Top 10 News Today:ଚୁଟକୀରେ ପଢିନିଅନ୍ତୁ ଅପରାହ୍ଣର କିଛି ଗୁରୁତ୍ତ୍ୱପୂର୍ଣ୍ଣ ଖବର
Advertisement
Article Detail0/zeeodisha/odisha2560858

Top 10 News Today:ଚୁଟକୀରେ ପଢିନିଅନ୍ତୁ ଅପରାହ୍ଣର କିଛି ଗୁରୁତ୍ତ୍ୱପୂର୍ଣ୍ଣ ଖବର

Top 10 News Today:ଚୁଟକୀରେ ପଢିନିଅନ୍ତୁ ଅପରାହ୍ଣର କିଛି ଗୁରୁତ୍ତ୍ୱପୂର୍ଣ୍ଣ ଖବର

Top 10 News Today:ଚୁଟକୀରେ ପଢିନିଅନ୍ତୁ ଅପରାହ୍ଣର କିଛି ଗୁରୁତ୍ତ୍ୱପୂର୍ଣ୍ଣ ଖବର

ଡିସେମ୍ବରରେ ମିଳିବ ନାହିଁ ସୁଭଦ୍ରା ଟଙ୍କା
ଡିସେମ୍ବରରେ ମିଳିବ ନାହିଁ ୪ର୍ଥ ପର୍ଯ୍ୟାୟ ସୁଭଦ୍ରା ଟଙ୍କା। ୩୦ ତାରିଖ ସୁଦ୍ଧା ସବୁ ପ୍ରକାର ଯାଞ୍ଚ ସରିବା ପରେ ସୁଭଦ୍ରା ଟଙ୍କା ମିଳିବ। ଆଜି ଏହି ସୂଚନା ଦେଇଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା। ସେ କହିଛନ୍ତି, ବର୍ତ୍ତମାନ ପାଇଁ ୪ର୍ଥ ପର୍ଯ୍ୟାୟ କିସ୍ତି ପ୍ରଦାନକୁ ସ୍ଥଗିତ ରଖାଯାଇଛି। ଯାଞ୍ଚ ପ୍ରକ୍ରିୟା ଚାଲିଥିବାରୁ ସ୍ଥଗିତ ରହିଛି। ସବୁ ପ୍ରକାର ଯାଞ୍ଚ ସରିଲେ, ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରାଯାଇ ୪ର୍ଥ ପର୍ଯ୍ୟାୟ ସୁଭଦ୍ରା ଟଙ୍କା ପ୍ରଦାନ କରାଯିବ। ୩୦ ତାରିଖ ସୁଦ୍ଧା ସବୁ ପ୍ରକାର ଯାଞ୍ଚ ସରିଯିବ ବୋଲି ଆଶା ରହିଛି।

ରାଜ୍ୟରେ ଶୀତ ଲହରୀ ଜାରି
ରାଜ୍ୟରେ ଜାରି ରହିଛି ଶୀତର ଲହରୀ। ପ୍ରବଳ ଶୀତରେ ଥରୁଛି ସାରା ଓଡ଼ିଶା। ଅସମ୍ଭାଳ ଶୀତରେ ଜନ ଜୀବନ ପ୍ରଭାବିତ ହୋଇଛି। ରାଜ୍ୟର ୧୫ ସହରର ତାପମାତ୍ରା ୧୨ ଡିଗ୍ରୀ ତଳେ ରହିଛି। ଆଜିବି ଶୀତର ପ୍ରକୋପ ଜାରି ରହିବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।ସେପଟେ ବଙ୍ଗୋପସାଗର (Bay of Bengal)ରେ ପୁଣି ଲଘୁଚାପ ହେବାର ସମ୍ଭାବନା ରହିଛି। ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ। ପରବର୍ତ୍ତୀ ୨୪ ଘଣ୍ଟା ମଧ୍ୟରେ ଲଘୁଚାପଟି ଅବପାତର ରୂପ ନେବ। ପରବର୍ତ୍ତୀ ସମୟରେ ଏହି ଅବପାତ ତାମିଲନାଡୁ ଉପକୂଳ ମୁହାଁ ହେବାର ସମ୍ଭାବନା ରହିଛି। 
 
