Kerala Vegetarian Crocodile: ରବିବାର ବିଳମ୍ବିତ ରାତିରେ ପ୍ରାଣ ହରାଇଛି ଦଶକ ପୁରୁଣା ଶାକାହାରୀ କୁମ୍ଭୀର। ଯିଏ ବିଗତ ୭୦ ବର୍ଷ ଧରି ଶ୍ରୀ ଅନନ୍ତ ପଦ୍ମନାଭ ସ୍ୱାମୀ ମନ୍ଦିର ହ୍ରଦରେ ରହୁଥିଲା। ଏହି କୁମ୍ଭୀରର ଏକ ସ୍ୱତନ୍ତ୍ର ପରିଚୟ ରହିଛି। ଏନେଇ ଦାବି କରାଯାଏ ଯେ ଏହି କୁମ୍ଭୀର ହେଉଛି ସମ୍ପୂର୍ଣ୍ଣ ଶାକାହାରୀ। ମନ୍ଦିର ଅଧିକାରୀ କହିଛନ୍ତି ଯେ ବିଗତ ୭୦ ବର୍ଷ ଧରି ମନ୍ଦିର ହ୍ରଦରେ ରହୁଥିବା ଏହି କୁମ୍ଭୀର 'ବବିଆ' ନାମରେ ଜଣାଶୁଣା ଥିଲା। ଗତ ଶନିବାର ଠାରୁ ନିଖୋଜ ହୋଇ ଯାଇଥିଲା ବବିଆ।


COMMERCIAL BREAK
SCROLL TO CONTINUE READING

ଶ୍ରୀ ଅନନ୍ତ ପଦ୍ମନାଭ ସ୍ୱାମୀ ମନ୍ଦିର (Shree Ananthapadmanabha Swamy Temple) ଅଧିକାର କହିବା କଥା, ରବିବାର ରାତି ୧୧.୩୦ ମିନିଟ ସମୟରେ ମୃତ କୁମ୍ଭୀର ହ୍ରଦରେ ଭାସୁଥିବା ଦେଖିବାକୁ ମିଳିଥିଲା। ମନ୍ଦିର ପ୍ରଶାସନ ଏହି ଘଟଣା ସମ୍ପର୍କରେ ପୋଲିସ ଏବଂ ପଶୁପାଳନ ବିଭାଗକୁ ଜଣାଇଥିଲା। ମୃତ କୁମ୍ଭୀରକୁ ହ୍ରଦରୁ ବାହାର କରି ଏକ ବାକ୍ସ ମଧ୍ୟରେ ରଖା ଯାଇଥିଲା। ବିଭିନ୍ନ ରାଜନେତାଙ୍କ ସମେତ ଅନେକ ଲୋକ ସୋମବାର ମୃତ କୁମ୍ଭୀରର ଶେଷ ଦର୍ଶନ କରିଛନ୍ତି।


ମନ୍ଦିର ଅଧିକାରୀ ଦାବି କରିଛନ୍ତି ଯେ, ମୃତକ କୁମ୍ଭୀର ବବିୟା ହେଉଛି ସମ୍ପୂର୍ଣ୍ଣ ଶାକାହାରୀ। ଯିଏ ମନ୍ଦିରରେ ନିର୍ମିତ ପ୍ରସାଦ ଉପରେ ନିର୍ଭରଶୀଳ। କେନ୍ଦ୍ରମନ୍ତ୍ରୀ ଶୋଭା କରାନ୍ଦାଲାଜେ (Union Minister Shobha Karandlaje) କହିଛନ୍ତି, "ବିଗତ ୭୦ ବର୍ଷରୁ ଅଧିକ ସମୟ ଧରି ମନ୍ଦିରରେ ରହି ଆସୁଥିବା ଭଗବାନଙ୍କ ଏହି କୁମ୍ଭୀରକୁ ସଦଗତି ପ୍ରାପ୍ତ ହେଉ। "


କେରଳ ବିଜେପି ଅଧ୍ୟକ୍ଷ କେ. ସୁରେନ୍ଦ୍ରନ (Kerala BJP President K Surendran) ଏକ ଫେସବୁକ୍ ପୋଷ୍ଟରେ କୁମ୍ଭୀରକୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଏନେଇ ସେ କହିଛନ୍ତି, "ବବିଆ ଚାଲିଯାଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ଦଶନ୍ଧି ଧରି କୁମ୍ବଲା ଅନନ୍ତପୁରମ୍ ମହାବିଷ୍ଣୁ ମନ୍ଦିରରେ ଏକ ନିରନ୍ତର ଉପସ୍ଥିତି ରହିଥିଲା। ଲକ୍ଷ ଲକ୍ଷ ଭକ୍ତ ଏହାକୁ ପ୍ରଭୁଙ୍କ ପ୍ରତିମୂର୍ତ୍ତି ଭାବରେ ଗ୍ରହଣ କରିଥିଲେ। ପ୍ରଣାମ।"


ମହାବିଷ୍ଣୁ ମନ୍ଦିର ଉତ୍ତର କେରଳର କାସରଗୋଡ଼ କୁମ୍ବଲା ନିକଟସ୍ଥ ଅନନ୍ତପୁରା ଠାରେ ଅବସ୍ଥିତ। ମନ୍ଦିର ୱେବସାଇଟ୍ ଅନୁଯାୟୀ, ଏହି ମନ୍ଦିର ରାଜଧାନୀ ତିରୁବନନ୍ତପୁରମ ଠାରେ ଥିବା ଶ୍ରୀ ଅନନ୍ତ ପଦ୍ମନାଭ ସ୍ୱାମୀ ମନ୍ଦିରର ମୂଳ ଉତ୍ସ 'ମୂଳସ୍ଥାନମ୍' ଭାବରେ ଜଣାଶୁଣା।


ପରମ୍ପରା ଅନୁଯାୟୀ ହ୍ରଦରେ କେବଳ ଗୋଟିଏ କୁମ୍ଭୀର ବାସବାସ କରିଥାଏ। ବହୁ ବୃଦ୍ଧଙ୍କ ସ୍ମୃତିରେ ବର୍ତ୍ତମାନର କୁମ୍ଭୀର ହେଉଛି ତୃତୀୟ। ଯାହାକୁ ବର୍ତ୍ତମାନ ଦେଖାୟାଇଛି। ଯେତେବେଳେ ଗୋଟିଏ କୁମ୍ଭୀରର ମୃତ୍ୟୁ ହୋଇଯାଏ ତାହେଲେ ଅନ୍ୟ ଏକ କୁମ୍ଭୀର ଏହି ମନ୍ଦିର ହ୍ରଦରେ ଦୃଶ୍ୟମାନ ହୋଇଥାଏ। ଯାହା ଏକ ଅବିସ୍ମରଣୀୟ ଘଟଣା। 


ଯେଉଁଠି ଏହି କୁମ୍ଭୀର ରହୁଛି ସେଠାରେ କୌଣସି ନଦୀ କିମ୍ବା ପୋଖରୀ ନାହିଁ। କୁମ୍ଭୀର ବନ୍ଧୁତ୍ୱପୂର୍ଣ୍ଣ ଏବଂ ମଣିଷ ପାଇଁ କ୍ଷତିକାରକ ନୁହେଁ। ମହାବିଷ୍ଣୁ ମନ୍ଦିର ଚାରିପାଖରେ ରହିଥିବା ହ୍ରଦରେ ଏହାର ଉପସ୍ଥିତି ଭଗବତ ପୁରାଣର ଏକ ପ୍ରସିଦ୍ଧ ଗଜେନ୍ଦ୍ର ମୋକ୍ଷ କାହାଣୀକୁ ମନେ ପକାଇଥାଏ।