ନୂଆଦିଲ୍ଲୀ: Voice-based financial transaction: ଭଏସ୍ ଆଧାରିତ ଆର୍ଥିକ କାରବାର ଶୀଘ୍ର ବାସ୍ତବରେ ପରିଣତ ହେବାକୁ ଯାଉଛି । ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ (RBI) ଏହିପରି ପେମେଣ୍ଟ ପାଇଁ ହାର୍ଡୱେର୍-ଏଗ୍ନୋଷ୍ଟିକ୍ ସାଉଣ୍ଡ ୱେଭ ଆଧାରିତ ଟେକ୍ନୋଲୋଜି ସମାଧାନ ପ୍ରଦାନକାରୀ ଟୋନଟାଗ (ToneTag) କୁ ଅନୁମୋଦନ କରିଛି । ମଙ୍ଗଳବାର କମ୍ପାନୀ କହିଛି ଯେ ଖୁଚୁରା ଦେୟ ପାଇଁ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆର (RBI) ସ୍ୟାଣ୍ଡବକ୍ସ ଅନ୍ତର୍ଗତ ଟୋନଟ୍ୟାଗ୍ (ToneTag) ପ୍ରଥମ ସ୍କ୍ୱାର୍ଡର ପରୀକ୍ଷା ପର୍ଯ୍ୟାୟ ଶେଷ କରିଛି । କମ୍ପାନୀ କର୍ଣ୍ଣାଟକ ଓ ବିହାରର ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ପରୀକ୍ଷଣ କରିଛି, ଯେଉଁଥିରେ ୧,୦୦୦ ଟଙ୍କା ପର୍ଯ୍ୟନ୍ତ ନେଣଦେଣ ସାମିଲ ଥିଲା ।


COMMERCIAL BREAK
SCROLL TO CONTINUE READING

ଟୋନଟାଗ (ToneTag) ଏକ ପ୍ରକାଶନରେ କହିଛି ଯେ ଅସଙ୍ଗତ ଇଣ୍ଟରନେଟ୍ ସଂଯୋଗ ଥିବା ଅଞ୍ଚଳରେ ଫିଚର ଫୋନ୍ ଓ ସ୍ମାର୍ଟ ଫୋନ୍ ମାଧ୍ୟମରେ ଅଫଲାଇନ୍ ଭଏସ୍-ଆଧାରିତ ଦେୟ (payments) କୁ ସଫଳତାର ସହ ପରୀକ୍ଷଣ କରିଛି ।


ବେଙ୍ଗାଲୁରୁ ଭିତ୍ତିକ କମ୍ପାନୀ କହିଛି ଯେ, ଟେକ୍ନୋଲୋଜି ପୂର୍ବରୁ ମହଜୁଦ ଅଛି, ଆମେ ରିଜର୍ଭ ବ୍ୟାଙ୍କରୁ ଅନୁମୋଦନ ପାଇଛୁ, ବର୍ତ୍ତମାନ ନିୟନ୍ତ୍ରିତ ସଂସ୍ଥା ଏହି ଟେକ୍ନୋଲୋଜିକୁ ସହଜରେ ଗ୍ରହଣ କରିପାରିବେ ।


କମ୍ପାନୀ କହିଛି ଯେ, ଏହା ଦ୍ୱାରା ସେହି ଲୋକଙ୍କୁ ଲାଭ ହେବ ଯେଉଁମାନେ ଡିଜିଟାଲ ପ୍ଲାଟଫର୍ମ ବ୍ୟବହାର କରିବାରେ ଅଭ୍ୟସ୍ତ ନୁହଁନ୍ତି କିମ୍ବା ବ୍ୟାଙ୍କ କିମ୍ବା ପେମେଣ୍ଟ ପାଇଁ ଆପ ବ୍ୟବହାର କରିବା କଷ୍ଟକର ବୋଲି ଭାବନ୍ତି ।


ଏହି ନୂତନ ସୁବିଧା ସମସ୍ତଙ୍କ ପାଇଁ ଡିଜିଟାଲ୍ ପେମେଣ୍ଟକୁ ବାସ୍ତବତାରେ ପରିଣତ କରିବ । ଏହାସହ ସେବା ପ୍ରଦାନକାରୀଙ୍କ ଦ୍ୱାରା ଆପଣାଇବା ପାଇଁ ଏହି ଟେକ୍ନୋଲୋଜି ବର୍ତ୍ତମାନ ପ୍ରସ୍ତୁତ ବୋଲି କମ୍ପାନୀ କହିଛି ।


ଅଧିକ ପଢ଼ନ୍ତୁ:-ଋଷ ସହିତ ଆରମ୍ଭ ହୋଇପାରେ ଯୁଦ୍ଧ, ଏହି ପଡୋଶୀ ଦେଶର ରାଷ୍ଟ୍ରପତି ଦେଲେ ବଡ଼ ବୟାନ


ଅଧିକ ପଢ଼ନ୍ତୁ:-ଲଘୁଚାପର ପ୍ରଭାବ, ଆଜି ଏସବୁ ଜିଲ୍ଲାରେ ପ୍ରବଳ ବର୍ଷିବ!


ଅଧିକ ପଢ଼ନ୍ତୁ:-କୋରୋନା ମାମଲାରେ ଆସିଲା ବଡ଼ ଆଶ୍ୱସ୍ତିକର ଖବର


ଅଧିକ ପଢ଼ନ୍ତୁ:-ଆଫଗାନିସ୍ତାନକୁ ୪୭୦ କୋଟି ଟଙ୍କାର ଆର୍ଥିକ ସହାୟତା ଦେବ ଆମେରିକା, ମିଳିତ ଜାତିସଂଘ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟ ସହାୟତା ପାଇଁ କଲେ ଘୋଷଣା


ଅଧିକ ପଢ଼ନ୍ତୁ:-ଜାରି ହେଲା ଆଜିର ଡିଜେଲ-ପେଟ୍ରୋଲର ନୂଆ ଦାମ୍, ଚେକ୍ କରନ୍ତୁ ଆପଣଙ୍କ ସହରରେ କ'ଣ ରହିଛି ରେଟ୍