ଆଜି ଠାରୁ ଶ୍ରୀମନ୍ଦିରରେ ପହିଲି ଭୋଗ

ଆଜିଠାରୁ ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି ପହିଲି ଭୋଗ। ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ ପ୍ରସ୍ତୁତ କରାଯାଇଥିବା ବେଳେ ଏହି ନୀତି ଦୀର୍ଘ ଏକ ମାସ ଧରି ଆସନ୍ତା ମକର ସଂକ୍ରାନ୍ତି ପର୍ଯ୍ୟନ୍ତ ଚାଲୁ ରହିବ। ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ ଅନୁସାରେ ଆଜିଠାରୁ ପ୍ରତ୍ୟେହ ରାତି ୨ଟାରେ ଶ୍ରୀମନ୍ଦିର ଦ୍ୱାରଫିଟା ଯାଇ ଭିତର ଶୋଧ, ମଙ୍ଗଳ ଆଳତୀ ଓ ରୋଷ ହୋମ, ମଇଲମ ଓ ତଡପଲାଗି, ଅବକାଶ, ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା ଓ ବେଶ ଶେଷ ହୋଇ ଭୋର ୫ଟା ୩୦ରୁ ୬ ଟା ମଧ୍ୟରେ ପହିଲି ଭୋଗ ନିତି ଅନୁଷ୍ଠିତ ହେବ। 

ସରକାରୀ ମାନ୍ୟତା ଦାବିରେ ରାଜଧାନୀରେ ଅଙ୍ଗନୱାଡି କର୍ମୀଙ୍କ ଗର୍ଜନ
ଲୋୟର ପିଏମଜିରେ ଅଙ୍ଗନବାଡି କର୍ମୀଙ୍କ ଗଣଧାରଣା। ସରକାରୀ ମାନ୍ୟତା ସାଙ୍ଗକୁ ଦରମା ବୃଦ୍ଧି ଦାବିରେ ଏକାଠି ହୋଇଛନ୍ତି ହଜାର ହଜାର ଅଙ୍ଗନବାଡି କର୍ମୀ ଓ ସହାୟିକା। ବହିଷ୍କାର ହୋଇଥିବା କର୍ମୀଙ୍କୁ ପୁନନିଯୁକ୍ତି । ନିର୍ବାଚନ ପୂର୍ବରୁ ସରକାର ଦେଇଥିବା ପ୍ରତିଶ୍ରୁତି ଲାଗୁ କରିବା ପାଇଁ ଦାବି କରି ଆନ୍ଦୋଳନକୁ ଓହ୍ଲାଇଛନ୍ତି  ।  ଏହା ସହ ହଟ କୁକ ମିଲ୍ ପାଇଁ ମୁଣ୍ଡପିଛା ୭ ଟଙ୍କା ୨୦ ପଇସା ସର୍ବମୋଟ ମିଳୁଥିବା ବେଳେ ଏହାର ବୃଦ୍ଧି ପାଇଁ ଦାବି କରାଯାଇଛି  । 

ବଢ଼ୁଛି ବିଷ୍ଣୁପଦଙ୍କ ଅଡ଼ୁଆ
ବରିଷ୍ଠ ଆଇଏଏସ ବିଷ୍ଣୁପଦ ସେଠୀଙ୍କ ଅଡ଼ୁଆ ବଢ଼ିବାରେ ଲାଗିଛି। ସିବିଆଇ ହାତରେ ପୁଳାପୁଳା ପ୍ରମାଣ ଲାଗିବା ପରେ ବିଷ୍ଣୁପଦଙ୍କ ପାଇଁ ବଢ଼ିଛି ଅଡୁଆ। ଏପଟେ ସିବିଆଇର ସମନ ପରେ ମଧ୍ୟ ହାଜର ହେଉ ନଥିବା ବିଷ୍ଣୁପଦ ଆଜି ହାଜର ହେବାର ସମ୍ଭାବନା ରହିଛି । ରାଜ୍ୟ ସରକାରଙ୍କ ବିଭିନ୍ନ ଏଜେନ୍ସି ଥାଇ ମଧ୍ୟ ବିଷ୍ଣୁପଦ କେଉଁ ଅଦୃଶ୍ୟ କାରଣରୁ ଓପନ୍ ଟେଣ୍ଡର ନକରି କେନ୍ଦ୍ରୀୟ ପିଏସୟୁଗୁଡ଼ିକୁ ସରକାରୀ ଆବାସିକ ଆଶ୍ରମ ସ୍କୁଲର ଉନ୍ନୀତିକରଣ କାର୍ଯ୍ୟ ଟେକି ଦେଉଥିଲେ ତା’ର ଅନେକ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ ସିବିଆଇ ହାତରେ ଲାଗିଥିବା ଜଣାପଡ଼ିଛି। ରାଜ୍ୟର କିଛି ନିର୍ଦ୍ଦିଷ୍ଟ ରିୟଲ ଇଷ୍ଟେଟ୍ ସଂସ୍ଥାକୁ ଏସବୁ କାର୍ଯ୍ୟ ଟେକି ଦେବା ପାଇଁ ଆଇନର ଗଳାବାଟରେ କେନ୍ଦ୍ରୀୟ ପିଏସୟୁକୁ ମାଧ୍ୟମ କରାଯାଇଥିବା ନିର୍ଭରଯୋଗ୍ୟ ସୂତ୍ରରୁ ସୂଚନା ମିଳିଛି ।

