Russia Ukraine War, ନୂଆଦିଲ୍ଲୀ: ଋଷ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ଦିନକୁ ଦିନ ଉଗ୍ର ରୂପ ନେବାରେ ଲାଗିଛି। ଋଷ, ପରମାଣୁ ଆକ୍ରମଣ କରିବାକୁ ଧମକ ଦେଉଥିବା ବେଳେ ୟୁକ୍ରେନ ମଧ୍ୟ ଡାର୍ଟି ବୋମା ବ୍ୟବହାର କରିବ ବୋଲି କହିଛି। ଏହା ମଧ୍ୟରେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନ୍ସକି ଏକ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି। ୟୁକ୍ରେନ ଉପରେ ଆକ୍ରମଣ କରିବା ପାଇଁ ଋଷ, ଇରାନର ୪୦୦ଟି ଡ୍ରୋନ ବ୍ୟବହାର କରୁଥିବା ଜେଲେନ୍ସିକି କହିଛନ୍ତି। ଏହା ବ୍ୟତୀତ ଇରାନ ଠାରୁ ଆହୁରି ଅଧିକ କ୍ଷମତାଶାଳୀ ଡ୍ରୋନ କିଣିବାକୁ ନିଷ୍ପତ୍ତି ନେଇଥିବା ଚର୍ଚ୍ଚା ହେଉଛି।


COMMERCIAL BREAK
SCROLL TO CONTINUE READING

ୟୁକ୍ରେନ ଗଣମାଧ୍ୟମର ରିପୋର୍ଟ ଅନୁସାରେ ରାଷ୍ଟ୍ରପତି ଭୋଲୋଦିମିର ଜେଲେନ୍ସକି ଦାବି କରିଛନ୍ତି ଯେ, କିଭ୍ ଉପରେ ଆକ୍ରମଣ ପାଇଁ ଋଷ ସେନା, ୪୦୦ଟି ଇରାନ ନିର୍ମିତ Shahed-136 ଡ୍ରୋନର ବ୍ୟବହାର କରୁଛନ୍ତି। ଏହି ଡ୍ରନ ସାହାଯ୍ୟରେ ୟୁକ୍ରେନର ସାଧାରଣ ନାଗରିକଙ୍କୁ ଟାର୍ଗେଟ କରାଯାଉଛି। ଗତ ୧୭ ତାରିଖରେ ୟୁକ୍ରେନରେ ଏକ ଭୟଙ୍କର ଆକ୍ରମଣ ହୋଇଥିଲା। ଏଥିରେ ଋଷ ୪୩ଟି ଡ୍ରୋନ ବ୍ୟବହାର କରିଥିବା ବେଳେ କିଭରେ ଆଉ ୨୮ଟି ଡ୍ରୋନରେ ହମଲା କରାଯାଇଥିଲା ବୋଲି ଦ କିଭ୍ ଇଣ୍ଡିପେଣ୍ଡେନ୍ସ ଉଲ୍ଲେଖ କରିଛି।


Also Read: ବାଇକକୁ ପିଟି ଓଲଟିଲା ପିକ୍ଅପ୍; ବାପା-ଝିଅ ମୃତ, ଗାଡିରୁ କୋବି ଲୁଟିନେଲେ ଲୋକ


ଜେଲେନ୍ସିକି କହିଛନ୍ତି ଯେ, ବର୍ତ୍ତମାନ ସୁଦ୍ଧା ଋଷର ୬୦ରୁ ୭୦ ପ୍ରତିଶତ ଡ୍ରୋନକୁ ୟୁକ୍ରେନ ମାରି ଖସାଇ ଦେଇଛି। ଗୁଇନ୍ଦା ରିପୋର୍ଟ ଅନୁସାରେ, ଋଷ ଆହୁରି ୨୦୦୦ ଡ୍ରୋନ ପାଇଁ ଇରାନକୁ ଅର୍ଡର ଦେଇଛି। ଏହି ଡ୍ରୋନ ଗୁଡିକୁ ମସ୍କୋ, ୟୁକ୍ରେନ ଉପରେ ଆକ୍ରମଣ କରିବାରେ ବ୍ୟବହାର କରିପାରେ। ଜେଲେନ୍ସକି ଦାବି କରିଛନ୍ତି ଯେ, ପ୍ରତ୍ୟେକ ରାତିରେ ୟୁକ୍ରେନ ଆକାଶରେ ଇରାନର ଡ୍ରୋନ ପଇନ୍ତରା ମାରୁଛି। ଇରାନରୁ ବିଶେଷଜ୍ଞମାନେ ଋଷ ସେନାକୁ ଡ୍ରୋନ ଚଳାଇବାର ଟେକନିକ୍ ବତାଉଛନ୍ତି। ଏହା ବଦଳରେ ଇରାନକୁ ଋଷ ପରମାଣୁ କାର୍ଯ୍ୟକ୍ରମ ବିକାଶରେ ସାହାଯ୍ୟ କରିବ ବୋଲି ଆଶଙ୍କା କରାଯାଉଛି।


