India Alliance Meeting: କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ୍ ଖଡ୍ଗେ (Mallikarjun Kharge) ବୁଧବାର ଦିନ 'ଇଣ୍ଡାଆ ମେଣ୍ଟର ନେତାଙ୍କ ବୈଠକରେ କହିଛନ୍ତି ଯେ ଏହି ଇଣ୍ଡିଆ ମେଣ୍ଟର ସେହି ସମସ୍ତ ଦଳ ସ୍ୱାଗତଯୋଗ୍ୟ, ଯେଉଁମାନଙ୍କର ସମ୍ବିଧାନର ପ୍ରିଆମ୍ବଲ୍ ଅତୁଟ ବିଶ୍ୱାସ ରହିଛି ଓ ଆର୍ଥିକ, ସାମାଜିକ ତଥା ରାଜନୈତିକ ନ୍ୟାୟର ଉଦ୍ଦେଶ୍ୟକୁ ନେଇ ପ୍ରତିବଦ୍ଧ। ଖଡ୍ଗେଙ୍କ ଏହି ବୟାନରୁ ଜଣାପଡିଛି ଯେ ସେ ଇଣ୍ଡିଆ ମେଣ୍ଟରେ ଅଧିକ ଦଳ ଯୋଡିବାକୁ ଚାହୁଁଛନ୍ତି ଯାହା ଦ୍ୱାରା ସେ ସରକାର ଗଠନ ପାଇଁ ଦାବି କରିପାରିବେ।


COMMERCIAL BREAK
SCROLL TO CONTINUE READING

ତାଙ୍କ ବୟାନ ଏପରି ଏକ ସମୟରେ ଆସିଛି ଯେତେବେଳେ ଭାରତୀୟ ଜନତା ପାର୍ଟି ନ୍ୟାସନାଲ ଡେମୋକ୍ରାଟିକ୍ ଆଲାଇନ୍ସ (ଏନଡିଏ) ସର୍ବସମ୍ମତି କ୍ରମେ ନରେନ୍ଦ୍ର ମୋଦୀଙ୍କୁ ଏହାର ନେତା ଭାବରେ ମନୋନୀତ କରିଛି। ଏହା ସହ ମୋଦୀ କ୍ରମାଗତ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବରେ ଦେଶର ଆଭିମୁଖ୍ୟ ଗ୍ରହଣ କରିବାରେ ଆଉ ଏକ ପଦକ୍ଷେପ ନେଇଛନ୍ତି। ତେବେ ବିରୋଧୀ ମଧ୍ୟ ସମସ୍ତ ଉଦ୍ୟମ କରୁଛନ୍ତି।


ବୌଠକରୁ ଜାରି ବୟାନରେ ଖଡ୍ଗେ କହିଛନ୍ତି ଯେ ଲୋକସଭା ନିର୍ବାଚନର ଜନାଦେଶ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ, କିନ୍ତୁ ଏହାକୁ ପ୍ରତ୍ୟାଖ୍ୟାନ କରିବା ପାଇଁ ସେ ସମସ୍ତ ପ୍ରକାର ଚେଷ୍ଟା କରିବେ। ଖଡ୍ଗେ ଏହି ବୈଠକରେ ନିଜ ଅଭିଭାଷଣରେ କହିଛନ୍ତି, "ମୁଁ 'ଇଣ୍ଡିଆ' ମେଣ୍ଟର ସମସ୍ତ ବନ୍ଧୁଙ୍କୁ ସ୍ୱାଗତ କରୁଛି। ଆମେ ଏକାଠି ଲଢ଼ିଥିଲୁ, ସମନ୍ୱୟ ରକ୍ଷା କରି ସମ୍ପୂର୍ଣ୍ଣ ଶକ୍ତି ସହ ଲଢ଼ିଥିଲୁ। ଆପଣ ସମସ୍ତଙ୍କୁ ଅଭିନନ୍ଦନ।" ସେ କହିଛନ୍ତି, "୧୮ ତମ ଲୋକସଭା ନିର୍ବାଚନର ଜନମତ ସିଧାସଳଖ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୁଦ୍ଧରେ। ଏହି ନିର୍ବାଚନ ତାଙ୍କ ନାମ ଓ ଚେହେରା ବିରୋଧରେ ଲଢ଼ା ଯାଇଥିଲା ଓ ଜନସାଧାରଣ ବିଜେପିକୁ ସଂଖ୍ୟାଗରିଷ୍ଠତା ନ ଦେଇ ତାଙ୍କ ନେତୃତ୍ୱ ବିଷୟରେ ସ୍ପଷ୍ଟ ବାର୍ତ୍ତା ଦେଇଛନ୍ତି।"



କଂଗ୍ରେସ ସଭାପତିଙ୍କ କହିବାନୁସାରେ, "ଏହା କେବଳ ବ୍ୟକ୍ତିଗତ ଭାବେ ନରେନ୍ଦ୍ର ମୋଦୀଙ୍କ ପାଇଁ ଏକ ରାଜନୈତିକ ପରାଜୟ ନୁହେଁ, ବରଂ ଏକ ନୈତିକ ପରାଜୟ ମଧ୍ୟ। ସେ ଦାବି କରିଛନ୍ତି, "କିନ୍ତୁ, ଆମେ ସମସ୍ତେ ତାଙ୍କ ଅଭ୍ୟାସ ବିଷୟରେ ଅବଗତ। ସେ ଏହି ଜନମତକୁ ଅସ୍ୱୀକାର କରିବାକୁ ସମସ୍ତ ପ୍ରକାର ଚେଷ୍ଟା କରିବେ।" ଖଡ୍ଗେ କହିଛନ୍ତି, "ଆମେ ଏଠାରୁ ମଧ୍ୟ ଜଣାଇଛୁ ଯେ ଇଣ୍ଡିଆ ମେଣ୍ଟ ସେହି ସମସ୍ତ ରାଜନୈତିକ ଦଳକୁ ସ୍ୱାଗତ କରୁଛି ଯେଉଁମାନଙ୍କର ଭାରତର ସମ୍ବିଧାନର ପ୍ରିଆମ୍ବଲ ଉପରେ ଅବିସ୍ମରଣୀୟ ବିଶ୍ୱାସ ରହିଛି ଓ ଏହାର ଅର୍ଥନୈତିକ, ସାମାଜିକ ତଥା ରାଜନୈତିକ ନ୍ୟାୟର ଉଦ୍ଦେଶ୍ୟ ରହିଛି।"