ଭାଙ୍ଗିଯିବ ଇମ୍ରାନ ସରକାର! ମାର୍ଚ୍ଚ ୨୮ରେ ଦେବେ ଅଗ୍ନି ପରୀକ୍ଷା
No-confidence Motion Against Imran Khan Government: ଗତ ସପ୍ତାହରେ ଲୋୟର ଡେୟାରରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ (Imran Khan) ଲୋକଙ୍କୁ ଅବିଶ୍ୱାସ ପ୍ରସ୍ତାବ ଉପରେ ମତଦାନ ପୂର୍ବରୁ ଡି-ଚକରେ ଏକାଠି ହେବାକୁ ଅନୁରୋଧ କରିଥିଲେ । ବର୍ତ୍ତମାନ ସମୟରେ ପାକିସ୍ତାନ ରାଜନୀତିରେ ଏକ ଭୂକମ୍ପ ଆସିଛି । ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ବିରୋଧରେ ବିରୋଧୀ ଦଳ ଅବିଶ୍ୱାସ ପ୍ରସ୍ତାବ ଉପସ୍ଥାପନ କରିଛନ୍ତି ।
ନୂଆଦିଲ୍ଲୀ: No-confidence Motion Against Imran Khan Government: ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ (Pakistan PM Imran Khan) ଙ୍କ ପାଇଁ ଗୋଟିଏ ପଟେ କୂଅ ତ ଅନ୍ୟପଟେ ଘାଇ ରହିଛି । ବିରୋଧୀ ଦଳ ସଂସଦରୁ ଆରମ୍ଭ କରି ରାସ୍ତା ପର୍ଯ୍ୟନ୍ତ ଇମ୍ରାନକୁ ସମ୍ପୂର୍ଣ୍ଣ ଭାବେ ଘେରି ନେଇଛନ୍ତି । ଜନସାଧାରଣ ପାକିସ୍ତାନରେ ଆକାଶଛୁଆଁ ମୁଦ୍ରାସ୍ଫୀତିର ଶିକାର ହେଉଛନ୍ତି ଓ ଏହାକୁ ବଡ଼ ପ୍ରସଙ୍ଗ କରି ବିରୋଧୀମାନେ ପାକିସ୍ତାନର ୱାଜିର-ଏ-ଆଲାମକୁ ଘେରି ନେଇଛନ୍ତି । ଏଭଳି ପରିସ୍ଥିତିରେ ଯେଉଁଠାରେ ଇମ୍ରାନ ଖାନ (Imran Khan) ବର୍ତ୍ତମାନ ବିରୋଧୀଙ୍କ ଅନାସ୍ଥା ପ୍ରସ୍ତାବ (No-confidence Motion) ର ସାମ୍ନା କରୁଛନ୍ତି । ଅନ୍ୟପଟେ ଜନସାଧାରଣଙ୍କ ଅସନ୍ତୋଷ ଯୋଗୁଁ ତାଙ୍କ ଅବସ୍ଥା ଦିନକୁ ଦିନ ଖରାପ ହେବାରେ ଲାଗିଛି । ବର୍ତ୍ତମାନ ଏପରି ଲାଗୁଛି ଯେ ଇମ୍ରାନ ପ୍ରଧାନମନ୍ତ୍ରୀଙ୍କ ଗାଦିରେ ଅଧିକ ସମୟ ତିଷ୍ଠି ପାରିବେ ନାହିଁ ।
