONTINUE READING

ସୂଚନା ଅନୁଯାୟୀ, ବିମାନ ଚୋରି କରିଥିବା ପାଇଲଟ ୯୧୧ ରେ ପୋଲିସକୁ ଫୋନ କରିଥିଲା । ତାଙ୍କ ଧମକ ପରେ ଆମେରିକା ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ମଲ୍ ଓ ଏହାର ଆଖପାଖ ଅଞ୍ଚଳର ଲୋକଙ୍କୁ ସ୍ଥାନାନ୍ତର କରିଛି । ଏହା ସହିତ ପୋଲିସ ଏକ ଚେତାବନୀ ଦେଇଛି ଯେ, ବିପଦ ନ ଟଳିବା ପର୍ଯ୍ୟନ୍ତ ଲୋକମାନେ ସେ ପାର୍ଶ୍ୱକୁ ନ ଯିବା ଉଚିତ୍ ।


ଏହି ବିମାନଟି ଉଡ଼ିବାର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି । ଏହା, ଘର ଓ ଦୋକାନ ଉପରେ କ୍ରମାଗତ ଭାବରେ ଘୁରି ବୁଲୁଥିବାର ଦେଖାଯାଏ । ଏହି ସମୟରେ ଟୁପେଲୋ ପୋଲିସ ବିଭାଗ ପକ୍ଷରୁ ଏକ ବୟାନ ଜାରି କରାଯାଇଛି । ଏହି ଅନୁଯାୟୀ, ଚୋରି ହୋଇଥିବା ବିମାନ କିଙ୍ଗ ଏୟାର ଟାଇପର ଅଟେ । ଘଟଣାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ପୋଲିସ ଏକ ସତର୍କ ସୂଚନା ଜାରି କରିଛି । ଯେଉଁ ସ୍ଥାନକୁ ବିମାନ କ୍ରାଶ କରିବାକୁ ଧମକ ଦିଆଯାଇଛି, ସେହି ସ୍ଥାନର ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି ।



କହିରଖୁଛୁ ଯେ ୱାଲମାର୍ଟ ଷ୍ଟୋରସ୍ କର୍ପୋରେସନ୍ ହେଉଛି ଏକ ଆମେରିକୀୟ କମ୍ପାନୀ ଯାହା ବର୍ତ୍ତମାନ ଦୁନିଆର ସବୁଠୁ ବଡ ରିଟେଲ କମ୍ପାନୀ ହୋଇପାରିଛି । ଏହାର ବାର୍ଷିକ କାରବାର ହେଉଛି ଅନେକ କୋଟି ଟଙ୍କା । ଦୁନିଆରେ ଖାଦ୍ୟ ଓ ପାନୀୟ ବିକ୍ରୟ କରୁଥିବା ଏହା ଏକ ଜଣାଶୁଣା କମ୍ପାନୀ । ୱାଲମାର୍ଟ ଦୁନିଆର ଅନେକ ଦେଶରେ ନିଜକୁ ପ୍ରମାଣିତ କରିଛି ଓ ଏହାର ବ୍ୟବସାୟ ବିସ୍ତାର କରିଛି । ଏହାର ଲୋକପ୍ରିୟତାକୁ ଆକଳନ କରାଯାଇପାରେ ଯେ ଏହି କମ୍ପାନୀରେ ୨୧ ଲକ୍ଷରୁ ଅଧିକ ଲୋକ କାମ କରନ୍ତି । 


ପୋଲିସ କହିଛି ଯେ ବିମାନଟି ପ୍ରାୟ ସକାଳ ୫ ଟାରେ ଉଡ଼ିବ ଆରମ୍ଭ କରିଥିଲା ଓ ୩ ଘଣ୍ଟାରୁ ଅଧିକ ସମୟ ପରେ ମଧ୍ୟ ଆକାଶରେ ଥି ଲା। ମିସିସିପି ଗୋଆ ଟେଟ୍ ରିଭସ୍ କହିଛନ୍ତି ଯେ ରାଜ୍ୟର ଆଇନ ଶୃଙ୍ଖଳା ଓ ଜରୁରୀକାଳୀନ ପରିଚାଳକମାନେ ଉଦ୍ବେଗଜନକ ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି । ସେ କହିଛନ୍ତି ଯେ ସମସ୍ତ ନାଗରିକ ସଜାଗ ରହିବା ଉଚିତ୍ ।


ଏହା ବି ପଢ଼ନ୍ତୁ: India Economy: ୨୦୦ ବର୍ଷ ଶାସନର ଜବାବ, ବ୍ରିଟେନକୁ ମାତ ଦେଇ କିପରି ପଞ୍ଚମ ସ୍ଥାନ ପାଇଲା ଭାରତ?