US Plane Crash News: ବିମାନ ପାଇଁ ୯୦ ହଜାର ଘରକୁ ବିଚ୍ଛିନ୍ନ ହୋଇଯାଇଛି ବିଜୁଳି ସଂଯୋଗ। ଯୁକ୍ତରାଷ୍ଟ୍ର ଆମେରିକାର ମେରଲ୍ୟାଣ୍ଡ ରାଜ୍ୟର ଦେଖିବାକୁ ମିଳିଛି ଏଭଳି ଘଟଣା। ନଭେମ୍ବର ୨୭ ତାରିଖ ରବିବାର ରାତିରେ ଏହି ରାଜ୍ୟରେ ବିଦ୍ୟୁତ୍ ଲାଇନ ସହିତ ଏକ ଛୋଟ ବିମାନ ଧକ୍କା ହୋଇଥିଲା। ଏହି ଘଟଣା ଘଟିବା ପର ଠାରୁ ମଣ୍ଟଗୋମେରି କାଉଣ୍ଟି ଅଞ୍ଚଳରେ ବ୍ୟାପକ ବିଦ୍ୟୁତ ସରବରାହ ବିଚ୍ଛିନ୍ନ ହୋଇଥିବାର ଖବର ପ୍ରକାଶ ପାଇଛି। ସ୍ଥାନୀୟ ଅଧିକାରୀଙ୍କ କହିବା ଅନୁସାରେ ଏହି ଦୁର୍ଘଟଣାରେ କେହି ଆହତ ହୋଇନାହାଁନ୍ତି। ହେଲେ ମଣ୍ଟଗୋମେରି କାଉଣ୍ଟି ଅଞ୍ଚଳରେ ବ୍ଲାକଆଉଟ କାରଣରୁ ଯୋଗୁଁ ୯୦ ହଜାରରୁ ଅଧିକ ଘରକୁ ବିଦ୍ୟୁତ ସଂଯୋଗ ହୋଇ ପାରିନାହିଁ। ଏହା ସହିତ ଲୋକଙ୍କ ବ୍ୟବସାୟ ମଧ୍ୟ ପ୍ରଭାବିତ ହୋଇଛି। 


COMMERCIAL BREAK
SCROLL TO CONTINUE READING

ଏହି ଘଟଣାରେ ଟ୍ୱିଟ କରି ପ୍ରତିକ୍ରିୟା ରଖିଛି ମଣ୍ଟଗୋମେରି କାଉଣ୍ଟି ପୋଲିସ (Montgomery County Police Department)। ଏନେଇ କୁହାଯାଇଛି ଯେ ରୋଥବରୀ ଡକ୍ଟର ଆଣ୍ଡ ଗୋଶେନ୍ ଆରଡି ଅଞ୍ଚଳରେ ବିଦ୍ୟୁତ୍ ଲାଇନ ସହିତ ଏକ ଛୋଟ ବିମାନ ଧକ୍କା ହୋଇଥିଲା। ଯାହା ଫଳରେ ସ୍ଥାନୀୟ  ଅଞ୍ଚଳରେ ବିଦ୍ୟୁତ୍ ସରବରାହ ବନ୍ଦ ହୋଇଯାଇଥିଲା। ବର୍ଷା ପାଗ ଯୋଗୁଁ ଏହି ଛୋଟ ବିମାନ ଏକ ବ୍ୟବସାୟିକ କ୍ଷେତ୍ର ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଅନୁମାନ କରାଯାଉଛି ଯେ ବିମାନ ନିଶ୍ଚିତ ଭାବେ ୧୦ ମହଲା ପର୍ଯ୍ୟନ୍ତ ଉଚ୍ଚା ବିଦ୍ୟୁତ  ତାର ସହ ଧକ୍କା ଦେଇଛି। ବିଦ୍ୟୁତ୍ ସରବରାହ କେବେ ସ୍ୱାଭାବିକ ହେବ ତାହା ଜଣା ପଡିନାହିଁ।


ଗତ ରବିବାର ରାତିରେ ଯୁକ୍ତରାଷ୍ଟ୍ର ଆମେରିକାର (United States of America) ମେରଲ୍ୟାଣ୍ଡ ରାଜ୍ୟରେ (Maryland Province) ଏକ ଛୋଟ ବିମାନ ବିଦ୍ୟୁତ ଲାଇନ ମଧ୍ୟରେ ଫସିଯାଇଥିଲା। ଯାହା ଫଳରେ ବିଜୁଳି ସଂଯୋଗ ବିଚ୍ଛିନ୍ନ ହୋଇଯାଇଥିଲା। ଏହି ଘଟଣାରେ କେହି ଆହତ ହୋଇନାହାଁନ୍ତି। ଦୁଇ ଜଣ ଲୋକଙ୍କୁ ସୁରକ୍ଷିତ ଭାବେ ସ୍ଥାନାନ୍ତର କରାଯାଇଛି। 


Also Read: Columbia Plane Crash: ଆବାସିକ ଅଞ୍ଚଳରେ କୋଠା ସହ ପିଟିହେଲା ବିମାନ, ୮ ମୃତ


ଏହି ବିମାନ ଦୁର୍ଘଟଣା ହେତୁ ମଣ୍ଟଗୋମେରୀ କାଉଣ୍ଟି (Montgomery County) ଅଞ୍ଚଳର ୯୦ ହଜାର ଘର ଏବଂ ବ୍ୟବସାୟିକ ପ୍ରତିଷ୍ଠାନକୁ ବିଜୁଳି ସଂଯୋଗ ବିଚ୍ଛିନ୍ନ ହୋଇଯାଇଛି। ଯାହାର ଅର୍ଥ ଏହି ଅଞ୍ଚଳର ଏକ ଚତୁର୍ଥାଂଶ ଲୋକ ବିଦ୍ୟୁତ୍ ସଙ୍କଟର ସାମ୍ନା କରୁଛନ୍ତି। ମଣ୍ଟଗୋମେରି କାଉଣ୍ଟି ପୋଲିସ ବିଭାଗ ଟ୍ୱିଟ୍ କରି କହିଛି ଯେ, ଏକ ଛୋଟ ବିମାନ ରୋଥବରୀ ଡକ୍ଟର ଆଣ୍ଡ ଗୋଶେନ୍ ଆରଡି ଅଞ୍ଚଳରେ ଏକ ବିଦ୍ୟୁତ ଖୁଣ୍ଟ ସହ ପିଟି ହୋଇଯାଇଥିଲା। ଯାହା ଫଳରେ ଏଠାରେ ବିଦ୍ୟୁତ ସରବରାହ ବନ୍ଦ ହୋଇଯାଇଛି। ଘଟଣାସ୍ଥଳରୁ ଦୂରେଇ ରୁହନ୍ତୁ। କାରଣ ସେଠାରେ ଅନେକ ତାର ଅଛି ଯେଉଁଠି ବିଦ୍ୟୁତ ପ୍ରବାହ ଚାଲୁଛି।



ସଂଘୀୟ ବିମାନ ପ୍ରଶାସନ (Federal Aviation Administration) ରିପୋର୍ଟ ଅନୁଯାୟୀ, ସିଙ୍ଗଲ୍ ଇଞ୍ଜିନ୍ ବିଶିଷ୍ଟ ମୁନେ ଏମ୨ଓଜେ ବିମାନ (Mooney M20J Aircraft) ରବିବାର ଦିନ ସ୍ଥାନୀୟ ସମୟ ୫ଟା ୪୦ ମିନିଟ ସମୟରେ ଏକ ବିଦ୍ୟୁତ ଖୁଣ୍ଟ ସହିତ ମୁହାଁମୁହିଁ ଧକ୍କା ହେବା ସହ ଏହା ମଧ୍ୟରେ ଫସି ଯାଇଥିଲା। ଏହି ଦୁର୍ଘଟଣାର ଫଟୋ ଏବଂ ଭିଡିଓ ଭାଇରାଲ ହେବାରେ ଲାଗିଛି। ଯେଉଁଥିରୁ ଏହା ଦୃଶ୍ୟମାନ ହେଉଛି ଯେ ଦୁର୍ଘଟଣାଗ୍ରସ୍ତ ହେବା ପରେ ଏହି ୧୦୦ ଫୁଟ ଉଚ୍ଚା  ବିଦ୍ୟୁତ ଖୁଣ୍ଟରେ ଝୁଲି ରହିଛି।


Also Read: Peru Plane Accident: ଜର୍ଜ ଶାଭେଜ ଅନ୍ତର୍ଜାତୀୟ ବିମାନ ବନ୍ଦର କର୍ତ୍ତୃପକ୍ଷ ନା ଲଟାମ ଏୟାରଲାଇନ୍ସ, ବିମାନ ଦୁର୍ଘଟଣା ପାଇଁ ଦାୟୀ କିଏ? 



ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ ବର୍ଷା କାରଣରୁ ଏହି ବିମାନ ବାଣିଜ୍ୟିକ ଅଞ୍ଚଳ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ଦୁର୍ଘଟଣା କାହିଁକି ଘଟିଲା ବର୍ତ୍ତମାନ ତାହା ସ୍ପଷ୍ଟ ହୋଇନାହିଁ। ବିମାନ ଦଶ ମହଲା ବିଶିଷ୍ଟ ଉଚ୍ଚ ବୈଦ୍ୟୁତିକ ତାର ସହିତ ମୁହାଁମୁହିଁ ଧକ୍କା ହୋଇଥାଇ ପାରେ। ବର୍ତ୍ତମାନ ଏହାକୁ ତୁରନ୍ତ ନିଶ୍ଚିତ କରାଯାଇ ପାରିବ ନାହିଁ। ବିମାନ ଦୁର୍ଘଟଣାର ତଦନ୍ତ ଜାରି ରହିଛି।