ପାକିସ୍ତାନରେ ପିଏମ ଇମ୍ରାନ ଖାନ (Imran Khan) ଙ୍କ ନେତୃତ୍ୱରେ ପରିଚାଳିତ ତେହେରିକ-ଇ-ଇନସାଫ ପାର୍ଟି (Pakistan Tehreek-e-Insaf) ର ସାଂସଦ ଫୈସଲ ଜାଭେଦ୍ ଖାନ (MP Faisal Javed Khan) ସୋମବାର କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଇମ୍ରାନଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ (No-confidence Motion) ଉପରେ ମତଦାନ ମାର୍ଚ୍ଚ ୨୭ ପରେ ହେବ । ଏକ ଟ୍ୱିଟ୍ରେ ସେ କହିଛନ୍ତି ଯେ ପାକିସ୍ତାନ ଇତିହାସର ସବୁଠାରୁ ବଡ ରାଲି ମାର୍ଚ୍ଚ ୨୭ରେ ଇସଲାମାବାଦର ସଂସଦ ଭବନ ସମ୍ମୁଖରେ ଅବସ୍ଥିତ ଡି-ଚକରେ ଅନୁଷ୍ଠିତ ହେବ ଯେଉଁଠାରେ ପ୍ରଧାନମନ୍ତ୍ରୀ ଇମ୍ରାନ ଏକ ଐତିହାସିକ ଭାଷଣ ଦେବେ ।
ସେ କହିଛନ୍ତି, "ଅବିଶ୍ୱାସ ପ୍ରସ୍ତାବ ଉପରେ ମତଦାନ ମାର୍ଚ୍ଚ ୨୭ ପରେ ଅନୁଷ୍ଠିତ ହେବ । ବିରୋଧୀମାନେ ପରାଜୟର ସାମ୍ନା କରିବେ । ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଆତ୍ମବିଶ୍ୱାସ ବୃଦ୍ଧି ପାଇବ।" ଏଠାରେ କହି ରଖୁଛୁ ଯେ, ମାର୍ଚ୍ଚ ୮ରେ ବିରୋଧୀମାନେ ଅନାସ୍ଥା ପ୍ରସ୍ତାବ ଉପସ୍ଥାପନ କରିଥିଲେ । ଏହାପୂର୍ବରୁ ଆଜି ଯୋଜନା ତଥା ବିକାଶ ମନ୍ତ୍ରୀ ଅସଦ ଉମର ଡି-ଚକରେ ଆୟୋଜିତ ହେବାକୁ ଥିବା ରାଲିର ତାରିଖ ଘୋଷଣା କରିବାବେଳେ କହିଛନ୍ତି ଯେ, ପାକିସ୍ତାନର ଲୋକମାନେ ସେମାନଙ୍କର ଅଧିନାୟକ (ପିଏମ ଇମ୍ରାନ) ଙ୍କ ସ୍ୱାଧୀନତା ତଥା ସାର୍ବଭୌମତ୍ୱ ପାଇଁ କିପରି ଠିଆ ହେବେ ତାହା ବିଶ୍ୱ ଦେଖିବ ।
ଗତ ସପ୍ତାହରେ ଲୋୟର ଡେୟାରରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ (Imran Khan) ଲୋକଙ୍କୁ ଅବିଶ୍ୱାସ ପ୍ରସ୍ତାବ ଉପରେ ମତଦାନ ପୂର୍ବରୁ ଡି-ଚକରେ ଏକାଠି ହେବାକୁ ଅନୁରୋଧ କରିଥିଲେ । ବର୍ତ୍ତମାନ ସମୟରେ ପାକିସ୍ତାନ ରାଜନୀତିରେ ଏକ ଭୂକମ୍ପ ଆସିଛି । ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ବିରୋଧରେ ବିରୋଧୀ ଦଳ ଅନାସ୍ଥା ପ୍ରସ୍ତାବ ଉପସ୍ଥାପନ କରିଛନ୍ତି ।
