ନୂଆଦିଲ୍ଲୀ: Nuclear War: ଆପଣ ଆପଣଙ୍କର ଘରର ଡ୍ରଇଂ ରୁମରେ ବସିଛନ୍ତି ଓ ହଠାତ୍ ଏକ ପ୍ରଚଣ୍ଡ ବିସ୍ଫୋରଣ ଶୁଣିବାକୁ ମିଳିବ ଏବଂ ଦେଖୁ ଦେଖୁ ଶରୀରର ଚର୍ମ ଜଳି ପାଉଁଶ ହୋଇଯାଉଥିବ, ଆଉ ଚାରିଆଡ଼େ କେବଳ ଧୂଆଁ ହିଁ ଧୂଆଁ ... ଚିତ୍କାର କରିବାକୁ ମଧ୍ୟ ସମୟ ମିଳିବ ନାହିଁ । ଲକ୍ଷ ଲକ୍ଷ କୋଟି କୋଟି ଲୋକ ଗୋଟିଏ ମୁହୂର୍ତ୍ତରେ ଚିର ନିଦ୍ରାରେ ଶୋଇଯାଇଥିବେ । ଖାଇବାକୁ ଖାଦ୍ୟ ନାହିଁ... ଲୋକମାନେ ଆଖି ସାମ୍ନାରେ ମରୁଛନ୍ତି ଏବଂ ସେମାନଙ୍କୁ ବଞ୍ଚାଇବା ପାଇଁ କୌଣସି ଉପାୟ ନାହିଁ ।


COMMERCIAL BREAK
SCROLL TO CONTINUE READING

ଏପରି କିଛି ହୋଇଥିଲା ଅଗଷ୍ଟ ୧୯୪୫ରେ, ଯେତେବେଳେ ଦ୍ୱିତୀୟ ବିଶ୍ୱଯୁଦ୍ଧ (Second World War) ସମୟରେ ଆମେରିକା (America) ଜାପାନ (Japan) ର ହିରୋସିମା (Hiroshima) ଓ ନାଗାସାକି (Nagasaki) ଉପରେ ପରମାଣୁ ବୋମା (Nuclear Bombs) ପକାଇଥିଲା । ଏହି ବୋମା ଏତେ ଶକ୍ତିଶାଳୀ ଥିଲା ଯେ କିଛି ମିନିଟ୍ ମଧ୍ୟରେ ହଜାର ହଜାର ଲୋକଙ୍କର ମୃତ୍ୟୁ ହୋଇଥିଲା । ଏହା ପରେ ମଧ୍ୟ ଲୋକମାନେ ବର୍ଷ ବର୍ଷ ଧରି  ମରୁଥିଲେ । ଅର୍ଥାତ ପରମାଣୁ ବୋମାର ପ୍ରଭାବ ବର୍ଷ ବର୍ଷ ଧରି ଏହି ଅଞ୍ଚଳରେ ରହିଥିଲା ।


ଗୋଟିଏ ପଟେ ପରମାଣୁ ଯୁଦ୍ଧକୁ ନେଇ ଲୋକମାନେ ଭୟଭୀତ ଅଛନ୍ତି । ଅନ୍ୟପଟେ ଏକ ନୂତନ ଅଧ୍ୟୟନ ଲୋକଙ୍କୁ ଅଧିକ ଚିନ୍ତାରେ ପକାଇଛି । ଅଧ୍ୟୟନରେ କୁହାଯାଇଛି ଯେ, ଯଦି ଋଷ ଓ ଆମେରିକା ମଧ୍ୟରେ ପରମାଣୁ ଯୁଦ୍ଧ (US-Russia Nuclear War) ହୁଏ ତେବେ ପାଞ୍ଚ ବିଲିୟନ ଅର୍ଥାତ ୫୦୦ କୋଟି ଲୋକଙ୍କ ମୃତ୍ୟୁ ଘଟିବ । ତେବେ ଏତେ ସଂଖ୍ୟକ ଲୋକଙ୍କ ମୃତ୍ୟୁର କାରଣ କେବଳ ବୋମା ନୁହେଁ ଦୁର୍ଭିକ୍ଷ ମଧ୍ୟ ହେବ । ଏହାସହ ଯଦି କେବଳ ଭାରତ ଓ ପାକିସ୍ତାନ ମଧ୍ୟରେ ପରମାଣୁ ଯୁଦ୍ଧ ( India-Pakistan Nuclear War) ହୁଏ ତେବେ ପ୍ରାୟ ୨୦୦ କୋଟି ଲୋକଙ୍କ ମୃତ୍ୟୁ ଘଟିବ ବୋଲି ଅନୁମାନ କରାଯାଇଛି ।


