ତାମିଲନାଡୁରେ ହେବ କ୍ଷମତା ପରିବର୍ତ୍ତନ, ଏଥର DMK-କଂଗ୍ରେସର ମେଣ୍ଟ ସରକାର: ସର୍ଭେ
Advertisement

ତାମିଲନାଡୁରେ ହେବ କ୍ଷମତା ପରିବର୍ତ୍ତନ, ଏଥର DMK-କଂଗ୍ରେସର ମେଣ୍ଟ ସରକାର: ସର୍ଭେ

ସର୍ଭେ ଅନୁଯାୟୀ, ଡିଏମକେ (DMK) ଓ ଏହାର ସହଯୋଗୀମାନେ ୧୬୨ଟି ଆସନ ପାଇପାରେ । ୨୦୧୬ରେ ଏହି ମେଣ୍ଟକୁ ୯୮ଟି ଆସନରେ ସନ୍ତୁଷ୍ଟ ହେବାକୁ ପଡିଥିଲା । ଅନ୍ୟପକ୍ଷେ ଏଆଇଡିଏମକେ (AIADMK) ଓ ଏହାର ସହଯୋଗୀମାନଙ୍କୁ ୬୪ଟି ଆସନରେ ସନ୍ତୁଷ୍ଟ ହେବାକୁ ପଡିପାରେ ।

ତାମିଲନାଡୁରେ ହେବ କ୍ଷମତା ପରିବର୍ତ୍ତନ, ଏଥର DMK-କଂଗ୍ରେସର ମେଣ୍ଟ ସରକାର: ସର୍ଭେ

ନୂଆଦିଲ୍ଲୀ: ଚଳିତ ବର୍ଷ ପାଞ୍ଚଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବାରେ ଅଛି । ଏହା ପୂର୍ବରୁ ଏହି ୫ଟି ରାଜ୍ୟର ବିଧାନସଭା ନିର୍ବାଚନ ଉପରେ ଏବିପି-ସିଭୋଟର୍ (ABP-CVoter) ଓପିନିୟନ ପୋଲ୍ ଜାରି କରିଛି । ତାମିଲନାଡୁ ବିଧାନସଭା ନିର୍ବାଚନ (Tamil Nadu assembly Polls 2021) ବିଷୟରେ କହିବାକୁ ଗଲେ ଏହି ସର୍ଭେରେ ଆଣ୍ଟି ଇନକମ୍ୱେନ୍ସିର ସଙ୍କେତ ଦେଖାଯାଉଛି । ଏବଂ ଏପରି ଅନୁମାନ କରାଯାଉଛି ଯେ ରାଜ୍ୟରେ ଡିଏମକେ (DMK)-କଂଗ୍ରେସ (Congress) ସରକାର ଫେରିବେ । ଗତ ୧୦ ବର୍ଷ ଧରି ଏଆଇଡିଏମକେ (AIDMK) ରାଜ୍ୟରେ ଶାସନ କରୁଛି ।

ଅଧିକ ପଢ଼ନ୍ତୁ:-କେନ୍ଦ୍ର କର୍ମଚାରୀଙ୍କ ମହଙ୍ଗା ଭତ୍ତାରେ ୪ ପ୍ରତିଶତ ବୃଦ୍ଧି! ଜାନୁଆରୀରୁ ହିଁ ମିଳିବ ବର୍ଦ୍ଧିତ ଦରମା-ପେନସନର ଲାଭ

ସର୍ଭେ ଅନୁଯାୟୀ, ଡିଏମକେ (DMK) ଓ ଏହାର ସହଯୋଗୀମାନେ ୧୬୨ଟି ଆସନ ପାଇପାରେ । ୨୦୧୬ରେ ଏହି ମେଣ୍ଟକୁ ୯୮ଟି ଆସନରେ ସନ୍ତୁଷ୍ଟ ହେବାକୁ ପଡିଥିଲା । ଅନ୍ୟପକ୍ଷେ ଏଆଇଡିଏମକେ (AIADMK) ଓ ଏହାର ସହଯୋଗୀମାନଙ୍କୁ ୬୪ଟି ଆସନରେ ସନ୍ତୁଷ୍ଟ ହେବାକୁ ପଡିପାରେ । ୨୦୧୬ରେ ଏହି ମେଣ୍ଟ ୧୩୬ଟି ଆସନ ଜିତିଥିଲା​ । ସର୍ଭେ ଅନୁଯାୟୀ, ଭୋଟ୍ ସେୟାର ବିଷୟରେ ଆଲୋଚନା କରିବା ତ ଡିଏମକେ ଏବଂ ଏହାର ସହଯୋଗୀମାନେ ୪୧.୧ ପ୍ରତିଶତ ଭୋଟ୍ ପାଇପାରେ । ଏଆଇଡିଏମକେ (AIADMK) ୨୮.୭ ପ୍ରତିଶତ ଭୋଟ୍ ପାଇବ ବୋଲି ଆକଳନ କରାଯାଇଛି ।

ଅଧିକ ପଢ଼ନ୍ତୁ:-ରାଷ୍ଟ୍ରପତି ହେବା ମାତ୍ରେ ଭାରତୀୟଙ୍କୁ ଏହି ଖୁସି ଖବର ଦେବେ ବାଇଡେନ

ଏହି ସର୍ଭେରେ ତାମିଲନାଡୁର ସବୁଠାରୁ ଯୋଗ୍ୟ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ସହ ଜଡିତ ପ୍ରଶ୍ନ ମଧ୍ୟ ପଚରାଯାଇଥିଲା । ଏହି ସର୍ଭେରେ ଅଂଶଗ୍ରହଣ କରିଥିବା ୩୬.୪ ପ୍ରତିଶତ ଲୋକ କହିଛନ୍ତି ଯେ ଷ୍ଟାଲିନ (MK Stalin) ସବୁଠାରୁ ଯୋଗ୍ୟ, ପରେ ପଲାନିସାମି (Palanisamy) ଙ୍କ ନମ୍ୱର ଆସିଥାଏ । ତାଙ୍କୁ ପ୍ରାୟ ୨୫ ପ୍ରତିଶତ ଲୋକ ଯୋଗ୍ୟ ପ୍ରାର୍ଥୀ ବୋଲି କହିଛନ୍ତି ।

ଅଧିକ ପଢ଼ନ୍ତୁ:-LIC ର ଏହି ପଲିସିରେ ପ୍ରତିଦିନ ୨୮ ଟଙ୍କା ନିବେଶ କରି ପାଇପାରିବେ ୨୬ ଲକ୍ଷ ଟଙ୍କା, ଜାଣନ୍ତୁ ସମ୍ପୂର୍ଣ୍ଣ ପ୍ଲାନ୍...

ଏହି ସର୍ଭେରେ ଜଡିତ ଅଧିକାଂଶ ଲୋକ କେନ୍ଦ୍ର ସରକାରଙ୍କ କାର୍ଯ୍ୟରେ ଖୁସି ନୁହଁନ୍ତି । ୪୧ ପ୍ରତିଶତ ଲୋକ କହିଛନ୍ତି ଯେ ସେମାନେ କେନ୍ଦ୍ର ସରକାରରୁ ଖୁସି ନୁହଁନ୍ତି । ତାମିଲନାଡୁର ପ୍ରାୟ ୪୪ ପ୍ରତିଶତ ଲୋକ ପିଏମ ମୋଦି (PM Modi) ଙ୍କ କାର୍ଯ୍ୟରେ ଖୁସି ନାହାଁନ୍ତି । ତାହା ଏହି ସର୍ଭେରୁ ସାମ୍ନାକୁ ଆସିଛି ।