Vande Bharat Express Accident, ନୂଆଦିଲ୍ଲୀ: ମୁମ୍ବାଇ-ଗାନ୍ଧୀନଗର ବନ୍ଦେ ଭାରତ ଦୁର୍ଘଟଣା ମାମଲାରେ ଏକ ଟ୍ୱିଷ୍ଟ ଆସିଛି। ଦୁର୍ଘଟଣାରେ ମୃତ ମଇଁଷିଙ୍କ ମାଲିକ ନାମରେ ଏତଲା ଦିଆଯାଇଛି। ଗୁରୁବାର ସନ୍ଧ୍ୟାରେ ରେଳବାଇ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଟ୍ରେନର କ୍ଷତିଗ୍ରସ୍ତ ଅଂଶକୁ ମୁମ୍ବାଇରେ ବଦଳାଯାଇ ନୂଆ ପାର୍ଟ ଲଗାଯାଇଛି ବୋଲି ପଶ୍ଚିମତଟ ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି।


COMMERCIAL BREAK
SCROLL TO CONTINUE READING

ପଶ୍ଚିମତଟ ରେଳବାଇର ଅହମ୍ମଦାବାଦ ଡିଭିଜନ ପ୍ରବକ୍ତା, ଜିତେନ୍ଦ୍ର କୁମାର ଜୟନ୍ତ କହିଛନ୍ତି ଯେ, ଗୁରୁବାର ସକାଳ ପ୍ରାୟ ୧୧ଟା ୧୫ରେ ଅହମ୍ମଦାବାଦ ନିକଟରେ ମୁମ୍ବାଇ-ଗାନ୍ଧୀନଗର ବନ୍ଦେ ଭାରତ ଟ୍ରେନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଅହମ୍ମଦାବାଦ ଅଭିମୁଖେ ଯାଉଥିବା ବେଳେ ଭାତାଭା ଓ ମଣିନଗର ମଝିରେ ଟ୍ରେନ ଏକ ମଇଁଷି ଦଳକୁ ଧକ୍କା ଦେଇଥିଲା। ଏଥିରେ ଟ୍ରେନର ଆଗ୍ରଭାଗ ଭାଙ୍ଗି ଯାଇଥିବା ବେଳେ ୪ଟି ମଇଁଷିଙ୍କ ମୃତ୍ୟୁ ହୋଇଥିଲା। ଏହି ଘଟଣାରେ ରେଳବାଇ ପୋଲିସ ମଇଁଷିଙ୍କ ଅଜ୍ଞାତ ମାଲିକ ବିରୋଧରେ ମାମଲା ରୁଜୁ କରିଛି।


Also Read: Vande Bharat Train: ଗାଇଗୋରୁଙ୍କ ଧକ୍କା ସମ୍ଭାଳି ପାରିଲା ନାହିଁ ଟ୍ରେନ, ହେଲା ଏପରି କିଛି ଅବସ୍ଥା


ରେଳବାଇ ପୋଲିସର ଜଣେ ବରିଷ୍ଠ ଅଧିକାରୀଙ୍କ କହିବା ହେଲା, ରେଳବାଇ ଅଧିନିୟମ ୧୯୮୯ର ଦଫା ୧୪୭ ଅନୁଯାୟୀ ମାମଲା ରୁଜୁ କରାଯାଇଛି। ଏହି ନିୟମ ଅନୁସାରେ ବିନାଅନୁମତିରେ ରେଳବାଇର ସମ୍ପତ୍ତିରେ ପ୍ରବେଶ କିମ୍ବା ତାହାର ଅପବ୍ୟବହାର ଦଣ୍ଡନୀୟ ଅପରାଧ। ଗୁରୁବାର ସନ୍ଧ୍ୟାରେ ଅଜ୍ଞାତ ବ୍ୟକ୍ତିଙ୍କ ନାମରେ ଏତଲା ପଞ୍ଜିକରଣ ହୋଇଛି।  ବର୍ତ୍ତମାନ ସୁଦ୍ଧା ମଇଁଷିର ମାଲିକଙ୍କୁ ଚିହ୍ନଟ କରାଯାଇପାରିନାହିଁ। କି କୌଣସି ବ୍ୟକ୍ତି ମୃତ ମଇଁଷିଙ୍କୁ ନେବା ପାଇଁ ଆସନଥିବା ସୂଚନା ମିଳିଛି। 


ସୂଚନାଯୋଗ୍ୟ, ଆଜକୁ ଠିକ ସପ୍ତାହେ ପୂର୍ବେ ସେପ୍ଟେମ୍ବର ୩୦ ତାରିଖରେ ଗୁଜୁରାଟ ଗାନ୍ଧୀନଗରରୁ ମୁମ୍ବାଇ ରୁଟରେ ନୂଆ ସେଣ୍ଟ୍ରାଲ ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ ହୋଇଥିଲା। ଖୋଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାର ଲୋକାର୍ପଣ କରିଥିଲେ। ଏହା ଏକ ସେମି ହାଇସ୍ପିଡ ଟ୍ରେନ। ଏଥିରେ ଉନ୍ନତମାନର ବୈଶିଷ୍ଟ ରହିଛି। ବନ୍ଦେ ଭାରତ ଏକ୍ସପ୍ରେସ ଦୁଇ ଫୁଟ ବନ୍ୟା ପାଣିରେ ମଧ୍ୟ ଏହା ଟ୍ରାକରେ ସହଜରେ ଗଡିବ। ଅଟୋମେଟିକ ଫାୟର ସେନ୍ସର, ସିସିଟିଭ କ୍ୟାମେରା, ମାଗଣା ଇଣ୍ଟେନେଟ ସେବା, ତିନି ଘଣ୍ଟା ବ୍ୟାଟେରୀ ବ୍ୟାକଅପ ସହ ଜିପିଏସ ସିଷ୍ଟମ ରହିଛି।