ପୂଜାରୀ-ମହନ୍ତ ବିବାଦରେ ବଳିପଡି଼ଲା ଲଡ଼ୁ
Advertisement
Article Detail0/zeeodisha/odisha932807

ପୂଜାରୀ-ମହନ୍ତ ବିବାଦରେ ବଳିପଡି଼ଲା ଲଡ଼ୁ

କୋରୋନା ମହାମାରୀର ମୁକାବିଲା ପାଇଁ ଜାରି ହୋଇଥିବା ଗାଇଡଲାଇନ୍ସ ଅନୁସାରେ ବର୍ତ୍ତମାନ ମନ୍ଦିରରେ ପ୍ରସାଦ ଲଗାଇବା ଉପରେ କଟକଣା ଲଗାଇଛି ସ୍ଥାନୀୟ ପ୍ରଶାସନ।

ପୂଜାରୀ-ମହନ୍ତ ବିବାଦରେ ବଳିପଡି଼ଲା ଲଡ଼ୁ

ନୂଆଦିଲ୍ଲୀ: ମନ୍ଦିରରେ ଭୋଗ ଲାଗି କରିବାକୁ ନେଇ ପୂଜାରୀ ଏବଂ ମହନ୍ତଙ୍କ ମଧ୍ୟରେ ହୋଇଥିବା ବିବାଦ କାରଣରୁ ବଳିପଡିଛି ଲଡ଼ୁ। ଧର୍ମନଗରୀ ଅଯୋଧ୍ୟାସ୍ଥିତ ହନୁମାନଗଢି ପୀଠରେ ଘଟିଯାଇଛି ଏଭଳି ଘଟଣା। ଏପରିକି ଏହି ବିବାଦର ସମାଧାନ କରିବାକୁ ଯାଇ ତତ୍କାଳ ଘଟଣାସ୍ଥଳରେ ପହଞ୍ଚିଥିଲା ସ୍ଥାନୀୟ ପ୍ରଶାସନ।    

ପ୍ରସାଦ ଲାଗି କରିବାକୁ ନେଇ ଧର୍ମନଗରୀ ଅଯୋଧ୍ୟାସ୍ଥିତ (Dharm Nagari Ayodhya) ହନୁମାନଗଢି ପୀଠରେ (Hanuman Garhi Temple) ମୁହାଁମୁହିଁ ହୋଇଥିଲେ ପୂଜାରୀ-ମହନ୍ତ। ଏ ଘଟଣାକୁ ନେଇ ନାରାଜ ହୋଇଉଠିଥିବା ଗଦ୍ଦୀନଶୀନ ମହନ୍ତ ରମେଶ ଦାସ ଏହି ମନ୍ଦିର ଦ୍ୱାରକୁ ବନ୍ଦ କରିଦେଇଥିଲେ। ଏହା ପରେ ଶ୍ରଦ୍ଧାଳୁଙ୍କ ପ୍ରବେଶ ଲାଗି ଅନୁମତି ମିଳିନଥିଲା। ଯାହା ଫଳରେ ମନ୍ଦିର ଦର୍ଶନ ବନ୍ଦ ହୋଇଯାଇଥିଲା।

Also Read: ଭୋଟ ପାଇଁ ସିଙ୍ଗଡା-ଜଲେବି; ବାଣ୍ଟିବା ପୂର୍ବରୁ ବୋହିନେଲା ପୋଲିସ

କୋରୋନା ମହାମାରୀର ମୁକାବିଲା ପାଇଁ ଜାରି ହୋଇଥିବା ଗାଇଡଲାଇନ୍ସ (Covid19 Guidelines) ଅନୁସାରେ ବର୍ତ୍ତମାନ ମନ୍ଦିରରେ ପ୍ରସାଦ ଲଗାଇବା ଉପରେ କଟକଣା ଲଗାଇଛି ସ୍ଥାନୀୟ ପ୍ରଶାସନ (Ayodhya Administration)। ଏହି ମନ୍ଦିରରେ ଭଗବାନ ହନୁମାନଙ୍କ (Lord Hanuman) ଉଦ୍ଦେଶ୍ୟରେ ଲଡୁ଼ ଭୋଗ (Laddu Prasad) ଲଗାଇଥାନ୍ତି ଭକ୍ତ (Lord Hanumans Devotee) । ହେଲେ ବର୍ତ୍ତମାନ ସମୟରେ ଏପରି କରିବା ଉପରେ ପ୍ରଶାସନ ପକ୍ଷରୁ ପ୍ରତିବନ୍ଧକ ଲଗାଯାଇଥିବାରୁ ଏହାକୁ ନେଇ ନାରାଜ ହୋଇଉଠିଛନ୍ତି ମହନ୍ତ ରମେଶ ଦାସ।   

Also Read: ମିଆଁମାର ପ୍ରାର୍ଥୀଙ୍କ ଅନନ୍ୟ ଅଭିଯାନ; 'ଅଣ୍ଡା ଏବଂ ପିଆଜ ନିଅ, ବଦଳରେ ଭୋଟ ଦିଅ'

ହନୁମାନଗଢି ପୀଠର ନାଗା ସାଧୁ ସ୍ଥାନୀୟ ଅଞ୍ଚଳରେ ରହିଥିବା ଦୋକାନରୁ ପୁରୁଣା ଲଡ଼ୁ ପ୍ରସାଦ ରାସ୍ତା ଉପରେ ଢାଳି ଦେଇଥିଲା। କାରଣ ବାସି ଲଡ଼ୁ ଭଗବାନଙ୍କ ନିକଟରେ ଭୋଗ ହୋଇପାରିବ ନାହିଁ। ନାଗା ସାଧୁଙ୍କ ଏପରି କାମକୁ ନେଇ ବିବାଦ ତେଜିବା ପରେ ସେଠାକାର ବ୍ୟବସାୟୀ ସମାଜ ମଧ୍ୟରେ ଖେଳିଯାଇଛି ଆକ୍ରୋଶ। ନୂଆ ଲଡ଼ୁ ପ୍ରସାଦ ଭୋଗ କରିବାକୁ ଦାବି ହୋଇଛି। ଏ ଘଟଣା ବାବଦରେ ଖବର ପାଇବା କ୍ଷଣି ଏହାର ସମାଧାନ କରିବା ପାଇଁ ତତ୍କାଳ ଘଟଣାସ୍ଥଳରେ ସ୍ଥାନୀୟ ପ୍ରଶାସନ। ଉଭୟ ପକ୍ଷ ସହ କଥାବାର୍ତ୍ତା କରିବା ପରେ ପୁନର୍ବାର ଭକ୍ତଙ୍କ ଲାଗି ହନୁମାନଗଢି ମନ୍ଦିର ଖୋଲିବାରେ ସକ୍ଷମ ହୋଇଥିଲା ପ୍ରଶାସନ।