Banke Bihari Temple Viral Video: ମନ୍ଦିରରେ ମୁହାଁମୁହିଁ ହୋଇଛନ୍ତି ଦୁଇ ଗୋଷ୍ଠୀ। ଉଭୟ ପକ୍ଷ ମଧ୍ୟରେ ହୋଇଥିବା ମୁହାଁମୁହିଁ ଘଟଣାର ଭିଡ଼ିଓ ଏବେ ଭାଇରାଲ ହେବାରେ ଲାଗିଛି। ଉତ୍ତର ପ୍ରଦେଶର ମଥୁରା ଜିଲ୍ଲାର ବୃନ୍ଦାବନସ୍ଥିତ ବାଙ୍କେ ବିହାରୀ ମନ୍ଦିର ପରିସରରେ ଘଟିଯାଇଛି ଏଭଳି ଘଟଣା। ମନ୍ଦିରରେ ଦୁଇ ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ ହେବାର ଭିଡିଓ ସୋସିଆଲ ମିଡିଆ ଜରିଆରେ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଦୁଇ ପକ୍ଷଙ୍କୁ ପରସ୍ପର ସହ ଝଗଡା କରୁଥିବା ଦେଖିବାକୁ ମିଳିଛି। 


COMMERCIAL BREAK
SCROLL TO CONTINUE READING

ଉତ୍ତର ପ୍ରଦେଶର (Uttar Pradesh) ମଥୁରା ଜିଲ୍ଲାର (Mathura) ବୃନ୍ଦାବନସ୍ଥିତ (Vrindavan) ବାଙ୍କ ବିହାରୀ ମନ୍ଦିରରେ (Banke Bihari Mandir) ମଜବୁତ ସୁରକ୍ଷା ବ୍ୟବସ୍ଥା ରହିଛି। ହେଲେ ଏହା ସତ୍ତ୍ୱେ ମନ୍ଦିର ପରିସରରେ ସୁରକ୍ଷାକର୍ମୀ ଏବଂ ଭକ୍ତ ପରସ୍ପର ସହ ମୁହାଁମୁହିଁ ହୋଇଛନ୍ତି। ଏହି ଘଟଣାର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆ ଜରିଆରେ ଭାଇରାଲ ହେବାରେ ଲାଗିଛି।  ଯେଉଁଥିରେ ଦେଖିବାକୁ ମିଳିଛି ମନ୍ଦିର ପରିସରରେ ସୁରକ୍ଷାକର୍ମୀ ଏବଂ ଭକ୍ତ ପରସ୍ପର ସହ ଯୁକ୍ତିତର୍କ କରୁଛନ୍ତି। ପରେ ଭକ୍ତଙ୍କ ସହ ମାରପିଟ ଆରମ୍ଭ ହୋଇଯାଉଛି। ବାଙ୍କ ବିହାରୀ ମନ୍ଦିରରେ ହୋଇଥିବା ଗଣ୍ଡଗୋଳର ଭିଡ଼ିଓ ଭାଇରାଲ ହେବା ପରେ ଲୋକେ ଏହା ଉପରେ ପ୍ରତିକ୍ରିୟା ରଖିଛନ୍ତି।



Also Read: Ayodhya: ମହାପ୍ରସାଦ ପାଇଁ ମହାଭାରତ, ଶ୍ରୀରାମ ଜନ୍ମଭୂମି ଟ୍ରଷ୍ଟ-ମୁଖ୍ୟ ପୁରୋହିତ ମୁହାଁମୁହିଁ


ବାଙ୍କ ବିହାରୀ ମନ୍ଦିର (Banke Bihari Temple) ଦେଶ ତଥା ବିଦେଶରେ ପ୍ରସିଦ୍ଧ। ଦୂର ଦୂରାନ୍ତରୁ ବହୁ ଭକ୍ତ ଏହି ମନ୍ଦିରକୁ ଆସିଥାନ୍ତି। ହେଲେ ମନ୍ଦିର ଭିତରେ ହୋଇଥିବା ଲଢେଇ ଘଟଣାର ଭିଡିଓ ଭାଇରାଲ (Banke Bihari Mandir Viral Video) ହେବା ପରେ ସମସ୍ତେ ଆଶ୍ଚର୍ଯ୍ୟ ଚକିତ ହୋଇଯାଇଛନ୍ତି। ଯେଉଁଥିରେ ଦେଖିବାକୁ ମିଳୁଛି ଯେ, ସୁରକ୍ଷାକର୍ମୀଙ୍କ ପୂର୍ବରୁ ଭକ୍ତଙ୍କ ଯୁକ୍ତିତର୍କ ଆରମ୍ଭ ହେଉଛି। ହେଲେ ଯେତେବେଳେ ବିବାଦ ବଢୁଛି, ସେତେବେଳେ ସୁରକ୍ଷାକର୍ମୀ ଭକ୍ତଙ୍କୁ ଧରିନେବା ପରେ ତାଙ୍କ ସହ ମାରପିଟ କରୁଛନ୍ତି। 


Also Read: ପୂଜାରୀ-ମହନ୍ତ ବିବାଦରେ ବଳିପଡି଼ଲା ଲଡ଼ୁ


ସୋସିଆଲ ମିଡ଼ିଆ ଜରିଆରେ ବାଙ୍କ ବିହାରୀ ମନ୍ଦିରରେ ଘଟିଥିବା ଗଣ୍ଡଗୋଳର ଭିଡିଓ ଭାଇରାଲ ହେବାରେ ଲାଗିଛି। ସୋସିଆଲ ମିଡିଆ ୟୁଜର ଏହାକୁ ସେୟାର କରିବାରେ ଲାଗିଛନ୍ତି। ମନ୍ଦିରକୁ ଆସିଥିବା ଭକ୍ତଙ୍କ ସହ କରିଥିବା ବ୍ୟବହାର ପାଇଁ ସୁରକ୍ଷାକର୍ମୀଙ୍କୁ ସମାଲୋଚନା କରାଯାଇଛି। ଏହି ଘଟଣାରେ ଅଭିଯୁକ୍ତ ସୁରକ୍ଷାକର୍ମୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି ହୋଇଛି।


Also Read: Ujjain: ପ୍ରସାଦ ବନାଇବାକୁ ନେଇ ସୃଷ୍ଟି ହେଲା ହଙ୍ଗାମା, ମନ୍ଦିର ପୂଜାରୀଙ୍କୁ ଧମକ ଦେଲେ ବିଜେପି କର୍ପୋରେଟର


ଏନେଇ ପ୍ରତିକ୍ରିୟା ରଖି ଜଣେ ଜଣେ ସୋସିଆଲ ମିଡ଼ିଆ ୟୁଜର କହିଛନ୍ତି ଯେ ସୁରକ୍ଷାକର୍ମୀ ଭକ୍ତଙ୍କ ସହ ଉଚିତ ବ୍ୟବହାର ପ୍ରଦର୍ଶନ କରିନାହାଁନ୍ତି। ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଆବଶ୍ୟକ। ସେହିପରି ଅନ୍ୟ ଜଣେ ୟୁଜର କହିଛନ୍ତି ଶାନ୍ତି ସ୍ଥାନରେ ଏପରି ଘଟଣା ଘଟିବା ଲଜ୍ଜାଜନକ। ଆଉ ଜଣେ ୟୁଜର କହିଛନ୍ତି ଯେ ଭଗବାନଙ୍କ ଘରେ ମଧ୍ୟ ଲୋକଙ୍କୁ ଶାନ୍ତି ନାହିଁ।