ଓଡ଼ିଶାରେ ପ୍ରଥମଥର ପାଇଁ 'ଆଇକୋନିକ୍ ନେସନାଲ ହ୍ୱିଲଚେୟର କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ-୨୦୨୪'
Advertisement
Article Detail0/zeeodisha/odisha2538192

ଓଡ଼ିଶାରେ ପ୍ରଥମଥର ପାଇଁ 'ଆଇକୋନିକ୍ ନେସନାଲ ହ୍ୱିଲଚେୟର କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ-୨୦୨୪'

ଆଇକୋନିକ ଟ୍ରାନ୍ସଫରମେସନ୍ ଓଡ଼ିଶା ହ୍ବିଲଚେୟାର ଦଳକୁ ସହଯୋଗର ହାତ ବଢ଼ାଇବା ସହିତ ଜାତୀୟ ସ୍ତରୀୟ ପ୍ରତିଯୋଗିତା ପାଇଁ ପ୍ରସ୍ତୁତ କରାଇଛି। ଓଡ଼ିଶାର ଦଳ ଏବେ ବଡ଼ ବଡ଼ ଦଳକୁ ଟକ୍କର ଦେବାପାଇଁ ରହିଛି ପ୍ରସ୍ତୁତ। 

ଓଡ଼ିଶାରେ ପ୍ରଥମଥର ପାଇଁ  'ଆଇକୋନିକ୍ ନେସନାଲ ହ୍ୱିଲଚେୟର କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ-୨୦୨୪'

ଭୁବନେଶ୍ୱର: ଇଚ୍ଛା ଶକ୍ତି ଥିଲେ ସବୁ କିଛି ସମ୍ଭବ। ଆମେ ସମସ୍ତେ ସମାନ ଓ ସମାନତା ଅଧିକାର ମଧ୍ୟ ଆମକୁ ସମାଜ ସିଖାଇଥାଏ। ଏହି ଧାରରେ ପ୍ରଥମଥର ପାଇଁ ଓଡ଼ିଶାରେ ଶୁଭାରମ୍ଭ ହେବାକୁ ଯାଉଛି ଏକ ସ୍ଵାଗତଯୋଗ୍ୟ ପଦକ୍ଷେପ। ରାଜଧାନୀ ଭୁବନେଶ୍ବରରେ ଅନୁଷ୍ଠିତ ହେବାକୁ ଯାଉଛି 'ଆଇକୋନିକ୍ ନେସନାଲ ହ୍ୱିଲଚେୟର କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ-୨୦୨୪' । ହାଇଟେକ୍ ମେଡିକାଲ କଲେଜ କ୍ରିକେଟ୍ ଗ୍ରାଉଣ୍ଡରେ ଡିସେମ୍ବର ୦୨ରୁ ଡିସେମ୍ବର ୦୪ ଯାଏଁ ଚାଲିବ ଏହି ପ୍ରତିଯୋଗିତା। ଏହି ପ୍ରତିଯୋଗିତାର ମୂଳ ଲକ୍ଷ ରହିଛି ଖେଳର ସର୍ବାଙ୍ଗୀନ ଉନ୍ନତି ଓ ବିକାଶ।

ଆଇକୋନିକ ଟ୍ରାନ୍ସଫରମେସନ୍ ଓଡ଼ିଶା ହ୍ବିଲଚେୟାର ଦଳକୁ ସହଯୋଗର ହାତ ବଢ଼ାଇବା ସହିତ ଜାତୀୟ ସ୍ତରୀୟ ପ୍ରତିଯୋଗିତା ପାଇଁ ପ୍ରସ୍ତୁତ କରାଇଛି। ଓଡ଼ିଶାର ଦଳ ଏବେ ବଡ଼ ବଡ଼ ଦଳକୁ ଟକ୍କର ଦେବାପାଇଁ ରହିଛି ପ୍ରସ୍ତୁତ। ଆଇକୋନିକ ଟ୍ରାନ୍ସଫରମେସନ୍ ଏହା ପୁର୍ବରୁ ସଫଳତା ସହିତ ଓଡ଼ିଶା ହକି ଚାମ୍ପିଅନସିପ ୨୦୨୪ , ଜାତୀୟ ସ୍ତରରେ ଭିନ୍ନକ୍ଷମଙ୍କ ପାଇଁ କ୍ରିକେଟ୍ ମ୍ୟାଚ୍ ଓ ଆଇକନିକ ସ୍ପୋର୍ଟସ ଆଇକନ୍ ଆୱାର୍ଡ଼ର ଆୟୋଜନ କରିଛି। ୩ ଦିନ ଧରି ହେବାକୁ ଥିବା ଏହି 'ଆଇକୋନିକ୍ ନେସନାଲ ହ୍ୱିଲଚେୟର କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ-୨୦୨୪'ର ଶୁଭାରମ୍ଭ ୦୨ ତାରିଖ ୩.୩୦ ମିନିଟରେ ହେବ ଓ ୦୪ ତାରିଖରେ ଏହା ୫.୦୦ ଘଟିକାରେ ଶେଷ ହେବ। ଗ୍ରାଣ୍ଡ ଫାଇନାଲ ମୁକାବିଲା ୦୪ ତାରିଖକୁ ରଖାଯାଇଛି। ୪ ଟି ଦଳଙ୍କ ମଧ୍ୟରେ ଟ୍ରଫି ପାଇଁ ହେବ କଡ଼ା ଟକ୍କର। 

ଏହା ସହିତ ଏହି ସଭାରେ ଫିଲ୍ମ 'ମହାବାହୁ' ପାଇଁ ରାଜ୍ୟ ସରକାରଙ୍କ ପାଖରୁ ଶ୍ରେଷ୍ଠ ପ୍ରଜୋଜକ ସମ୍ମାନ ହାସଲ କରିଥିବା ପ୍ରଜୋଜିକ କେ.ତମନାଙ୍କୁ  ସମ୍ମାନିତ କରାଯିବ। ଏହା ବ୍ୟତୀତ ସଭାରେ ଆଇକୋନିକ ଟ୍ରାନ୍ସଫରମେସନର ପ୍ରତିଷ୍ଠାତା ଓ ନିର୍ଦେଶକ ଡ଼ ଚିଦାତମିକା ଖଟୁଆ, ଡ଼ ସଞ୍ଜୟ ଚୌଧୁରୀ, ସେଖ ଅବଦୁଲ ସମିମ୍ ଓ ୟଙ୍ଗ ଇଣ୍ଡିଆନ୍ସର ଚେୟାରମ୍ୟାନ୍ ଶ୍ରୀମତୀ ସୋନାଲ ଏନ୍ ମୋରେ ଉପସ୍ଥିତ ରହିବେ । ଏହି ସଭାରେ ଉପସ୍ଥିତ ରହି ବିକାଶ ଧାରରେ ଯୋଡ଼ିହେବା ସହିତ ସଭାକୁ ସାଫଲ୍ୟମଣ୍ଡିତ କରିବାକୁ ଅନୁରୋଧ।

Also Read- Odisha Politics: କଂଗ୍ରେସ ଏବେ ପକ୍ଷାଘାତର ଶିକାର ହୋଇଛି: ପୃଥ୍ୱୀରାଜ ହରିଚନ୍ଦନ

Also Read- ଚଳିତ ବର୍ଷ ନକ୍ସଲ ମୁକାବିଲାରେ ବିଏସଏଫର ସଫଳତା