GPS vs GIS: ଏବେ କୌଣସି ସ୍ଥାନକୁ ଯାତ୍ରା କରିବା ବେଳେ ଜିପିଏସ ବ୍ୟବସ୍ଥାର କରାଯାଉଛି ବହୁଳ ବ୍ୟବହାର। ଅନ ଲାଇନ ଯୋଗେ ବୁକିଂ କରାଯାଉଥିବା ଗାଡ଼ି ଚାଳକ ଏହାର ବହୁଳ ବ୍ୟବହାର କରିଥାନ୍ତି। ଦୈନନ୍ଦିନ ଜୀବନରେ ଆମେ ମଧ୍ୟ ଗାଡ଼ି ଚଳାଇବା ବେଳେ ଏହାର ଉପଯୋଗ କରିଥାଉ। ହେଲେ ଏବେ ଜିପିଏସ ବ୍ୟବସ୍ଥା ପୁରୁଣା ହୋଇଗଲାଣି। ବର୍ତ୍ତମାନ ରାସ୍ତାରେ ଯାତ୍ରାକୁ ନିରାପଦ ସହିତ ସୁଖଦ କରିବାକୁ ଏକ ଚମତ୍କାର ଯୋଜନା ପ୍ରସ୍ତୁତ କରିଛି ଉତ୍ତର ପ୍ରଦେଶ ଲୋକ ନିର୍ମାଣ ବିଭାଗ। ଏନେଇ ଏକ ଭୌଗୋଳିକ ସୂଚନା ପ୍ରଣାଳୀ ଆଧାରିତ ପ୍ଲାଟଫର୍ମ ବିକାଶିତ କରୁଛି ବିଭାଗ। ଯାହା ମାଧ୍ୟମରେ ଲୋକେ ରାସ୍ତାର ପ୍ରକୃତ ସ୍ଥିତି ବାବଦରେ ଅବଗତ ହୋଇପାରିବେ।


COMMERCIAL BREAK
SCROLL TO CONTINUE READING

ଏଣିକି ଯାତ୍ରା ବେଳେ ଗ୍ଲୋବାଲ ପୋଜିସନ ସିଷ୍ଟମ (Global Positioning System) ଜିପିଏସ (GPS) ବ୍ୟବସ୍ଥାର ବ୍ୟବହାର କରିବେ ନାହିଁ ଲୋକେ। ଏହାର ବିକଳ୍ପ ଭାବେ ସାମ୍ନାକୁ ଆସିଛି ଭୌଗୋଳିକ ସୂଚନା ପ୍ରଣାଳୀ (Geographic Information System) ଜିଆଇଏସ (GIS)। ଯାତ୍ରାକୁ ନିରାପଦ ସହିତ ସୁଖଦ କରିବାକୁ ଏପରି ଏକ ଚମତ୍କାର ଯୋଜନା ପ୍ରସ୍ତୁତ କରିଛି ଉତ୍ତର ପ୍ରଦେଶ (Uttar Pradesh) ଲୋକ ନିର୍ମାଣ ବିଭାଗ (Public Works Department)। ଏନେଇ ଜିଆଇଏସ ଆଧାରିତ ପ୍ଲାଟଫର୍ମ ବିକଶିତ କରିଛି ବିଭାଗ (UP PWD)। ଏହି ପ୍ଲାଟଫର୍ମ ମାଧ୍ୟମରେ ଲୋକେ ଯାତ୍ରା ଆରମ୍ଭ କରିବା ପୂର୍ବରୁ ରାସ୍ତାର ଅବସ୍ଥା ବାବଦରେ ସଠିକ୍ ସୂଚନା ପାଇପାରିବେ।


ଏ ସମ୍ପର୍କରେ ଗଣମାଧ୍ୟମରେ ପ୍ରତିକ୍ରିୟା ରଖିଛନ୍ତି ୟୁପି ପିଡବଲ୍ୟୁଡି଼ ମୁଖ୍ୟ ଶାସନ ସଚିବ ନରେନ୍ଦ୍ର ଭୂଷଣ (UP PWD Principal Secretary Narendra Bhooshan)। ଏନେଇ ସଚିବ କହିଛନ୍ତି ଯେ ଆଭ୍ୟନ୍ତରୀଣ କାର୍ଯ୍ୟ ପାଇଁ ଜିଆଇଏସ ଆଧାରିତ ବ୍ୟବସ୍ଥା ବ୍ୟବହାର କରାଯାଉଛି। ଯେପରିକି ଇଣ୍ଟରନେଟ୍ ବ୍ୟବହାରକାରୀଙ୍କ ପାଇଁ ଖର୍ଚ୍ଚ ମେଟ୍ରିକ୍ ସହିତ ସିଷ୍ଟମ ରେ ଥିବା ତଥ୍ୟକୁ ଅପଡେଟ୍ କରିବା ଏବଂ ଏକ ନାଭିଗେସନ୍ ପ୍ୟାନେଲ୍ ଯୋଗାଇବାର ବ୍ୟବସ୍ଥା ରହିବ। ଏହାକୁ ତଦାରଖ କରିବା ପାଇଁ ୩ ଲକ୍ଷ କିଲୋମିଟରର ଏକ ରୋଡ୍ ନେଟୱାର୍କ ରହିବ। ବିଭାଗ ୫୫ ହଜାର କିଲୋମିଟର ରାଜ୍ୟ ରାଜପଥ ଏବଂ ଏହା ଅଧିନରେ ରହିଥିବା ଅନ୍ୟ ସଡ଼କର ସବିଶେଷ ତଥ୍ୟକୁ ଏକତ୍ର କରୁଛି।


ପିଡବଲ୍ୟୁଡି଼ ବିଭାଗ ଦ୍ୱାରା ଠିକା ଦେବା ବୈଷୟିକ ମୂଲ୍ୟାଙ୍କନ ସଫ୍ଟୱେର୍ ସିଷ୍ଟମ୍ 'ପ୍ରହରୀ' ଆରମ୍ଭ ହୋଇଛି। ଏ, ବି, ସି ଏବଂ ଡି ବର୍ଗରେ ଆସୁଥିବା ସମସ୍ତ ଠିକାଦାରଙ୍କୁ ୨ ବର୍ଷ ପୂର୍ବେ ଆରମ୍ଭ ହୋଇଥିବା ଏହି ସଫ୍ଟୱେୟାର ବାବରେ ତାଲିମ ଦିଆଯାଇଛି। ଠିକାଦାରଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ବୈଷୟିକ ନିଲାମୀକୁ ପୂର୍ବରୁ ମାନବୀୟ ରୂପରେ ମୂଲ୍ୟାଙ୍କନ କରାଯାଇଛି। ବରିଷ୍ଠ ଅଧିକାରୀଙ୍କପ ପକ୍ଷପାତିତା ସମ୍ବନ୍ଧୀୟ ଅଭିଯୋଗ କରାଯାଇଛି। ପ୍ରହରୀ କେବଳ ବୈଜ୍ଞାନିକ ମୂଲ୍ୟାଙ୍କନ ପ୍ରଣାଳୀ ଆଣି ନାହିଁ, ବରଂ ଏହା ମଧ୍ୟ ସୁନିଶ୍ଚିତ କରିଛି ଯେ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ପ୍ରକ୍ରିୟା ସମାପ୍ତ ହୋଇଛି। ସବୁଠାରୁ ଉପଯୁକ୍ତ ବିଡର ଚୟନ କରାଯାଇଛି।