Uttar Pradesh: କାଉଡ଼ି ଯାତ୍ରା ବେଳେ ଡିଜେ ବଜାଇବାକୁ ନେଇ ବିବାଦ
DJ Controversy in Kanwar Yatra: ବିବାଦ ପରେ ଘଟଣାସ୍ଥଳରେ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା। ଗଙ୍ଗା ନଦୀରୁ ପାଣି ନେବାକୁ ଯାଉଥିବା କାଉଡ଼ିଆଙ୍କ ସୁରକ୍ଷା ପାଇଁ ବ୍ୟବସ୍ଥା କରାଯାଇଛି।
DJ Controversy in Kanwar Yatra: କାଉଡ଼ି ଯାତ୍ରା ବେଳେ ଡିଜେ ବଜାଇବାକୁ ନେଇ ସୃଷ୍ଟି ହୋଇଛି ବିବାଦ। ଉତ୍ତର ପ୍ରଦେଶ ବରେଲି ଜିଲ୍ଲାରେ ଘଟିଯାଇଛି ଏଭଳି ଘଟଣା। ଏଠାରେ କାଉଡ଼ି ଯାତ୍ରା ବେଳେ କାଉଡ଼ିଆଙ୍କ ଉପରେ ମଇଳା ପାଣି ଫିଙ୍ଗା ଯାଇଥିବା ନେଇ ହୋଇଛି ଅଭିଯୋଗ। ଏନେଇ ଖବର ମିଳିବା ମାତ୍ରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତତ୍କାଳ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।
ଗତ ଶୁକ୍ରବାର ଉତ୍ତର ପ୍ରଦେଶ (Uttar Pradesh) ବରେଲି ଜିଲ୍ଲାର (Bareilly District) କ୍ୟାଣ୍ଟ ଥାନା ଅଞ୍ଚଳରେ କାଉଡ଼ି ଯାତ୍ରା (Kanwar Yatra) ବେଳେ ଡିଜେ ବଜା ଯାଇଥିଲା। ମାତ୍ର ସେତେବେଳେ ଅନ୍ୟ ସମ୍ପ୍ରଦାୟର ଲୋକେ ସେଠାରେ ପହଞ୍ଚି ଡିଜେ ବଜାଇବାକୁ ବିରୋଧ କରିଥିଲେ। ଏନେଇ ହୋଇଥିବା ଅଭିଯୋଗ ଅନୁସାରେ ସେଠାରେ ଅନ୍ୟ ସମ୍ପ୍ରଦାୟର ଲୋକେ କାଉଡିଆଙ୍କ (Kanwariya) ଉପରେ ମଇଳା ପାଣି ଫିଙ୍ଗିଥିଲେ। ଯାହାକୁ ନେଇ ସୃଷ୍ଟି ହୋଇଥିଲା ବିବାଦ। ଏହି ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ପୋଲିସ ୬ ଜଣଙ୍କୁ ହେପାଜତକୁ ନେଇଥିଲା।
ଏହି ଘଟଣାରେ ପ୍ରତିକ୍ରିୟା ରଖି ଉତ୍ତର ପ୍ରଦେଶ ପୋଲିସ (Uttar Pradesh Police) ପକ୍ଷରୁ କୁହାଯାଇଛି ଗତ ଶୁକ୍ରବାର ରାଜ୍ୟର ବରେଲି ଜିଲ୍ଲାର କ୍ୟାଣ୍ଟ ଥାନା (Bareilly Cantt Police Station) ଅଧିନସ୍ଥ ଲଖୌରା ଗ୍ରମାରୁ ଏକ କାଉଡ଼ିଆ ପରଗୱାଁ ଗ୍ରାମ ଅଭିମୁଖେ ଯାଉଥିଲେ। ହେଲେ ସେତେବେଳେ ଗ୍ରାାମରେ ରହୁଥିବା ଅନ୍ୟ ସମ୍ପ୍ରଦାୟର କିଛି ଲୋକ ଡିଜେ ବଜାଇବାକୁ ନେଇ ଅଭିଯୋଗ କରିଥିଲେ। ଲୋକେ ସେତେବଳେ ନିଜ ନିଜ ମଧ୍ୟରେ କଥାବାର୍ତ୍ତା ହେଉଥିବା ବେଳେ କେହି ଜଣେ ଛାତରୁ କାଉଡ଼ିଆଙ୍କ ଉପରେ ମଇଳା ପାଣି ଫିଙ୍ଗିଥିଲେ। ଯାହାକୁ ନେଇ ସୃଷ୍ଟି ହୋଇଥିଲା ବିବାଦ।
ପରଗୱାଁ ଗ୍ରାମରେ ହୋଇଥିବା ବିବାଦା ଘଟଣାରେ ଖବର ପାଇବା ମାତ୍ରେ ପୋଲିସ ଏବଂ ପ୍ରଶାସନିକ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି କାଉଡ଼ିଆଙ୍କୁ ମନାଇ ସେଠାରୁ ସେମାନଙ୍କୁ ପଠାଇ ଦେଇଥିଲେ। ଏହି ଘଟଣାରେ ପ୍ରତିକ୍ରିୟା ରଖି ଏସପି ରବୀନ୍ଦ୍ର କୁମାର କହିଛନ୍ତି ଯେ କାଉଡ଼ି ଯାତ୍ରା ସମୟରେ ଡିଜେ ବଜାଇବାକୁ ନେଇ ସୃଷ୍ଟି ହୋଇଥିଲା ବିବାଦ। କାଉଡିଆଙ୍କ ଉପରେ ମଇଳା ପାଣି ଫିଙ୍ଗା ଯାଇଥିବା ନେଇ ହୋଇଛି ଅଭିଯୋଗ। ଏହି ମାମଲାରେ ୬ ଜଣଙ୍କୁ ହେପାଜତକୁ ନିଆଯାଇଛି।
ଅନ୍ୟପଟେ ବରେଲି ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ବିକେ କହିଛନ୍ତି ଯେ ବିବାଦ ପରେ ଘଟଣାସ୍ଥଳରେ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା। ଗଙ୍ଗା ନଦୀରୁ ପାଣି ନେବାକୁ ଯାଉଥିବା କାଉଡ଼ିଆଙ୍କ ସୁରକ୍ଷା ପାଇଁ ବ୍ୟବସ୍ଥା କରାଯାଇଛି। ଯେଉଁମାନେ କାଉଡ଼ି ଯାତ୍ରା ଅଟକାଇବାକୁ ଚେଷ୍ଟା କରିଥିଲେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
Also Read: Beating of Beggars for Begging: ଭିକ ମାଗିବାରୁ ଭିକାରୀଙ୍କୁ ନିର୍ଘାତ ମାଡ଼