ୱାଶିଂଟନ: ଚଳିତ ବର୍ଷ ନଭେମ୍ବର ୩ ତାରିଖରେ ହେବାକୁ ଯାଉଛି ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଗଣତନ୍ତ୍ର (Strong Democracy) ଯୁକ୍ତରାଷ୍ଟ୍ର ଆମେରିକା-ୟୁଏସଏ (USA-United Staes of America) ରାଷ୍ଟ୍ରପତି ନିର୍ବାଚନ (USA Presidential Elelction 2020)। ହେଲେ ଏହା ପୂର୍ବରୁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ (President Donald Trump) ତାଙ୍କ ଅଫିସିଆଲ ଟ୍ୱିଟର ଆକାଉଣ୍ଟରେ ଏକ ବଡ଼ ଘୋଷଣା କରିଛନ୍ତି। 


COMMERCIAL BREAK
SCROLL TO CONTINUE READING

ଆମେରିକୀୟ ସ୍ୱତନ୍ତ୍ର ବାହିନୀ (American Special  Force) ପକ୍ଷରୁ କରାଯାଇଥିବା ସାମରିକ ଅଭିଯାନ () ସଫଳ ହୋଇଥିବା ନେଇ ଜଣାଇଛନ୍ତି ରାଷ୍ଟ୍ରପତି ଟ୍ରମ୍ପ। ହେଲେ ଏହି ସେନା ଅଭିଯାନ ସରିବା ପରେ ସେ ତତ୍କାଳ ଏ ବାବଦରେ କୌଣସି ଘୋଷଣା କରିନଥିଲେ।   ସେ କେବଳ ଏତିକି କହିଥିଲେ ଦେଶର ସ୍ପେଶାଲ୍ ଫୋର୍ସ ଏକ ସଫଳତା ହାସଲ କରିଛି। ଆମର ସେନା କିଛି ବଡ କାମ କରିଛି। ଆମେରିକାର ସ୍ୱତନ୍ତ୍ର ବାହିନୀର ଏହା ହେଉଛି ଏକ ପ୍ରମୁଖ ବିଜୟ। ଏହା ପରେ ସେ ଅନ୍ୟ ଏକ ଟ୍ୱିଟରେ ଏ ସମ୍ପର୍କରେ ଜଣାଇଛନ୍ତି।



 


ଦିନକ ପୂର୍ବେ ଆମେରିକୀୟ ସ୍ୱତନ୍ତ୍ର ବାହିନୀ ଆଫ୍ରିକୀୟ ଦେଶ ନାଇଜେରିଆ (Nigeria) ଠାରେ ବନ୍ଧକ ଥିବା ଜଣେ ଆମେରିକୀୟ ନାଗରିକ (American Citizen) ଙ୍କୁ ଉଦ୍ଧାର କରିଛି। ଏହି ଉଦ୍ଧାର କାର୍ଯ୍ୟ ପଛରେ ଥିବା ସାହସୀ ସୈନିକଙ୍କୁ ସଲାମ । ନାଇଜେରିଆରୁ ଜଣେ ଆମେରିକୀୟ ନାଗରିକଙ୍କୁ ନିରାପଦ ଭାବେ ଦେଶକୁ ଫେରାଇ ଆଣିବା ଲାଗି ହୋଇଥିବା ଅଭିଯାନ ସଫଳ ହୋଇଛି।