ନୂଆଦିଲ୍ଲୀ: ୟୁକ୍ରେନ ସହ ଯୁଦ୍ଧ ମଧ୍ୟରେ ଭାରତ ଗସ୍ତରେ ଆସିଥିବା ଋଷର ବୈଦେଶିକ ମନ୍ତ୍ରୀ (Russian Foreign Minister) ସର୍ଗି ଲାଭ୍ରୋଭ (Sergey lavrov) ଶୁକ୍ରବାର ଦିନ ଭାରତର ସ୍ୱାଧୀନ ବୈଦେଶିକ ନୀତିକୁ ପ୍ରଶଂସା କରିଛନ୍ତି ଏବଂ କହିଛନ୍ତି, 'ଯଦି ନୂଆଦିଲ୍ଲୀ ଋଷରୁ କିଛି କିଣିବାକୁ ଚାହୁଁଛି, ତେବେ ଆମେ ଆଲୋଚନା କରିବାକୁ ପ୍ରସ୍ତୁତ ।" ଭାରତ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କରଙ୍କୁ (S. Jaishankar) ଭେଟିବା ପରେ ସାମ୍ବାଦିକମାନଙ୍କୁ କହିଛନ୍ତି ଯେ ଭାରତ ଋଷରୁ ଯାହା କିଣିବାକୁ ଚାହୁଁଛି ତାହା ଯୋଗାଇବାକୁ ଆମେ ପ୍ରସ୍ତୁତ ।'


COMMERCIAL BREAK
SCROLL TO CONTINUE READING

ସେ କହିଛନ୍ତି, "ଯଦି ଭାରତ ଆମଠାରୁ କିଛି କିଣିବାକୁ ଚାହୁଁଛି, ତେବେ ଆମେ ବୁଝାମଣା କରିବାକୁ ଏବଂ ପାରସ୍ପରିକ ଗ୍ରହଣୀୟ ସହଯୋଗରେ ପହଞ୍ଚିବାକୁ ପ୍ରସ୍ତୁତ ଅଛୁ ।ଋଷର ବୈଦେଶିକ ମନ୍ତ୍ରୀ ସର୍ଗି ଲାଭ୍ରୋଭ ଦୁଇ ଦିନିଆ ସରକାରୀ ଗସ୍ତରେ ଗୁରୁବାର ଦିନ ଭାରତରେ ପହଞ୍ଚିଛନ୍ତି । ସେ ଚୀନ୍ ଗସ୍ତ ଶେଷ କରିବା ପରେ ଭାରତ ଆସିଛନ୍ତି । ଋଷର ୟୁକ୍ରେନ ଉପରେ ଆକ୍ରମଣ ମଧ୍ୟରେ ଭାରତକୁ ଏହା ତାଙ୍କର ପ୍ରଥମ ଗସ୍ତ ।


ଏହାପୂର୍ବରୁ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ତାଙ୍କ ଋଷ ପ୍ରତିପକ୍ଷ ସର୍ଗି ଲାଭ୍ରୋଭଙ୍କ ସହ ସାକ୍ଷାତ ସମୟରେ କହିଥିଲେ ଯେ ଭାରତ ଏହାର “ଏଜେଣ୍ଡା” କୁ ବିସ୍ତାର କରିବା ସହ ସହଯୋଗକୁ ବିବିଧ କରିବାକୁ ଚେଷ୍ଟା କରିଛି । ଜୟଶଙ୍କର କହିଛନ୍ତି ଯେ ଆନ୍ତର୍ଜାତୀୟ ସ୍ତରରେ ଚାଲିଥିବା ଉତ୍ତେଜନାମୂଳକ ପରିସ୍ଥିତିରେ ଆଜି ଆମର ବୈଠକ ଚାଲିଛି ଏବଂ କଥାବାର୍ତ୍ତା ଏବଂ କୂଟନୈତିକ ମାଧ୍ୟମରେ ଭାରତ ସର୍ବଦା ମତଭେଦ କିମ୍ବା ବିବାଦର ସମାଧାନ ପାଇଁ ସପକ୍ଷରେ ଅଛି । ଲାଭ୍ରୋଭଙ୍କ ସହ କଥାବାର୍ତ୍ତା ବେଳେ ଜୟଶଙ୍କର ଏହି କଥା କହିଥିଲେ।


ଏଥି ସହିତ, ଋଷର ବୈଦେଶିକ ମନ୍ତ୍ରୀ ସର୍ଗି ଲାଭ୍ରୋଭ କହିଛନ୍ତି ଯେ ଅତୀତରେ ଅନେକ କଷ୍ଟଦାୟକ ଘଟଣାରେ ମଧ୍ୟ ଦୁଇ ଦେଶ ମଧ୍ୟରେ ସମ୍ପର୍କ ଚିରସ୍ଥାୟୀ ରହିଛି । ସେ କହିଛନ୍ତି ଯେ ଆମେ ଏକ ସନ୍ତୁଳିତ ଦୁନିଆ ପାଇଁ ଆଗ୍ରହୀ ଅଟୁ ଯାହା ଏହାକୁ ସ୍ଥାୟୀ କରିଥାଏ । ଜୟଶଙ୍କରଙ୍କ ସହ ଆଲୋଚନା ବେଳେ ଋଷର ବୈଦେଶିକ ମନ୍ତ୍ରୀ ସର୍ଗି ଲାଭ୍ରୋଭ ଭାରତର ଷ୍ଟାଣ୍ଡକୁ ନେଇ ପ୍ରଶଂସା କରିଛନ୍ତି ।


ଏହା ବି ପଢ଼ନ୍ତୁ: ଇମ୍ରାନଙ୍କ ପରେ କିଏ ହେବେ ପାକିସ୍ତାନର ପ୍ରଧାନମନ୍ତ୍ରୀ? ରେସରେ ଅଛନ୍ତି ଏହି ତିନିଜଣ


ଏହା ବି ପଢ଼ନ୍ତୁ: ICU ରେ ଭର୍ତ୍ତିଥିବା ରୋଗୀର ହାତ ଗୋଡ଼କୁ କାମୁଡ଼ି କ୍ଷତାକ୍ତ କଲେ ମୂଷା; ଦୁଇ ଡାକ୍ତର ନିଲମ୍ବିତ