Newborns Dies Due To Mysterious Reason: ବିଗତ ୧୦ ମାସ ମଧ୍ୟରେ ଉତ୍ତର ପ୍ରଦେଶର ମହାରାଜଗଞ୍ଜ ଜିଲ୍ଲାରେ ରହସ୍ୟମୟ କାରଣରୁ ୧୧୧ ନବଜାତକଙ୍କ ମୃତ୍ୟୁ ହୋଇଛି। ନବଜାତକଙ୍କ 
ମୃତ୍ୟୁ ପଛରେ ରହିଥିବା କାରଣ  ଏ ପର୍ଯ୍ୟନ୍ତ ଜଣା ପଡିନାହିଁ। ରାଜଧାନୀ ଲକ୍ଷ୍ନୌସ୍ଥିତ କୁଇନମେରୀ ମେରି ହସ୍ପିଟାଲ ପକ୍ଷରୁ ଏକ ଅଧ୍ୟୟନରେ କୁହାଯାଇଛି ଯେ ଗର୍ଭବତୀ ମହିଳାଙ୍କ କ୍ଷୀରରେ କୀଟନାଶକ ଔଷଧ ମିଳିଛି। ଯାହା ନବଜାତକଙ୍କ ମୃତ୍ୟୁର କାରଣ ହୋଇପାରେ। 


COMMERCIAL BREAK
SCROLL TO CONTINUE READING

ଲକ୍ଷ୍ନୌସ୍ଥିତ କୁଇନମେରୀ ମେରି ହସ୍ପିଟାଲ ପକ୍ଷରୁ କରାଯାଇଥିବା ଗବେଷଣାରୁ ଜଣାପଡ଼ିଛି ଗର୍ଭବତୀ ମହିଳାଙ୍କ କ୍ଷୀରରେ କୀଟନାଶକ ଔଷଧ ରହିଥିବାର ଜଣାପଡ଼ିଛି। ନବଜାତକଙ୍କ ମୃତ୍ୟୁ ପଛରେ ରହିଥିବା କାରଣ ଖୋଜିବା ପାଇଁ ୧୩୦ଜଣ ଶାକାହାରୀ ଏବଂ ଅଣ ଶାକାହାରୀ ଗର୍ଭବତୀ ମହିଳାଙ୍କ ଉପରେ ଏହି ପରୀକ୍ଷା କରାଯାଇଥିଲା। ଯେଉଁଥିରେ ଜଣାପଡ଼ିଛି ଶାକାହାରୀ ମହିଳାଙ୍କ କ୍ଷୀରରେ ଅଣ ଶାକାହାରୀ ମହିଳାଙ୍କ ଅପେକ୍ଷା କମ୍ କୀଟନାଶକ ମିଳିଥିଲା। 


ସେହି ମହିଳାଙ୍କ କ୍ଷୀରରେ କୀଟନାଶକ ଔଷଧ ମିଳିଛି ଯେଉଁମାନେ ଅଣ ଶାକାହାରୀ ଖାଦ୍ୟଠାରୁ ଦୂରରେ ରହିଥିଲେ। କ୍ଷୀରରେ କୀଟନାଶକ ରହିଥିବା ପଛର କାରଣ ହେଉଛି ରାସାୟନିକ ଚାଷ। ବିଭିନ୍ନ ପ୍ରକାର କୀଟନାଶକ ଏବଂ ରାସାୟନିକ ପଦାର୍ଥ ସବୁଜ ପନିପରିବା ଏବଂ ଫସଲରେ ରଖାଯାଏ। ସପ୍ଲିମେଣ୍ଟ ଏବଂ ରାସାୟନିକ ପଦାର୍ଥ ସହିତ ପଶୁଙ୍କୁ ମଧ୍ୟ ଇଞ୍ଜେକ୍ସନ ଦିଆଯାଏ ଯାହା ଅଣ ଶାକାହାରୀ ଖାଦ୍ୟ ଖାଉନଥିବା ମହିଳାଙ୍କ କ୍ଷୀରରେ କୀଟନାଶକ ସୃଷ୍ଟି କରିଥାଏ। ଅଣ ଶାକାହାରୀ ଖାଦ୍ୟ ଖାଉଥିବା ମହିଳାଙ୍କ କ୍ଷୀରରେ କୀଟନାଶକର ଉପସ୍ଥିତ ଶାକାହାରୀ ଖାଦ୍ୟ ଖାଉଥିବା ମହିଳାଙ୍କ ତୁଳନାରେ ୩ ଗୁଣ ଅଧିକ ଥିଲା।


ନବଜାତକ କୌଣସି ମାଂସ କିମ୍ବା ଫସଲ ଖାଉନଥିବାବେଳେ କୀଟନାଶକ ଔଷଧ ସେମାନଙ୍କ ମାଆ କ୍ଷୀର ମାଧ୍ୟମରେ ସେମାନଙ୍କର ଶରୀରରେ ପହଞ୍ଚିଥାଏ। ଯେଉଁ ମହିଳାଙ୍କ କ୍ଷୀରରେ କୀଟନାଶକ ଔଷଧ ରହିଥାଏ ତାହା
ସେମାନଙ୍କର ଶିଶୁକୁ ଗୁରୁତର ଭାବେ କ୍ଷତି ପହଞ୍ଚାଇଥାଏ।  


ଜିଲ୍ଲାରେ ହୋଇଥିବା ନବଜାତକ ମୃତ୍ୟୁ ଘଟଣାର ତଦନ୍ତ ପାଇଁ ମହାରାଜଗଞ୍ଜ ଜିଲ୍ଲାପାଳ ଏକ ୩ ଜଣିଆ କମିଟି ଗଠନ କରିଛନ୍ତି। ଏହି କମିଟି ମୁଖ୍ୟ ବିକାଶ ଅଧିକାରୀଙ୍କ ଅଧ୍ୟକ୍ଷତାରେ ଗଠନ କରାଯାଇଛି। ଏହି କମିଟି ମୁଖ୍ୟ ବିକାଶ ଅଧିକାରୀ, ସବ୍ ଡିଭିଜନାଲ ମାଜିଷ୍ଟ୍ରେଟ୍ ଏବଂ ମୁଖ୍ୟ ଚିକିତ୍ସା ଅଧୀକ୍ଷକଙ୍କ ନେତୃତ୍ୱରେ କାର୍ଯ୍ୟ କରିବ। ଏହି ସମୟରେ ମାତୃ ଏବଂ ଶିଶୁ ମୃତ୍ୟୁ ଉପରେ ଅନୁସନ୍ଧାନ କରିବ। ନବଜାତ ଶିଶୁଙ୍କ ମୃତ୍ୟୁ ପଛରେ କେଉଁ କାରଣ ରହିଛି ତାହାର ଯାଞ୍ଚ କମିଟି କରିବ।