ରୁଟଗର୍ସ ବିଶ୍ୱବିଦ୍ୟାଳୟ (Rutgers University) ର ବୈଜ୍ଞାନିକମାନେ ୬ଟି ସମ୍ଭାବ୍ୟ ପରମାଣୁ ଯୁଦ୍ଧର ପ୍ରଭାବକୁ ମ୍ୟାପ୍ କରିଛନ୍ତି । ନେଚର ଫୁଡ୍ ପତ୍ରିକାରେ ପ୍ରକାଶିତ ଏକ ଅଧ୍ୟୟନରେ କୁହାଯାଇଛି ଯେ, ଆମେରିକା ଓ ଋଷ ମଧ୍ୟରେ ଏକ ସମ୍ପୂର୍ଣ୍ଣ ଯୁଦ୍ଧ, ସବୁଠାରୁ ଖରାପ ସ୍ଥିତି ହେବ । ଏହା ବିଶ୍ୱର ଅଧାରୁ ଅଧିକ ଲୋକଙ୍କୁ ଶେଷ କରିଦେବ ।


ଅଧ୍ୟୟନ ଅନୁଯାୟୀ, ଏହି ଅନୁମାନର ଗଣନା ପରମାଣୁ ବିସ୍ଫୋରଣ ଯୋଗୁଁ ଉତ୍ପନ୍ନ ହେବା କଳା ଧୂଆର ବାୟୁମଣ୍ଡଳକୁ ଯିବା ଆଧାରରେ କରାଯାଇଛି । ଅନୁସନ୍ଧାନକାରୀମାନେ ନ୍ୟାସନାଲ ସେଣ୍ଟର ଫର ଆଟମୋସଫେରିକ ରିସର୍ଚ୍ଚ ଦ୍ୱାରା ସମର୍ଥିତ ଜଳବାୟୁ ପୂର୍ବାନୁମାନ ଉପକରଣ ବ୍ୟବହାର କରିଥିଲେ, ଯାହା ସେମାନଙ୍କୁ ପ୍ରତ୍ୟେକ ଦେଶରେ ଆଧାର ଉପରେ ପ୍ରମୁଖ ଫସଲର ଉତ୍ପାଦନ ଆକଳନ କରିବାକୁ ଅନୁମତି ଦେଇଥିଲା ।


ଏହା ବି ପଢ଼ନ୍ତୁ:-ଜିମ୍ବାୱେ ଗସ୍ତ ପୂର୍ବରୁ ଟିମ୍ ଇଣ୍ଡିଆରେ ବଡ଼ ପରିବର୍ତ୍ତନ, ଏହି ଖେଳାଳିଙ୍କ ହେଲା ଏଣ୍ଟ୍ରି


ଏହା ବି ପଢ଼ନ୍ତୁ:-ଏସିଆ କପରେ ଏହି ଦଳ ବିଗାଡ଼ିପାରେ ଟିମ୍ ଇଣ୍ଡିଆର ଖେଳ, ବହୁତ ସତର୍କ ରହିବା ଆବଶ୍ୟକ


ଏହା ବି ପଢ଼ନ୍ତୁ:-ବିଜେପିକୁ ରୋକିବା ପାଇଁ ନବୀନ ପଟ୍ଟନାୟକଙ୍କ ପ୍ଲାନ୍, ରାଷ୍ଟ୍ରପତିଙ୍କ ଜିଲ୍ଲାରେ ଆରମ୍ଭ କଲେ ବିକାଶମୂଳକ ପ୍ରକଳ୍ପ


ଏପରି କି ଯଦି ଅଳ୍ପ ସ୍ତରରେ ଯୁଦ୍ଧ ହୁଏ ତେବେ ମଧ୍ୟ ସାରା ଦୁନିଆରେ ଖାଦ୍ୟ ସଙ୍କଟର ବିନାଶକାରୀ ପରିଣାମ ଦେଖିବ । ଅଧ୍ୟୟନ ଅନୁଯାୟୀ, ଯଦି ଭାରତ ଓ ପାକିସ୍ଥାନ ମଧ୍ୟରେ କେବଳ ଏକ ଛୋଟ ପରମାଣୁ ଯୁଦ୍ଧ ହୁଏ, ତେବେ ପାଞ୍ଚ ବର୍ଷ ମଧ୍ୟରେ ବିଶ୍ୱରେ ଫସଲ ଉତ୍ପାଦନର ସାତ ପ୍ରତିଶତ ହ୍ରାସ ଘଟିବ । ଅନ୍ୟପକ୍ଷେ ଋଷ ଓ ଆମେରିକା ଯୁଦ୍ଧରେ ୩-୪ ବର୍ଷରେ ୯୦ ପ୍ରତିଶତ ଫସଲ ଉତ୍ପାଦନ ହ୍ରାସ ପାଇବ ।