ଜେରା ବେଳେ ଅସୁସ୍ଥ ହେଲା ଠିକାଦାର
ସିବିଆଇ ଜେରାରେ ଛାନିଆ ଠିକାଦାର ସନ୍ତୋଷ ମହାରଣା । ଝାଡାବାନ୍ତି ହୋଇ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ସନ୍ତୋଷ । ସିବିଆଇର ୩ ଦିନିଆ ରିମାଣ୍ଡରେ ଥିବା କଣ୍ଟ୍ରାକ୍ଟର ସନ୍ତୋଷ ମହାରଣା ଜେରାର ସମ୍ମୁଖୀନ ହୋଇ ଅସୁସ୍ଥ ହୋଇପଡିଛନ୍ତି। ଗତ ୭ ତାରିଖରେ ଧରାପଡ଼ିଥିବା ୧୦ ଲକ୍ଷ ଲାଞ୍ଚ କାରବାରରେ ମୁଖ୍ୟ କାର୍ପଟଦାର ଥିଲେ ସନ୍ତୋଷ। ସେପଟେ ବ୍ରିଜ ଆଣ୍ଡ ରୁଫ୍ କମ୍ପାନୀ ମାମଲାରେ ସାମ୍ନାକୁ ଆସିଛି ଏକ ଚିଠି। ଏହି ଚିଠି ବ୍ରିଜ୍ ଆଣ୍ଡ ରୁଫ୍ କମ୍ପାନୀ ପକ୍ଷରୁ ଲେଖାଯାଇଛି। ବିଷ୍ଣୁପଦ ସେଠୀଙ୍କୁ କମ୍ପାନୀର ଦୁଇ ଅଧିକାରୀ ଚଞ୍ଚଳ ମୁଖାର୍ଜୀ ଓ ଆଉ ଜଣେ ବିକେ ସିଂହ ଭେଟିବା ଲାଗି କମ୍ପାନୀ ତରଫରୁ ଅନୁମତି ମଗାଯାଇଥିଲା।

IAS ଅନିମେଶ ପ୍ରଧାନଙ୍କୁ ମିଳିଲା ଓଡ଼ିଶା କ୍ୟାଡର
AS ଅନିମେଶ ପ୍ରଧାନଙ୍କୁ ମିଳିଲା ଓଡ଼ିଶା କ୍ୟାଡର। ୨୦୨୩ ସିଭିଲ୍ ସର୍ଭିସ୍ ପରୀକ୍ଷୀରେ ଦ୍ବିତୀୟ ରାଙ୍କ ପାଇଥିବା ଅନିମେଶ ପ୍ରଧାନଙ୍କୁ ଓଡ଼ିଶା କ୍ୟାଡର ମିଳିଛି। ସୋସିଆଲ୍ ମିଡିଆ ଏକ୍ସରେ ନିଜେ ଏନେଇ ପୋଷ୍ଟ କରିଛନ୍ତି ଅନିମେଶ। ଭାରତ ସରକାରଙ୍କ କାର୍ମିକ, ସାଧାଣ ଅଭିଯୋଗ ମନ୍ତ୍ରାଣଳୟର ସୂଚନା ଅନୁସାରେ ୨୪ ନଂ ରାଙ୍କରେ ଥିବା ପ୍ରଜ୍ଞାନନ୍ଦନ ଗିରି, ୪୦୯ ନଂ ରାଙ୍କରେ ଥିବା ସନ୍ତୋଷ କୁମାର ପାତ୍ରଙ୍କୁ ମଧ୍ୟ ଓଡ଼ିଶା କ୍ୟାଡର ମିଳିଛି। 

