Vadodara Communal Clash: ଗଣେଶ ପୂଜା ଅବସରରେ ଆୟୋଜିତ ହୋଇଥିବା ଶୋଭାଯାତ୍ରା ବେଳେ ଘଟିଯାଇଛି ସାମ୍ପ୍ରଦାୟିକ ସଂଘର୍ଷ। ଗତକାଲି ରାତିରେ ଗୁଜୁରାଟ ଭଦୋଦରା ଠାରେ ଗଣେଶ ଶୋଭାଯାତ୍ରା ସମୟରେ ଦୁଇ ସମ୍ପ୍ରଦାୟର ଲୋକଙ୍କ ମଧ୍ୟରେ ହୋଇଥିଲା ସାମ୍ପ୍ରଦାୟିକ ସଂଘର୍ଷ। ଏହି ଘଟଣା ସମ୍ପର୍କରେ ପ୍ରତିକ୍ରିୟା ରଖି ପୋଲିସ ପକ୍ଷରୁ କୁହାଯାଇଛି ଯେ ସାମ୍ପ୍ରଦାୟିକ ସଂଘର୍ଷ ସମୟରେ ପଥର ମାଡ଼ କରାଯାଇଥିଲା। ହେଲେ ଶୋଭାଯାତ୍ରା ବେଳେ ପଥର ଫିଙ୍ଗି କାରଣରୁ କୌଣସି ଲୋକ ଆହତ ହୋଇନାହାଁନ୍ତି। ସୋମବାର ବିଳମ୍ବିତ ରାତିରେ ଘଟିଥିବା ଏହି ଘଟଣାରେ ପୋଲିସ ବର୍ତ୍ତମାନ ପର୍ଯ୍ୟନ୍ତ ୧୩ ଜଣ ଲୋକଙ୍କୁ ଅଟକ ରଖିଛି।


COMMERCIAL BREAK
SCROLL TO CONTINUE READING

ଗଣେଶ ପୂଜା ଅବସରରେ ଆୟୋଜିତ ହୋଇଥିବା ଶୋଭାଯାତ୍ରା (Ganesh Puja Procession) ବେଳେ ଘଟିଥିବା ସାମ୍ପ୍ରଦାୟିକ ସଂଘର୍ଷ ଘଟଣାରେ ପ୍ରତିକ୍ରିୟା ରଖି ଭଦୋଦରା ପୋଲିସ (Vadodara Police) ପକ୍ଷରୁ କୁହାଯାଇଛି ଯେ ଦଙ୍ଗା କରିବା ତଥା ବେଆଇନ ଭାବେ ଲୋକଙ୍କୁ ଏକାଠି କରିବାକୁ ନେଇ  ଉଭୟ ସମ୍ପ୍ରଦାୟର ଲୋକଙ୍କ ବିରୋଧରେ ଭଦୋଦରା ନଗର ପୋଲିସ ଥାନରେ ପ୍ରାଥମିକ ମାମଲା ଦାଏର କରାଯାଇଛି। ଦଙ୍ଗା, ବେଆଇନ ସଭା ପାଇଁ ପୋଲିସ ଉଭୟ ସମ୍ପ୍ରଦାୟର ଲୋକଙ୍କ ବିରୋଧରେ ମାମଲା ରୁଜୁ କରିଛି। ଭାରତୀୟ ଦଣ୍ଡ ସଂହିତା ଧାରା ୧୪୩ ବେଆଇନ ଭାବେ ଲୋକଙ୍କୁ ଏକାଠି କରିବା, ଧାରା ୧୪୭ ଦଙ୍ଗା, ଧାରା ୩୩୬ ମାନବ ଜୀବନ କିମ୍ବା ବ୍ୟକ୍ତିଗତ ସୁରକ୍ଷାକୁ ବିପଦରେ ପକାଇବା, ଧାରା ୨୯୫ ଧାର୍ମିକ ସ୍ଥଳକୁ ଅପବ୍ରିତ କରିବା ସହିତ ବିଭିନ୍ନ ଧାରାରେ ମାମଲା ରୁଜୁ କରାଯାଇଥିଲା। 


