ନୂଆଦିଲ୍ଲୀ: ଭେଟେରାନ ସାମ୍ବାଦିକ ବିନୋଦ ଦୁଆଙ୍କ (Vinod Dua) ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୬୭ ବର୍ଷ ବୟସ ହୋଇଥିଲା । ସେ ଗତ କିଛି ଦିନ ହେବ ଗୁରୁତର ଅସୁସ୍ଥ ହୋଇ ଦିଲ୍ଲୀ ଡାକ୍ତରଖାନାରେ ଆଇସିୟୁରେ ଭର୍ତ୍ତି ହୋଇଥିଲେ । ବିନୋଦ ଦୁଆଙ୍କ ଝିଅ ତଥା ଅଭିନେତ୍ରୀ ମଲ୍ଲିକା ଦୁଆ ତାଙ୍କ ମୃତ୍ୟୁକୁ ନିଶ୍ଚିତ କରିଛନ୍ତି ।


COMMERCIAL BREAK
SCROLL TO CONTINUE READING

ମଲ୍ଲିକା ଦୁଆ କହିଛନ୍ତି ଯେ ପିତାଙ୍କ ଶେଷ ରୀତି ରବିବାର ଦିନ ୧୨ ଟା ସମୟରେ କରାଯିବ । ବିନୋଦ ଦୁଆ ଚଳିତ ବର୍ଷ ପ୍ରାରମ୍ଭରେ କୋଭିଡ -୧୯ ରେ (Coronavirus) ସଂକ୍ରମିତ ହୋଇଥିଲେ ଏବଂ ଅବସ୍ଥା ବିଗିଡିଯିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।



ଭାରତରେ କୋଭିଡର ଦ୍ୱିତୀୟ ଲହର ସମୟରେ ବିନୋଦ ଦୁଆ ଓ ତାଙ୍କ ପତ୍ନୀ ପଦ୍ମାବତୀ ଚିନ୍ନା ଦୁଆ ମଧ୍ୟ ସଂକ୍ରମିତ ହୋଇଥିଲେ । ଉଭୟଙ୍କୁ ଗୁରୁଗ୍ରାମର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କୋଭିଡ ସହ ଦୀର୍ଘ ଦିନର ଯୁଦ୍ଧ ପରେ ଚିନ୍ନାଙ୍କ ଜୁନ୍ ମାସରେ ମୃତ୍ୟୁ ଘଟିଥିଲା ।


କିଛି ଦିନ ପରେ ବିନୋଦ କୋଭିଡକୁ ପରାସ୍ତ କରିବାରେ ସଫଳ ହୋଇଥିଲେ । ଭାରତୀୟ ଟିଭି ସାମ୍ବାଦିକତାର ବିନୋଦ ଦୁଆ ଅନ୍ୟତମ ପୁରାତନ ଚେହେରା ଥିଲେ । ଦୂରଦର୍ଶନ ସହ କାମ କରିବା ପରେ ସେ ଦୀର୍ଘ ସମୟ ପର୍ଯ୍ୟନ୍ତ NDTV ଚ୍ୟାନେଲରେ ମଧ୍ୟ କାମ କରିଥିଲେ । ପରେ ସେ ଡିଜିଟାଲ୍ ସାମ୍ବାଦିକତା ଆଡକୁ ମନ ବଳାଇଥିଲେ । ବିନୋଦ ଦୁଆ ଦୁଇ ଝିଅ- ବକୁଲ ଦୁଆ ଏବଂ ମଲ୍ଲିକା ଦୁଆ ଅଛନ୍ତି ।