Tunnel Rescue Update: ଉତ୍ତରାଖଣ୍ଡର ଉତ୍ତରକାଶୀର ସୁଡଙ୍ଗରେ ଗତ ୧୭ ଦିନ ହେଲା ଫଶିରହିଛନ୍ତି ଶ୍ରମିକ ।  ୪୧ ଶ୍ରମିକଙ୍କୁ ଏହି ସୁଡଙ୍ଗରୁ ବାହାର କରିବାକୁ ଉଦ୍ୟମ ଜାରି ରହିଛି ଏହାସହ ପୂରା ଦେଶ ଏମାନଙ୍କ ସୁରକ୍ଷିତ ଉଦ୍ଧାର ନେଇ ପ୍ରାର୍ଥନା ମଧ୍ୟ କରୁଛି। ଅଗର ମେସିନ ଖରାପ ହେବା ପରେ ଶ୍ରମିକଙ୍କୁ ବାହାର କରିବାକୁ ଭର୍ଟିକାଲ ଡ୍ରିଲିଂ କାମ ସହ ରାଟ୍ ମାଇନିଂ କାମ ମଧ୍ୟ ଚାଲିଛି। ଭାରତୀୟ ସେନା ବି ଏବେ ଉଦ୍ଧାର କାର୍ଯ୍ୟ ଅପରେସନରେ ସାମିଲ ହୋଇଛି। ନଭେମ୍ବର ୧୨ରେ, ୟମୁନୋତ୍ରୀ ଜାତୀୟ ରାଜପଥରେ ନିର୍ମିତ ଶିଲ୍କ୍ୟାର ଟନେଲର ଏକ ଅଂଶ ଭୁଶୁଡି ପଡିଥିଲା। ଶ୍ରମିକମାନଙ୍କୁ ଉଦ୍ଧାର କରିବା ପାଇଁ ଯୁଦ୍ଧ କାର୍ଯ୍ୟ ଚାଲିଛି ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜେ ସିଏମ ପୁଷ୍କର ସିଂ ଧାମିଙ୍କ ସହ ଉଦ୍ଧାର କାର୍ଯ୍ୟ ଉପରେ ତଦାରଖ କରୁଛନ୍ତି। ବର୍ତ୍ତମାନ, ୪୦ ପ୍ରତିଶକ ଭୂଲମ୍ବ ଖନନ କାର୍ଯ୍ୟ ସମାପ୍ତ ହୋଇଛି। 


COMMERCIAL BREAK
SCROLL TO CONTINUE READING

ଶିଲ୍କ୍ୟାରା ଟନେଲ୍ ଉଦ୍ଧାର କାର୍ଯ୍ୟରେ ରାଟ୍ ମାଇନିଂ (Rat Mining) କୌଶଳ ବ୍ୟବହୃତ ହେଉଛି । ଟନେଲରେ ଥିବା ଆବର୍ଜନା ତଥା ପଥର ଗୁଣ୍ଡକୁ  ହାତରେ ସଫା କରାଯାଉଛି। ଯଦି ବି କୌଣସି ବାଧା ବା ପ୍ରତିବନ୍ଧକ ଦେଖାଯାଏ, ତେବେ ଏହାକୁ ବି ମେସିନ୍ ଦ୍ୱାରା କାଟି ଦିଆଯିବ ଏବଂ ତା’ପରେ ମେସିନ୍ ଭିତରେ ପାଇପ୍ ଭର୍ତ୍ତି କରାଯିବ । ଶେଷ ୧୦ ରୁ ୧୨ ମିଟର ଟନେଲରେ ଥିବା ପଥର ଖଣ୍ଡକୁ ହାତ ସାହାଯ୍ୟରେ ସଫା କରାଯାଉଛି । ଶ୍ରମିକମାନଙ୍କୁ ପାଇପ୍ ମାଧ୍ୟମରେ ରନ୍ଧା ଓ ଶୁଖିଲା ଖାଦ୍ୟ ଏବଂ ଔଷଧ ଯୋଗାଇ ଦିଆଯାଉଛି। ଆଣ୍ଟି ଡିପ୍ରେସନ ଡୋଜ ମଧ୍ୟ ଶ୍ରମିକମାନଙ୍କୁ ଦିଆଯାଉଛି ଯାହା ଦ୍ୱାରା ସେମାନେ ଅବସାଦରେ ଯେମିତି ନରୁହନ୍ତି। 


ସେପଟେ ସମସ୍ତ ପ୍ରସ୍ତୁତି ଶେଷ ସରିଛି। ଭର୍ଟିକାଲ ଡ୍ରିଲିଂ ର (Vertical Drilling)କାମ ଶେଷ ହେବା ପରେ ଉଦ୍ଧାର ୪୧ ଶ୍ରମିକଙ୍କୁ ଏୟାରଲିଫ୍ଟ କରାଯିବ। ସୁଡଙ୍ଗ ବାହାରେ ଆମ୍ବୁଲାନ୍ସ ସହ ମେଡିକାଲ ଟିମ୍ ଉପସ୍ଥିତ ରହିଛି। ଟନେଲରୁ ବାହାରକୁ ଆସିବା ମାତ୍ରେ ତୁରନ୍ତ ଶ୍ରମିକ ମାନଙ୍କୁ ପ୍ରାଥମିକ ଚିକିତ୍ସା ଦିଆଯିବ। ୪୧ ଜୀବନ ବଞ୍ଚାଇବାକୁ ପୂରା ଦେଶରେ ପ୍ରାର୍ଥନା କରାଯାଉଛି।  ଦେବ ଦୀପାବଳି ଓ କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଦେଶର ବିଭିନ୍ନ ସ୍ଥାନରେ ଦୀପ ଜଳାଇ ବିଶେଷ ପ୍ରାର୍ଥନା କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତ ୧୫ ଦିନ ହେଲାଣି ଶ୍ରମିକ ମାନେ ଯେପରି ସୁରକ୍ଷିତ ଭାବେ ଉଦ୍ଧାର ହେବେ ସେନେଇ Koti Deepothsavam ରେ ପ୍ରାର୍ଥନା କରିଛନ୍ତି।


ଶ୍ରମିକଙ୍କ ପରିବାରର ଅବସ୍ଥା ନକହିଲେ ଭଲ କାରଣ ଦୀର୍ଘ ୧୭ ଦିନ ହେଲାଣି ଶ୍ରମିକ ମାନଙ୍କ ଜୀବନକୁ ନେଇ ସେମାନଙ୍କ ପରିବାର ଆଶା ଆଶଙ୍କାରେ। ବରିଷ୍ଠ ଅଧିକାରୀମାନେ ସେମାନଙ୍କ ସହ ନିରନ୍ତର ଯୋଗାଯୋଗରେ ଅଛନ୍ତି। ପ୍ରଧାନମନ୍ତ୍ରୀଙ୍କ (Prime Minister)  ମୁଖ୍ୟ ସଚିବ ପ୍ରମୋଦ କୁମାର ମିଶ୍ର ଟନେଲ ଦୁର୍ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି। କେନ୍ଦ୍ର ଗୃହ ସଚିବ ଅଜୟ କୁମାର ଭାଲା ଏବଂ ଉତ୍ତରପ୍ରଦେଶ ମୁଖ୍ୟ ଶାସନ ସଚିବ ଏସ୍ S ସାନ୍ଧୁ ମଧ୍ୟ ଘଟଣାସ୍ଥଳର ଯାଞ୍ଚ କରିଛନ୍ତି। ଏହି ତିନିଜଣ ବରିଷ୍ଠ ଅଧିକାରୀ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଦଳ, ଉଚ୍ଚ ସ୍ତରର ଅଧିକାରୀ ଏବଂ ଡାକ୍ତରୀ ବିଶେଷଜ୍ଞଙ୍କ ସହ ଆଲୋଚନା କରିଛନ୍ତି। ମୁଖ୍ୟ ଶାସନ ସଚିବ ମିଶ୍ର ମଧ୍ୟ ଶ୍ରମିକଙ୍କ ପରିବାର ସହ କଥା ହୋଇଥିଲେ।


Also Read: Laser Scanning: ଆଜି ରତ୍ନଭଣ୍ତାର ବାହାର କାନ୍ଥରେ ହେବ ଲେଜର ସ୍କାନିଂ


Also Read: New Rule Changes: ଡିସେମ୍ବର ପହିଲାରୁ ବଦଳିବାକୁ ଯାଉଛି ଏହି ସବୁ ନିୟମ, ସିମ କାର୍ଡ କିଣିବା ହେବନି ସହଜ