ଏହି ଘଟଣାରେ ପ୍ରତିକ୍ରିୟା ରଖି ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ ସୋମବାର ରାତି ପ୍ରାୟ ୧୧ ଟା ୧୫ ମିନିଟ ସମୟରେ ସାମ୍ପ୍ରଦାୟିକତା ଦୃଷ୍ଟିକୋଣରୁ ସମ୍ବେଦନଶୀଳ ଭଦୋଦରା ସହରର ମାଣ୍ଡବୀ ଅଞ୍ଚଳରେ (Vadodara City Mandvi Area) ଥିବା ପାନିଗେଟ୍ ଠାରେ ଗଣେଶ ଶୋଭାଯାତ୍ରା ଚାଲିଥିଲା। ଯେତେବେଳେ ହଠାତ୍ ଉଭୟ ସମ୍ପ୍ରଦାୟର ଲୋକଙ୍କ ମଧ୍ୟରେ କୌଣସି କାରଣକୁ ନେଇ ବିବାଦ ଦେଖାଯିବା ପରେ ମୁହାଁମୁହିଁ ପରିସ୍ଥିତି ଉପୁଜିଥିଲା। ଏହା ପରେ ପଥର ମାଡ଼ କରାଯାଇଥିଲା। ଏହି ସମୟରେ ଘଟଣାସ୍ଥଳରେ ରହିଥିବା ଏକ ମସଜିଦର ମୁଖ୍ୟ ପ୍ରବେଶ ପଥରେ ଥିବା କାଚକୁ ଭାଙ୍ଗି ଦିଆଯାଇଥିଲା।


Also Read: Karnataka: ଗଣେଷ ପୂଜା ବିରୋଧରେ ସୁପ୍ରିମକୋର୍ଟରେ ପହଞ୍ଚିଲା କର୍ଣ୍ଣାଟକ ୱାକଫ ବୋର୍ଡ


ଗଣେଶ ଶୋଭାଯାତ୍ରା ବେଳେ ସାମ୍ପ୍ରଦାୟିକ ସଂଘର୍ଷ ଏବଂ ପଥର ମାଡ଼ ଭଳି ଘଟଣା ଘଟିବା ପରେ ଘଟଣାସ୍ଥଳରେ ପୋଲିସ ବଳ ସଂଖ୍ୟା ବଢାଇ ଦିଆଯାଇଛି। ଆଇନ ଶୃଙ୍ଖଳା ବଜାୟ ରଖିବା ପାଇଁ ଏହି ଅଞ୍ଚଳରେ କ୍ରମାଗତ ପାଟ୍ରୋଲିଂ କରାଯାଉଛି ବୋଲି ଯୁଗ୍ମ ପୋଲିସ କମିଶନର ଚିରାଗ କୋରାଡିଆ କହିଛନ୍ତି। ବର୍ତ୍ତମାନ ଘଟଣାସ୍ଥଳରେ ପରିସ୍ଥିତି ନିୟନ୍ତ୍ରଣଧିନ ଏବଂ ଶାନ୍ତିପୂର୍ଣ୍ଣ ରହିଛି। କ୍ରାଇମ ବ୍ରାଞ୍ଚ ଏହି ଘଟଣାର ଅନୁସନ୍ଧାନ କରୁଛି। ଏହା ସହିତ ଲୋକଙ୍କୁ କୌଣସି ପ୍ରକାର ଗୁଜବ ଠାରୁ ଦୂରରେ ରହିବାକୁ ନିବେଦନ କରାଯାଉଛି।


କେବଳ ଗଣେଶ ପୂଜା ନୁହେଁ ଗତ ଅପ୍ରେଲ ମାସରେ ରାମ ନବମୀ ଅବସରରେ ଆୟୋଜିତ ହୋଇଥିବା ଶୋଭାଯାତ୍ରା ବେଳେ ଗୁଜୁରାଟର ବିଭିନ୍ନ ସ୍ଥାନରେ ସାମ୍ପ୍ରଦାୟିକ ସଂଘର୍ଷ ହୋଇଥିଲା। ସେତେବେଳେ ସ୍ଥିତି ନିୟନ୍ତ୍ରଣ କରିବାକୁ ଯାଇ ଗୁଜୁରାଟ ପୋଲିସ ରାଜ୍ୟରେ ଯେଉଁ ସ୍ଥାନରେ ସାମ୍ପ୍ରଦାୟିକ ସଂଘର୍ଷ ଭଳି ଘଟଣା ଘଟିଥିଲା ସେଠାରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିଥିଲା।