ୱାଶିଂଟନ: ଅନ୍ତରାଷ୍ଟ୍ରୀୟ ସ୍ତରରେ ବାଣିଜ୍ୟ ଯୁଦ୍ଧ(ଟ୍ରେଡ ୱାର-Trade War) କାରଣରୁ ପରସ୍ପର ସହ ମୁହାଁମୁହିଁ ହୋଇଥିବା ଆମେରିକା-ଚୀନ ବିବାଦ ଏବେ ସୂଚନା ଏବଂ ପ୍ରଯୁକ୍ତିବିଦ୍ୟା-ଆଇଟି(InforMation & Technology)  ଜଗତକୁ ପ୍ରବେଶ କରିସାରିଛି। ଭାରତ ରାସ୍ତାରେ ଅଗ୍ରସର ହୋଇ ଆମେରିକା, ଚୀନୀ ଭିତ୍ତିକ ଆପ୍ ଉପରେ ଲଗାମ କଷିବାକୁ ଯୋନନା କରିଛି।


COMMERCIAL BREAK
SCROLL TO CONTINUE READING

ଏନେଇ ସୋମବାର ଫକ୍ସ ନ୍ୟୁଜ ଚ୍ୟାନେଲ ସହ ହୋଇଥିବା ସାକ୍ଷାତକାରରେ ଆମେରିକୀୟ ବୈଦେଶିକ ମାଇକ ପମ୍ପେଓ କହିଛନ୍ତି, "ଆମେରିକା ଟିକଟକ ସମେତ ବିଭିନ୍ନ ଚୀନୀ ଭିତ୍ତିକି ସୋସିଆଲ ମିଡିଆ ଆପ ଉପରେ ପ୍ରତିବନ୍ଧକ ଲଗାଇବାକୁ ବିଚାର ବିମର୍ଶ କରୁଛି। ଯଦିଓ ଏନେଇ ରାଷ୍ଟ୍ରପତି ଡୋନାଲ ଟ୍ରମ୍ପଙ୍କୁ ଅବଗତ କରାଯାଇନାହିଁ, ମାତ୍ର ଏପରି ପଦକ୍ଷେପ ନେବା ଉପରେ ବିଭିନ୍ନ ଦିଗକୁ ନଜର ରଖାଯାଇଛି।              


କୋରୋନା ମହାମାରୀର ମୁକାବିଲା, ହଂକଂ ବିକ୍ଷୋଭରେ ଚୀନ ହସ୍ତକ୍ଷେପ, ଦୁଇ ବର୍ଷ ଧରି ବାଣିଜ୍ୟ ଯୁଦ୍ଧ ସମୟରେ ଉପରୋକ୍ତ ପ୍ରତିକ୍ରିୟା ରଖିଛନ୍ତି ଆମେରିକାର ବୈଦେଶିକ ସଚିବ।              


ଚୀନ ଭିତ୍ତିକ ସୋସିଆଲ ମିଡିଆ ଆପ ଟିକଟିକ ଜାତୀୟ ସୁରକ୍ଷା ପ୍ରତି ବିପଦ ବୋଲି ମତ ରଖିଛନ୍ତି ଆମେରିକୀୟ ଆଇନଜୀବୀ । ଏହି ଆପ ନିର୍ମାତା କମ୍ପାନୀ ମାଧ୍ୟମରେ ଚୀନର କ୍ଷମତାସୀନ କମ୍ୟୁନିଷ୍ଟ ସରକାର ଗୁପ୍ତଚର ବୃତ୍ତିରେ ଜଡିତ ଥିବାର ଅଭିଯୋଗ ଆଣିଛନ୍ତି ସେମାନେ । 


ଟିକଟକ ଭଳି ସୋସିଆଲ ମିଡିଆ ଆପ ଚୀନରେ ଉପଲବ୍ଧ ନଥିବା ବେଳେ, ବିଶ୍ୱରେ କୋଣ ଅନୁକୋଣରେ ନିଜର ଉପସ୍ଥିତି ଜାହିର କରିଛି। ଚୀନ ମାଟିରୁ ଏହି ଆପ ନିଜକୁ ଦୂରେଇ ରଖିବାକୁ ଚେଷ୍ଟା କରିବା ସହ ସେଠାକାର ସରକାରଙ୍କ ନିୟନ୍ତ୍ରଣରୁ ସ୍ୱାଧିନ ବୋଲି ଜଣାଉଛି । ସୋମବାର ରୟଟର ସମ୍ବାଦ ସରବରାହ ସଂସ୍ଥା(Reuter News Agency) ପକ୍ଷରୁ ଖୁବ କମ ଦିନ ମଧ୍ୟରେ ହଂଗକଂଗ ମାର୍କେଟରୁ ବିଦାୟ ନେଇପାରେ। କାରଣ ଚୀନ ଏହି ଅର୍ଦ୍ଧ ସ୍ୱୟଂଶାସିତସିତ ସହର ପାଇଁ ଏକ ନୂତନ ଜାତୀୟ ସୁରକ୍ଷା ଆଇନ ପ୍ରତିଷ୍ଠା କରିବା ପରେ ଏପରି ନିଷ୍ପତ୍ତି ନିଆଯାଇଛି ।


ଜୁନ ୧୫-୧୬ ମଧ୍ୟରାତ୍ରୀରେ ପୂର୍ବ ଲଦାଖର ଗଲୱାନ ଉପତ୍ୟାକାରେ ହୋଇଥିବା ସାମରିକ ସଂଘର୍ଷ ପରେ ଦେଶରେ ଚୀନ ବିରୋଧି ଆକ୍ରୋଶ ବଢିବାରେ ଲାଗିଥିଲା । ଏ ପ୍ରସଙ୍ଗରେ  ଭାରତ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଯାଇ ଚୀନ ଭିତ୍ତିକ ବାଇଟ ଡ୍ୟାନ୍ସ ମାଲିକାନାରେ ଥିବା ଭିଡିଓ ଆପ୍ ଟିକଟକ ସମେତ ଅନ୍ୟ ୫୮ଟି ଆପ ଉପରେ ପ୍ରତିବନ୍ଧକ ଲଗାଇଥିଲେ ।