ରାହୁଲ ଗାନ୍ଧିଙ୍କୁ ଚିଠି ଲେଖିଲା ପ୍ରଧାନମନ୍ତ୍ରୀ ସଂଗ୍ରହାଳୟ
ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁଙ୍କ ବହୁ ଚିଠି ଏବେ କଂଗ୍ରେସ ପାଖରେ ଅଛି। ଉକ୍ତ ଚିଠିଗୁଡ଼ିକ ଖୁବ୍‌ ଐତିହାସିକ ଗୁରୁତ୍ୱ ବହନ କରୁଥିବା ବେଳେ ପ୍ରାୟ ୧୬ ବର୍ଷ ହେଲାଣି କଂଗ୍ରେସ ତାହାକୁ ଫେରାଇବା ନାଁ ଧରୁନି। । ତେଣୁ ସମସ୍ତ ଚିଠିଗୁଡ଼ିକୁ ଫେରସ୍ତ କରିବାକୁ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ଚିଠି ଲେଖିଛି ପ୍ରଧାନମନ୍ତ୍ରୀ ସଂଗ୍ରହାଳୟ ଓ ପୁସ୍ତକାଳୟ ସୋସାଇଟି (PMML) ।

ବନ କର୍ମଚାରୀଙ୍କୁ ଗୁଳିମାଡ଼, ହାତୀ ଦାନ୍ତ ଜବତ
ବେଆଇନ ହାତୀ ଦାନ୍ତ ଚାଲାଣ  ଅଭିଯୋଗର ଚଢ଼ଉ ସମୟରେ ବନ ବିଭାଗର ସ୍ୱତନ୍ତ୍ର ଟାସ୍କ ଫୋର୍ସକୁ ଗୁଳିମାଡ଼ କରିଛନ୍ତି କିଛି ଦୁର୍ବୁର୍ତ୍ତ। ରାୟଗଡ଼ା ଜିଲ୍ଲାର ମୁନିଗୁଡ଼ାଠାରେ ଏପରି ଅଘଟଣା ହୋଇଛି। ବନ ବିଭାଗର କୌଣସି ଅଧିକାରୀ ଏଥିରେ ଆହତ ହୋଇ ନଥିଲେ ମଧ୍ୟ ଗାଡ଼ି ଉପରେ ୪ ରାଉଣ୍ଡ ଗୁଳି ବାଜିଛି। ଡ୍ରାଇଭରଙ୍କ ସତର୍କତା ହେତୁ ବନ କର୍ମଚାରୀ ବର୍ତ୍ତି ଯାଇଥିବା ସୂଚନା ମିଳିଛି।  ଏ ବାବଦରେ ମୁନିଗୁଡ଼ା ଥାନାରେ ଏକ ମାମଲା ରୁଜୁ ହୋଇଛି।

ଆରପାରିରେ ବିଶିଷ୍ଟ ତବଲା ବାଦକ ଜାକିର ହୁସେନ 
ଆଉ ନାହାଁନ୍ତି ବିଶିଷ୍ଟ ତବଲା ବାଦକ ଉସ୍ତାଦ ଜାକିର ହୁସେନ । ମୃତ୍ୟୁ ବେଳକୁ ତାଙ୍କୁ ୭୩ ବର୍ଷ ବୟସ ହୋଇଥିଲା । କିଛିଦିନ ତଳେ ସ୍ୱାସ୍ଥ୍ୟବସ୍ଥା ଖରାପ ହେବାରୁ ତାଙ୍କୁ ଆମେରିକାର ସାନ ଫ୍ରାନ୍ସିସ୍କୋର ଏକ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସିତ ଅବସ୍ଥାରେ ତାଙ୍କର ନିଧନ ଘଟିଛି । ସେ ହୃଦଜନିତ ଓ ରକ୍ତଚାପଜନିତ ସମସ୍ୟାର ସମ୍ମୁଖୀନ ଥିବା ଯୋଗୁଁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଗତ ଦୁଇ ସପ୍ତାହ  ଧରି ହସ୍ପିଟାଲରେ ଭର୍ତ୍ତି ଥିଲେ । ଜାକିର ହୁସେନଙ୍କ ପରିବାର ଆଜି  ସକାଳେ ତାଙ୍କ  ନିଧନ  ସମ୍ପର୍କରେ ସୂଚନା ଦେଇଥିଲେ ।