ନୂଆଦିଲ୍ଲୀ: ଜାନୁଆରୀ ୨୦ରେ ଆମେରିକାର ନୂତନ ରାଷ୍ଟ୍ରପତି ଜୋ ବାଇଡେନ (Joe Biden) ୪୬ ତମ ରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କରିବେ । ଶପଥ ଗ୍ରହଣ ପୂର୍ବରୁ ବାଇଡେନ ତାଙ୍କ ଟିମ ପ୍ରସ୍ତୁତ କରିସାରିଛନ୍ତି । ଆଉ ଲଗାତର ତାଙ୍କ ପ୍ରଶାସନରେ ଯୋଗଦେଉଥିବା ଲୋକଙ୍କ ନାମ ବାହାରକୁ ଆସୁଛି । ବାଇଡେନଙ୍କ ଟିମରେ ଏପରି ଜଣେ ବ୍ୟକ୍ତିଙ୍କୁ ନିଯୁକ୍ତ କରାଯାଇଛି ଯିଏ ଆଗାମୀ ଦିନରେ ଭାରତ ପାଇଁ ସମସ୍ୟା ସୃଷ୍ଟି କରିପାରେ । ପାକିସ୍ତାନୀ-ଆମେରିକୀୟ ସଲମାନ ଅହମ୍ମଦ (Salman Ahmed) ଙ୍କୁ ବାଇଡେନ ତାଙ୍କ ବୈଦେଶିକ ନୀତି ଦଳରେ ସାମିଲ କରିଛନ୍ତି । ଏହି ନିଯୁକ୍ତି ଭାରତ ପାଇଁ ମୁଣ୍ଡବ୍ୟଥାର କାରଣ ହୋଇପାରେ । ସଲମାନ ଅହମ୍ମଦଙ୍କ ପୂର୍ବରୁ ବାଇଡେନ ଅନ୍ୟ ଜଣେ ପାକିସ୍ତାନୀ ତାଙ୍କ ଟିମରେ ସ୍ଥାନ ଦେଇଛନ୍ତି । ଡିସେମ୍ବରରେ ବାଇଡେନ ତାଙ୍କ ଟିମରେ ଡେପୁଟି ଜାତୀୟ ଜଳବାୟୁ ପରାମର୍ଶଦାତା ଭାବରେ ଅଲି ଜୈଦିଙ୍କୁ ନିଯୁକ୍ତି କରିବାର ଘୋଷଣା କରିଥିଲେ ।


COMMERCIAL BREAK
SCROLL TO CONTINUE READING

ଅଧିକ ପଢ଼ନ୍ତୁ:-ତାମିଲନାଡୁରେ ହେବ କ୍ଷମତା ପରିବର୍ତ୍ତନ, ଏଥର DMK-କଂଗ୍ରେସର ମେଣ୍ଟ ସରକାର: ସର୍ଭେ


ଶୁକ୍ରବାର ବାଇଡେନ ସଲମାନ ଅହମ୍ମଦଙ୍କ ନିଯୁକ୍ତି ଉପରେ ମହର ଲଗାଇଛନ୍ତି । ସଲମାନ ପୂର୍ବରୁ ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମାଙ୍କ ରଣନୀତିକ ଯୋଜନା ଦଳର ମୁଖ୍ୟ ରହିଆସିଛନ୍ତି । ବର୍ତ୍ତମାନ ସେ ଆମେରିକାର ବୈଦେଶିକ ବିଭାଗରେ ନିର୍ଦ୍ଦେଶକ ନୀତି ଯୋଜନାରେ ସାମିଲ ହେଉଛନ୍ତି । ମିଳିତ ଜାତିସଂଘରେ ଆମେରିକାର ମିଶନରେ ଅହମ୍ମଦଙ୍କୁ ଚିଫ୍ ଷ୍ଟାଫ୍ ଭାବରେ ଦାୟିତ୍ୱ ପ୍ରଦାନ କରାଯାଇଛି । ଏଥିସହ ସେ ଜାତିସଂଘରେ ଆମେରିକାର ସ୍ଥାୟୀ ପ୍ରତିନିଧୀର ପରାମର୍ଶଦାତା ରହିଥିଲେ ।


ଅଧିକ ପଢ଼ନ୍ତୁ:-ସିନ୍ଧିଆଙ୍କୁ 'ଠକି' ଦେଇଛି କି ବିଜେପି?


୨୦୦୯ ମସିହାରେ ସଲମାନ ଅହମ୍ମଦଙ୍କ ଏଣ୍ଟ୍ରି ବୈଦେଶିକ ବିଭାଗରେ ହୋଇଥିଲା । ସେ ଏହାପୂର୍ବରୁ ସେ ପ୍ରିନ୍ସଟନ୍ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ୱୁଡ୍ରୁ ୱିଲସନ୍ ସ୍କୁଲ୍ ଅଫ୍ ପବ୍ଲିକ୍ ଆଣ୍ଡ ଇଣ୍ଟରନ୍ୟାସନାଲ ଆଫେୟାର୍ସରେ ଜଣେ ଗବେଷକ ସ୍କୋଲର ଥିଲେ । ସେ ପ୍ରାୟ ୧୪ ବର୍ଷ ଜାତିସଂଘରେ କାର୍ଯ୍ୟ କରିଛନ୍ତି । ଏହି ସମୟ ମଧ୍ୟରେ ସେ ଶାନ୍ତି ରକ୍ଷା ଅପରେସନର ମୁଖ୍ୟଙ୍କ ଦାୟିତ୍ୱ ତୁଲାଇଥିଲେ ।


ଅହମ୍ମଦ କେମ୍ବ୍ରିଜ ବିଶ୍ୱବିଦ୍ୟାଳୟରୁ ଆନ୍ତର୍ଜାତୀୟ ସମ୍ପର୍କରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି । ଏଥିସହ ସେ ନ୍ୟୁୟର୍କ ୟୁନିଭର୍ସିଟିର ଷ୍ଟର୍ନ ସ୍କୁଲ ଅଫ୍ ବିଜିନେସରୁ ବିଜ୍ଞାନ ଏବଂ ଅର୍ଥନୀତିରେ ଡିଗ୍ରୀ ହାସଲ କରିଛନ୍ତି । ଅନ୍ତର୍ଜାତୀୟ ଶାନ୍ତି ପାଇଁ କାର୍ନେଜି ଏଣ୍ଡୋମେଣ୍ଟ ଫର ଇଣ୍ଟରନେଶନାଲ ପିସ୍ ସହ ସିନିୟର ଫେଲୋ ଭାବରେ ଅହମ୍ମଦଙ୍କୁ ପୋଷ୍ଟ କରାଯାଇଥିଲା । ଏଠାରେ ସେ ଏପରି ଅନେକ ଟାସ୍କ ଫୋର୍ସର ନେତୃତ୍ୱ ନେଇଥିଲେ ଯାହାର ଉଦ୍ଦେଶ୍ୟ ଥିଲା ମଧ୍ୟବିତ୍ତଙ୍କ ପାଇଁ ଆମେରିକାର ବୈଦେଶିକ ନୀତିକୁ ଉନ୍ନତ କରିବା । ଏହା ବ୍ୟତୀତ ହ୍ୱାଇଟ ହାଉସ ତରଫରୁ ସେ ଆନ୍ତର୍ଜାତୀୟ ସୁରକ୍ଷା ପ୍ରସଙ୍ଗ ମଧ୍ୟ ବୁଝିଛନ୍ତି ଯାହା ବହୁ ଚ୍ୟାଲେଞ୍ଜ ଥିଲା।


ଅଧିକ ପଢ଼ନ୍ତୁ:-କେନ୍ଦ୍ର କର୍ମଚାରୀଙ୍କ ମହଙ୍ଗା ଭତ୍ତାରେ ୪ ପ୍ରତିଶତ ବୃଦ୍ଧି! ଜାନୁଆରୀରୁ ହିଁ ମିଳିବ ବର୍ଦ୍ଧିତ ଦରମା-ପେନସନର ଲାଭ


ସଲମାନ ଅହମ୍ମଦଙ୍କୁ ଏପରି ସମୟରେ ବାଇଡେନ ତାଙ୍କ ଦଳରେ ବାଇଡେନ ସ୍ଥାନ ଦେଇଛନ୍ତି ଯେଉଁ ସମୟରେ ପାକିସ୍ତାନ ଏବଂ ଆମେରିକା ମଧ୍ୟରେ ସମ୍ପର୍କ ଅତ୍ୟନ୍ତ ତିକ୍ତ ହୋଇପଡିଛି । ଜୋ ବାଇଡେନ କାଶ୍ମୀର ଏବଂ ଭାରତର ନାଗରିକତ୍ୱ ଆଇନ ଉପରେ ନିଜର ମତ ପ୍ରକାଶ କରିସାରିଛନ୍ତି । ଆମେରିକାର ପ୍ରଥମ ମହିଳା ଉପରାଷ୍ଟ୍ରପତି କମଲା ହାରିସ୍ ମଧ୍ୟ କାଶ୍ମୀରରେ ପରିସ୍ଥିତିକୁ ନେଇ ଉଦ୍ବେଗ ପ୍ରକାଶ କରିଛନ୍ତି । ଏଭଳି ପରିସ୍ଥିତିରେ ବୈଦେଶିକ ବିଭାଗରେ ସଲମାନ ଅହମ୍ମଦଙ୍କ ଉପସ୍ଥିତି ଭାରତ ପାଇଁ କିଛି ଅସୁବିଧା ସୃଷ୍ଟି କରିପାରେ । ବର୍ତ୍ତମାନ ସଲମାନ ଅହମ୍ମଦଙ୍କ ନିଯୁକ୍ତିକୁ ନେଇ ପାକିସ୍ତାନରେ ଖୁସିର ପରିବେଶ ରହିଛି ।