ଏଭଳି ପରିସ୍ଥିତିରେ ଇମ୍ରାନ ଖାନ (Imran Khan) ଗାଦି ହରାଇବାର ଭୟ କରୁଛନ୍ତି । ଏହି କାରଣରୁ ତାଙ୍କ ଦଳ ସହଯୋଗୀମାନଙ୍କୁ ଏକଜୁଟ କରିବାକୁ ଚେଷ୍ଟା କରୁଛି, କାରଣ ଏହା ମଧ୍ୟ ଦାବି କରାଯାଉଛି ଯେ ଶାସକ ଦଳର କିଛି ସଦସ୍ୟ ମଧ୍ୟ ଏହି ଅନାସ୍ଥା ପ୍ରସ୍ତାବକୁ ସମର୍ଥନ କରିପାରନ୍ତି । ଏଭଳି ପରିସ୍ଥିତିରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ପଦରେ ଇମ୍ରାନ ଖାନଙ୍କ ତିଷ୍ଠି ରହିବାକୁ ନେଇ ସଙ୍କଟର କଳା ମେଘ ଦେଖାଦେଇଛି ।
ଏହା ବି ପଢ଼ନ୍ତୁ:-କୋରୋନା ଭୂତାଣୁର ନୂଆ ଭାରିଆଣ୍ଟକୁ ନେଇ କଡ଼ା ଚେତାବନୀ ଜାରି କଲା WHO
ଏହା ବି ପଢ଼ନ୍ତୁ:-ବର୍ଷର ପ୍ରଥମ 'ସୂର୍ଯ୍ୟ ପରାଗ' ଚମକାଇବ ଏହି ୪ଟି ରାଶିର ଭାଗ୍ୟ! ଜାଣି ନିଅନ୍ତୁ ତାରିଖ
ଏହା ବି ପଢ଼ନ୍ତୁ:-ପୁଣି ଫେରୁଛି କୋରୋନା! ଏହି ଦେଶର ୩ କୋଟି ଲୋକଙ୍କୁ କରାଯାଇଛି ଗୃହବନ୍ଦୀ
ଜନସାଧାରଣଙ୍କ ଦୃଢ଼ ସମର୍ଥନ ଯୋଗୁଁ ବିରୋଧୀଙ୍କ ଆତ୍ମ ବିଶ୍ୱାସ ବଢ଼ିଛି ଓ ସେମାନେ ଇମ୍ରାନଙ୍କ ବିରୋଧରେ ଅବିଶ୍ୱାସ ପ୍ରସ୍ତାବକୁ ନେଇ ବହୁତ ଉତ୍ସାହିତ ଅଛନ୍ତି । ବିରୋଧୀ ଦଳ ଏପରିକି ଅଭିଯୋଗ କରିଛନ୍ତି ଯେ ଇମ୍ରାନ ଅବିଶ୍ୱାସ ପ୍ରସ୍ତାବର ସାମ୍ନା କରିବାକୁ ପଛଘୁଞ୍ଚା ଦେଉଛନ୍ତି । ଯେଉଁଠି ନମ୍ୱର କଥା ଆସେ ତ ଇମ୍ରାନ ସରକାରଙ୍କ ସପକ୍ଷରେ ୧୭୯ ସାଂସଦ ଅଛନ୍ତି । ଅନ୍ୟପଟେ ବିରୋଧୀ ଗୋଷ୍ଠୀରେ ୧୬୨ ସାଂସଦ ଅଛନ୍ତି । ସେପଟେ ବିରୋଧୀ ଦାବି କରିଛନ୍ତି ଯେ, ଶାସକ ଦଳର ୨୮ ସାଂସଦ ସେମାନଙ୍କ ସହ ଅଛନ୍ତି ।
ଏପରି ପରିସ୍ଥିତିରେ ଇମ୍ରାନଙ୍କ ସାମ୍ନାରେ ବିକଟ ସ୍ଥିତି ଦେଖାଦେଇଛି । ପ୍ରଥମେ ସେ ସରକାରଙ୍କୁ ବଞ୍ଚାଇବାର ଚ୍ୟାଲେଞ୍ଜର ସାମ୍ନା କରୁଛନ୍ତି । ଦ୍ୱିତୀୟରେ ପାକିସ୍ତାନର ଆର୍ଥିକ ଅବସ୍ଥା ବିଗିଡି ଯାଇଛି । ଅର୍ଥାତ ଯଦିଓ ଇମ୍ରାନ ଅବିଶ୍ୱାସ ପ୍ରସ୍ତାବରୁ ରକ୍ଷା ପାଇଯାଆନ୍ତି ତେବେ ସେ କିପରି ଜନସାଧାରଣଙ୍କ ଅସନ୍ତୋଷକୁ ଦୂରେଇ କରିବାରେ ସମର୍ଥ ହେବେ । ଏଭଳି ପରିସ୍ଥିତିରେ ଇମ୍ରାନ ଖାନଙ୍କ ବିଦା ହେବା ସମୟ ଆସିଯାଇଛି ବୋଲି କହିବା ଭୁଲ ହେବ ନାହିଁ ।