UP BJP MLA Rajesh Mishra Appears in 12th Board Exam: ଏବେ ଉତ୍ତର ପ୍ରଦେଶରେ ଜାରି ରହିଛି ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା। ବର୍ତ୍ତମାନ ପରୀକ୍ଷା ଜାରି ରହିଥିବା ବେଳେ ପରୀକ୍ଷା କେନ୍ଦ୍ରରେ ଛାତ୍ରଛାତ୍ରୀଙ୍କ ଦ୍ୱାରା କରାଯାଇଥିବା କାରନାମା ସମ୍ପର୍କିତ ଅନେକ ଖବର ସାମ୍ନାକୁ ଆସୁଛି। ଦ୍ୱାଦଶ ପରୀକ୍ଷା ଦେବା ପାଇଁ ପରୀକ୍ଷା କେନ୍ଦ୍ରରେ ପହଞ୍ଚିଛନ୍ତି ୫୧ ବର୍ଷୀୟ ପୂର୍ବତନ ବିଜେପି ବିଧାୟକ ରାଜେଶ ମିଶ୍ରା ପପୁ ଭରତୌଲ। ଉତ୍ତର ପ୍ରଦେଶ ବରେଲି ଜିଲ୍ଲାର ବିଥରି ଚୈନପୁର ଆସନରୁ ବିଧାୟକ ନିର୍ବାଚିତ ହୋଇସାରିଛନ୍ତି ହୋଇଛନ୍ତି ରାଜେଶ ମିଶ୍ରା। ଯେତେବେଳେ ଅନ୍ୟ ପରୀକ୍ଷାର୍ଥୀ ତାଙ୍କୁ ପରୀକ୍ଷା କେନ୍ଦ୍ରରେ ଦେଖିଲେ ସେତେବେଳେ ସେମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଗତ ବର୍ଷ ଅନୁଷ୍ଠିତ ହୋଇଥିବା ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବା ପାଇଁ ବିଜେପି ​​ତାଙ୍କୁ ଟିକେଟ ଦେଇ ନଥିଲା।


COMMERCIAL BREAK
SCROLL TO CONTINUE READING

ପୂର୍ବତନ ବିଜେପି ବିଧାୟକ (Former BJP MLA) ରାଜେଶ ମିଶ୍ରା (Rajesh Mishra) ପପୁ ଭରତୌଲ କହିଛନ୍ତି ଯେ ସେ ବିଜ୍ଞାନ ବିଭାଗ (Science Stream) ପ୍ରତି ଆଗ୍ରହୀ। ହେଲେ ସେ ଜଣେ ଓକିଲ (Lawyer) ହେବାକୁ ଚାହୁଁଛନ୍ତି। ସେଥିପାଇଁ ସେ କଳା ବିଭାଗରେ (Arts Stream) ପରୀକ୍ଷା ଦେବାକୁ ଚିନ୍ତା କରିଛନ୍ତି। ଏନେଇ ସେ କହିଛନ୍ତି ଯେ ଯେତେବେଳେ ସେ ପରୀକ୍ଷା କେନ୍ଦ୍ରରେ ପହଞ୍ଚିଲେ, ସେତେବେଳେ ତାଙ୍କୁ ଦେଖି ଛାତ୍ରଛାତ୍ରୀ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ହେଲେ ନିଜ ଅଞ୍ଚଳର ରାଜନେତା ପରୀକ୍ଷା ଦେଉଥିବା ଥିବା ଦେଖି ସେମାନେ ବହୁତ ଖୁସି ହୋଇଥିଲେ।


ପପୁ ଭରତୌଲ ଦ୍ୱାଦଶ ଶ୍ରେଣୀ ପରୀକ୍ଷା (12th Standard Exam) ଦେଉଥିବାର ଦେଖି ଯେଉଁମାନେ ବିରକ୍ତ ହୋଇଥିଲେ ସେମାନେ ସମସ୍ତେ ପୁନର୍ବାର ବହୁତ ଖୁସି ହୋଇଥିଲେ। ପୂର୍ବତନ ବିଧାୟକଙ୍କର ଅଧ୍ୟୟନ ଲାଗି ଆଗ୍ରହ ରହିଥିବା ଜଣାପଡ଼ିଛି। ବିଜେପି ନେତା ରାଜେଶ ମିଶ୍ରା କହିଛନ୍ତି ଯେ ଅଧ୍ୟୟନରେ ଅଗ୍ରଗତି ହେତୁ ସେ ଜନସାଧାରଣଙ୍କ ଅସୁବିଧାକୁ ଅନୁଭବ କରିବାରେ ଅଧିକ ସକ୍ଷମ ହେବେ ଏବଂ ଲୋକଙ୍କ ସମସ୍ୟାର ସମାଧାନ ସହଜରେ କରିପାରିବେ।


ରାଜେଶ ମିଶ୍ରା କହିଛନ୍ତି ଯେ ଦିନରେ ମଧ୍ୟ ସେ ବ୍ୟସ୍ତବହୁଳ ଜୀବନଶୈଳୀ ମଧ୍ୟରେ ଅଧ୍ୟୟନ ପାଇଁ ସମୟ ଦେଇଥାନ୍ତି। ଏହା ବ୍ୟତୀତ ସେ ରାତି ସମୟରେ ଅଧ୍ୟୟନ କରୁଥିବା ମଧ୍ୟ କହିଛନ୍ତି। ପପୁ ଭରତୌଲଙ୍କର ତିନି ଜଣ ସନ୍ତାନ ଅଛନ୍ତି। ପୂର୍ବତନ ବିଧାୟକ କହିଛନ୍ତି ଯେ ତାଙ୍କ ପିଲା ତାଙ୍କୁ ଅଧ୍ୟୟନରେ ବହୁତ ସାହାଯ୍ୟ କରନ୍ତି ଏବଂ ପରିବାରର ଅନ୍ୟ ସଦସ୍ୟ ମଧ୍ୟ ତାଙ୍କୁ ବହୁତ ସାହାଯ୍ୟ କରିଥାନ୍ତି।


ପୂର୍ବତନ ବିଧାୟକ ରାଜେଶ ମିଶ୍ରା ତାଙ୍କ ଝିଅ ସାକ୍ଷୀ ମିଶ୍ରାଙ୍କ କାରଣରୁ ଚର୍ଚ୍ଚାକୁ ଆସିଥିଲେ। ଗତ ୨୦୧୯ ବର୍ଷରେ ତାଙ୍କ ଝିଅ ଜଣେ ଦଳିତ ଯୁବକଙ୍କୁ ବିବାହ କରିଥିଲେ। ଦୁହେଁ ନିଜ ଜୀବନ ପ୍ରତି ବିପଦ ରହିଥିବା କହିଥିଲେ। ଏହି ମାମଲା ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ପାଲଟିଥିଲା।