ସେପଟେ ଆରମ୍ଭରୁ ୟୁକ୍ରେନର ଅଭିଯୋଗକୁ ଇରାନ ଖଣ୍ଡନ କରୁଛି। ଯୁଦ୍ଧ ସମୟରେ ଋଷକୁ କୌଣସି ଯୁଦ୍ଧାସ୍ତ୍ର କିମ୍ବା ଏ ସଂକ୍ରାନ୍ତୀୟ ସହଯୋଗ କରିନଥିବା କହିଛି। ଏପରି କି ସେ ଋଷକୁ Arash-2 ମଧ୍ୟ ଦେବା ନାହିଁ କାରଣ ଏହାର ଟେକ୍ନୋଲୋଜି ଆମେରିକାର ହାତରେ ଲାଗିବାର ଭୟ ରହିଛି ବୋଲି ଇରାନ ସଫେଇ ଦେଇଛି। ଅନ୍ୟପଟେ ସୂତ୍ରରୁ ଜଣାପଡିଛି ଯେ, ଋଷକୁ ଇରାନ Fateh-110 ଓ Zolfagar ବାଲାଷ୍ଟିକ୍ ମିଶାଇଲ ଦେଇଛି। ଏହି ମିଶାଇଲ ଗୁଡିକର ଭୂପୃଷ୍ଟରୁ ଭୂପୃଷ୍ଟର ମାରକ କ୍ଷମତା ଅଧିକ। ଋଷ ପାଖରେ ଏବେ ଇରାନ ନିର୍ମିତ Shahed-136 ଡ୍ରୋନ ଅଛି, ଏହାରି ମାଧ୍ୟମରେ ଋଷ ସେନା କିଭରେ ଆତଙ୍କ ଖେଳାଇଛନ୍ତି।


Also Read: Cyclone Sitrang: ବାଂଲାଦେଶରେ ୨୮ ମୃତ, ଓଡ଼ିଶା ଉପକୂଳରୁ ୩୦ ମତ୍ସ୍ୟଜୀବୀ ଉଦ୍ଧାର


ଯୁଦ୍ଧ ଆରମ୍ଭ ହେବାଠାରୁ ୟୁକ୍ରେନକୁ ଇସ୍ରାଏଲ ଅସ୍ତ୍ରଶସ୍ତ୍ର ଯୋଗାଇବା ବନ୍ଦ କରିଦେଇଛି। କାରଣ ସେ ଭୟ କରୁଛି କି, ତାର ଆଡଭାନ୍ସ ଟେକ୍ନୋଲୋଜି ଶତ୍ରୁ ଦେଶ ହାତରେ ଲାଗିଯିବ। ଇସ୍ରାଏଲର ପଛଘୁଞ୍ଚା ଯୋଗୁଁ ଋଷର ଡ୍ରୋନ ହମଲାର ମୁକାବିଲା କରିବାକୁ କିଭକୁ ଟିକେ କଷ୍ଟ ହେଉଛି। ଏବେ ଇରାନ ଠାରୁ Shahed-136 ତୁଳନାରେ ଅଧିକ କ୍ଷମତାଶାଳୀ Arash-2 ଡ୍ରୋନ କିଣବାକୁ ଋଷ ଯୋଜନା କରୁଥିବା ଚର୍ଚ୍ଚା ହେଉଛି। ବିଶେଷଜ୍ଞଙ୍କ ଅନୁସାରେ, Arash-2 ଏକ ଶସ୍ତା ଏବଂ ଘାତକ ଡ୍ରୋନ। ଏହା ୨୦୦୦ କିଲୋମିଟର ଦୂରରୁ ଟାର୍ଗେଟକୁ ମାରି ଖସାଇଦେବ। Arash-2ର ୱାର ହେଡ Shahed-136 ତୁନାରେ ବଡ ଥିବା କୁହାଯାଉଛି। ଗତ ସେପ୍ଟେମ୍ବରରେ Arash-2ର ଉନ୍ମୋଚନ ହୋଇଥିବା ବେଳେ ଇସ୍ରାଏଲର ତେଲ ହାଭିଭ୍ ଓ ହାଇଫା ଉପରେ ଏହାର ପ୍ରୟୋଗ କରାଯାଇଥିବା ସୂଚନା ମିଳିଛି।


ଅନ୍ୟପଟେ ଋଷ ଯୁକ୍ତି କରୁଛି ଯେ, ଯଦି ୟୁକ୍ରେନକୁ ଆମେରିକା ଓ ନାଟୋ ଦେଶ ଅସ୍ତ୍ରଶସ୍ତ୍ର ଯୋଗାଇ ଦେଉଛନ୍ତି, ତେବେ ସେ ଇରାନରୁ ମିଶାଇଲ କିମ୍ବା ଡ୍ରୋନ କିଣିବାରେ କାହାର ଆପତ୍ତି ହେବା ଅନୁଚିତ। ମସ୍କୋ ଅନୁଯାୟୀ, ଯୁଦ୍ଧ ପୂର୍ବରୁ ଏବଂ ପରେ ୟୁକ୍ରେନକୁ ପାଶ୍ଚାତ୍ୟ ଦେଶମାନେ ସମର୍ଥନ କରିବା ସହ ଅସ୍ତ୍ର ଯୋଗାଉଛନ୍ତି। ମାତ୍ର ସାତ ମାସ ହେଲା ଋଷ, ଇରାନର ଅସ୍ତ୍ର କିଣିବା ଆରମ୍ଭ କରିଛି ଏବଂ ମାତ୍ର ଶହେ ହଜାର ଡଲାର ମୂଲ୍ୟରେ ଡ୍ରୋନ୍ କିଣିଛି। ଅପରପକ୍ଷେ, ଆମେରିକା ୟୁକ୍ରେନକୁ ୨୦୧୪ ଠାରୁ ପ୍ରାୟ ୧୦ ବିଲିୟନ ଡଲାର ମୂଲ୍ୟର ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ବିକ୍ରି କରିଛି ବୋଲି ଋଷ ଦାବି କରିଛି।