Weather Update of India: ସମଗ୍ର ଦେଶରେ ଏବେ ଜାରି ରହିଛି ଶୀତ ଲହରୀ। ଆସନ୍ତା ୨୦ ଜାନୁୟାରୀରୁ ଥଣ୍ଡାରୁ ମିଳିପାରେ ଆଶ୍ୱସ୍ତି। ଦେଶରେ ଶୀତ ଲହରୀ ଜାରି ରହିଥିବା ବେଳେ ଏକ ପାଶ୍ଚାତ୍ୟ ବିଭ୍ରାଟ ଗୁରୁବାର ପଶ୍ଚିମ ହିମାଳୟରେ ପହଞ୍ଚିବା ସମ୍ଭାବନା ରହିଛି। ଏହା ସହିତ ଅନ୍ୟ ଏକ ପାଶ୍ଚାତ୍ୟ ବିଭ୍ରାଟ ୨୦ ଜାନୁଆରୀରେ ପଶ୍ଚିମ ହିମାଳୟରେ ପହଞ୍ଚିବ। ଏହି ଦୁଇଟି ପାଶ୍ଚାତ୍ୟ ବିଭ୍ରାଟ ଆଗମନ ସହିତ ତାପମାତ୍ରା ବଢିବାରେ ଲାଗିବ। ଏହାର ପ୍ରଭାବରେ ଲୋକଙ୍କୁ ହାଡ଼ଭଙ୍ଗା ଶୀତରୁ ଆଶ୍ୱସ୍ତି ମିଳିବ। ଆସନ୍ତା ୨୩-୨୪ ତାରିଖରେ ବର୍ଷା ଏବଂ ଥଣ୍ଡା ପବନ କାରଣରୁ ଲୋକେ କମ୍ପି ଉଠିବେ।


COMMERCIAL BREAK
SCROLL TO CONTINUE READING

ଘରୋଇ ପାଣିପାଗ ପୂର୍ବାନୁମାନକାରୀ ସଂସ୍ଥା ସ୍କାଏମେଟ (Private Weather Forecasting Agency Skymet) ଅନୁସାରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ହରିୟାଣା (Haryana) ଏବଂ ରାଜସ୍ଥାନ (Rajasthan) ଆଦି ରାଜ୍ୟର କିଛି ଅଞ୍ଚଳରେ ଶୀତ ଲହରୀରୁ (Cold Wave) ଗମ୍ଭୀର ଶୀତ ଲହରୀ ଭଳି ପରିସ୍ଥିତି ସୃଷ୍ଟି ହୋଇପାରେ। ଏହା  ସହିତ ଦିଲ୍ଲୀ (Delhi), ପଞ୍ଜାବ (Punjab), ଉତ୍ତର ପ୍ରଦେଶ (Uttar Pradesh) ଏବଂ ମଧ୍ୟ ପ୍ରଦେଶର (Madhya Pradesh) କେତେକ ଅଞ୍ଚଳରେ ଶୀତ ଲହରୀ ଜାରି ରହିପାରେ। ପାଶ୍ଚାତ୍ୟ ବିଭ୍ରାଟର (Western Disturbance) ଆଗମନ ହେତୁ ଉତ୍ତର ପଶ୍ଚିମ, ମଧ୍ୟ ଏବଂ ପୂର୍ବ ଭାରତର ଅଧିକାଂଶ ସ୍ଥାନରେ ପବନର ଦିଗ ପରିବର୍ତ୍ତନ ଆରମ୍ଭ ହେବ। ଏହା ସହିତ ପାଗ ମଧ୍ୟ ଗରମ ହେବାରେ ଲାଗିବ। ଏହି କାରଣରୁ ପ୍ରାୟ ୫ ଦିନ ଧରି ଲୋକଙ୍କୁ ଥଣ୍ଡାରୁ ଆଶ୍ୱସ୍ତି ମିଳିବ। 


ଭାରତୀୟ ପାଣିପାଗ ବିଭାଗ (Indian Meteorological Department) ଅନୁଯାୟୀ ଦେଶର ଉତ୍ତର ଭାଗରେ (North India) ପ୍ରବଳ ଥଣ୍ଡା ପରିସ୍ଥିତି ସୃଷ୍ଟି ହୋଇଛି। ଜାମୁ କାଶ୍ମୀରର (Jammu Kashmir) ପହଲଗାମ (Pahalgam) ଠାରେ ସର୍ବନିମ୍ନ ତାପମାତ୍ରା ବିଯୁକ୍ତ ୧୧.୭ ଡିଗ୍ରୀ ସେଲସିୟସ ରେକର୍ଡ ହୋଇଛି। ଏହା ସହିତ ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ (National Capital Delhi) ଜାନୁଆରୀରେ ଅଷ୍ଟମ ଥର ପାଇଁ ଶୀତ ଲହରୀ ଭଳି ଅବସ୍ଥା ସୃଷ୍ଟି ହୋଇଛି। ରାଜସ୍ଥାନର ସିକର, ଚୁରୁ ଏବଂ କରୌଲି ଅଞ୍ଚଳରେ ସର୍ବନିମ୍ନ ତାପମାତ୍ରା ଶୂନ ଡିଗ୍ରୀ ତଳେ ପହଞ୍ଚିଛି। ସେଠାରେ ରାତିର ସର୍ବନିମ୍ନ ତାପମାତ୍ରା ବିଯୁକ୍ତ ୨.୨ ଡିଗ୍ରୀ ସେଲସିୟସ ହୋଇଥିବାର ରେକର୍ଡ କରାଯାଇଥିଲା।


ଅନ୍ୟତମ ଉତ୍ତର ଭାରତୀୟ ରାଜ୍ୟ ପଞ୍ଜାବ ଏବଂ ହରିୟାଣାରେ ମଧ୍ୟ ଜାରି ରହିଛି ଶୀତ ଲହରୀ। ଏହି ରାଜ୍ୟ ଦ୍ୱୟରେ ରାତିର ତାପମାତ୍ରା ସ୍ୱାଭାବିକ ଠାରୁ କମ୍ ରେକର୍ଡ କରାଯାଇଛି। ମଧ୍ୟ ପ୍ରଦେଶରେ ଥଣ୍ଡାକୁ ନେଇ ପାଣିପାଗ ବିଭାଗ ୟେଲୋ ଆଲର୍ଟ ସତର୍କତା ଜାରି କରିଛି। ପାଣିପାଗ ବିଭାଗ ସତର୍କ ସୂଚନା ଅନୁଯାୟୀ ଚାମ୍ବଲ ଡିଭିଜନ ଅଧିନସ୍ଥ ରାୟସେନ୍, ରତଲାମ, ଉମରିୟା, ରୀୱା, ଛତରପୁର, ଜବଲପୁର, ଗ୍ୱାଲିଅର୍ ଏବଂ ଦତିଆ ଜିଲ୍ଲାରେ ଶୀତ ଲହର ଜାରି ରହିବାର ସମ୍ଭାବନା ରହିଛି। ଅନ୍ୟପକ୍ଷରେ ଉମରିଆ, ରୀୱା, ଛତରପୁର, ଗ୍ୱାଲିଅର୍ ଏବଂ ଦତିଆ ଜିଲ୍ଲାରେ ଅଧିକ ଥଣ୍ଡା ହେବାର ସମ୍ଭାବନା ରହିଛି। ବିଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ସର୍ବନିମ୍ନ ତାପମାତ୍ରା ୨ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି।