Nabanna March: କୋଲକାତା: ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପି ନେତାଙ୍କ ସହିତ କାର୍ଯ୍ୟକର୍ତ୍ତାଙ୍କ ଉତ୍ସାହ ବେଶ ମଜବୁତ ରହିଥିଲା। ଏପରିକି ନିର୍ବାଚନକୁ ନେଇ ଟିଏମସି ନେତା ମଧ୍ୟ ମମତାଙ୍କ ହାତ ଛାଡ଼ି ଦେଇଥିଲେ। କିନ୍ତୁ ନିର୍ବାଚନ ଫଳାଫଳ ବିଜେପିକୁ ଏକ ବଡ଼ ଝଟକା ଦେଇଥିଲା। ଏକ ବୃହତ ବ୍ୟବଧାନରେ ବିଜୟ ହାସଲ କରି ମମତା ବାନାର୍ଜୀ ପ୍ରମାଣ କରିଦେଇଛନ୍ତି ଯେ ସେ ବର୍ତ୍ତମାନ ସମୟରେ ବଙ୍ଗଳାର ସବୁଠୁ ଅଧିକ ପସନ୍ଦର ପ୍ରାର୍ଥୀ ଅଟନ୍ତି। ସେବେଠାରୁ ରାଜ୍ୟରେ ବିଜେପି ପାଇଁ ପରିସ୍ଥିତି ଅତ୍ୟନ୍ତ ନକରାତ୍ମକ ରହିଥିଲା। ଏପରିକି ଅଧିକାଂଶ ସମୟରେ ନେତାମାନେ ଦଳର ହାତ ଛାଡ଼ିଦେଇଥିଲେ। ଫଳରେ ଦଳ ଧିରେଧିରେ ଦୁର୍ବଳ ହେବାର ଲାଗିଥିଲା। କିନ୍ତୁ ସୁପ୍ତ ଅବସ୍ଥାରେ ଥିବା ବିଜେପି ରାଜ୍ୟରେ ପୁଣି ଥରେ ସକ୍ରିୟ ହୋଇ ଉଠିଛି।


COMMERCIAL BREAK
SCROLL TO CONTINUE READING

ଏହାର ଏକ ବଡ଼ ଉଦାହରଣ ଦେଖିବାକୁ ମିଳିଛି ମଙ୍ଗଳବାର ଦିନ। ଯେତେବେଳେ ମମତା ସରକାରଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ବିରୋଧରେ ବିଜେପି ତରଫରୁ ନବନ୍ନା ଚଲୋ ମାର୍ଚ୍ଚ ଘୋଷଣା କରାଯାଇଥିଲା। ହଜାର ହଜାର ବିଜେପି କର୍ମୀ ଏହି ପଦଯାତ୍ରାରେ ସାମିଲ ହୋଇଯାଇଥିଲେ। ସମ୍ପୂର୍ଣ୍ଣ ଯୋଜନା ସହିତ ପ୍ରତ୍ୟେକ ଅଞ୍ଚଳରୁ କର୍ମୀଙ୍କୁ ଏକାଠି କରି କୋଲକାତା ଡକାଯାଇଥିଲା। 


ଏହି ପଦଯାତ୍ରା ପାଇଁ ପଶ୍ଚିମବଙ୍ଗ ପୋଲିସ ପୂର୍ବରୁ ପ୍ରସ୍ତୁତି କରି ସାରିଥିଲା। ବିଜେପି କର୍ମୀଙ୍କୁ ଅଟକାଇବା ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଥିଲା। କିନ୍ତୁ ତାଙ୍କୁ ଅଟକାଇବା ପରେ ସେ ଆକ୍ରମଣାତ୍ମକ ହୋଇ ପଡ଼ିଥିଲେ। ପୋଲିସ ଏବଂ ବିଜେପି କର୍ମୀଙ୍କ ମଧ୍ୟରେ ହାତାହାତୀ ହୋଇଥିବାର ଦେଖିବାକୁ ମିଳିଥିଲା। ଯେଉଁଥିରେ କାର୍ଯ୍ୟକର୍ତ୍ତାଙ୍କ ବ୍ୟତୀତ କିଛି ପୋଲିସ କର୍ମଚାରୀ ମଧ୍ୟ ଆହତ ହୋଇଥିଲେ। ବିଜେପି କର୍ମୀମାନେ ପୋଲିସ ଗାଡି ଭଙ୍ଗାରୁଜା କରିଥିଲେ। ଭଙ୍ଗାରୁଜା କରିବା ସହିତ ପୋଲିସ ଗାଡ଼ିରେ ନିଆଁ ଲଗାଇ ଦେଇଥିଲେ। 


ମୋଟାମୋଟି କହିବାକୁ ଗଲେ ପଶ୍ଚିମବଙ୍ଗରେ ବିଜେପି ପୁଣି ଥରେ ସକ୍ରିୟ ହୋଇ ଉଠିଛି। ସୁପ୍ତ ଅବସ୍ଥାରେ ଥିବା ବିଜେପି ପୁଣି ଥରେ ରାଜ୍ୟରେ ବେଶ ସକ୍ରିୟ ହୋଇ ପଡ଼ିଛି। ତେବେ ଏହି କାର୍ଯ୍ୟରେ ବିଜେପି ସଫଳତା ମଧ୍ୟ ହାସଲ କରୁଥିବା ଦେଖିବାକୁ ମିଳିଛି। ଯଦିଓ ଏହି ରାଲି ସମ୍ପୂର୍ଣ୍ଣ କରିବାରେ ବିଜେପି ସଫଳ ହୋଇ ପାରିନଥିଲା। ସେହିପରି କାର୍ଯ୍ୟକର୍ତ୍ତାମାନେ ଉପସ୍ଥିତ ପୋଲିସ କର୍ମଚାରୀଙ୍କୁ ମଧ୍ୟ ମାଡ଼ ମାରିଥିବା ଦେଖିବାକୁ ମିଳିଥିଲା। ଏହି ଆନ୍ଦୋଳନରୁ ଦଳ ଯାହା ଚାହୁଁଥିଲା, ସେଥିରେ ସଫଳ ହୋଇଛି ବିଜେପି। ନିର୍ବାଚନରେ ପରାଜୟ ପରେ ଶାନ୍ତି ଓ ସୁପ୍ତ ହୋଇ ପଡ଼ିଥିବା ବିଜେପିର କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ଜୋଶ ଭରିବାରେ ବେଶ ଖୋରାକ ଯୋଗାଇଛି ଏହି ଆନ୍ଦୋଳନ। ଏହି ଜୋଶକୁ ବିଜେପି ବର୍ତ୍ତମାନ ୨୦୨୪ ପର୍ଯ୍ୟନ୍ତ ବଜାୟ ରଖିବ ବୋଲି ପଶ୍ଚିମବଙ୍ଗ ବିଜେପି ଏକ ପ୍ରକାର ଇଙ୍ଗିତ କରି ଦର୍ଶାଇଛି। 


ତେବେ ଏହି ଆନ୍ଦୋଳନ ଆଗାମୀ ୨୦୨୪ ସାଧାରଣ ନିର୍ବାଚନ ପାଇଁ ବିଜେପି ପ୍ରସ୍ତୁତି ଆରମ୍ଭ କରିଦେଇଛି। ଯଦିଓ ବିଧାନସଭା ନିର୍ବାଚନରେ ବିଜେପି ପରାଜୟ ବରଣ କରିଥିଲା। କିନ୍ତୁ ଲୋକସଭା ନିର୍ବାଚନରେ କୌଣସି ପରିସ୍ଥିତିରେ ସୁଯୋଗକୁ ହାତଛଡ଼ା କରିବାକୁ ଚାହୁଁନାହିଁ। ଏଥିପାଇଁ ବିଜେପି ପ୍ରସ୍ତୁତ ଆରମ୍ଭ କରିଦେଇଛି। ଏହା ପୂର୍ବରୁ ମଧ୍ୟ ବିଜେପି ତାର ଝଲକ ଦେଖାଇ ଦେଇଛି। ମମତାଙ୍କ ସରକାରରେ ଇଡ଼ି ସିବିଆଇ ରେଡ଼ କରି କୋଟି କୋଟି ଟଙ୍କ ଜବତ କରି ସାରିଛି। ମନ୍ତ୍ରୀମାନଙ୍କ ଗିରଫଦାରୀ ଚାଲିଛି। ନବନ୍ନା ଚଲୋ ମାର୍ଚ୍ଚ ଏହାର ଏକ ଛୋଟ ଉଦାହରଣ ପାଲଟିଛି। ଆଗାମୀ ଦୁଇ ବର୍ଷ ମଧ୍ୟରେ ମମତା ସରକାରଙ୍କ ଉପରେ ବିଜେପି ଆକ୍ରମଣାତ୍ମକ ରଣନୀତି ପ୍ରୟୋଗ କରିପାରେ ବୋଲି ରାଜନୈତିକ ମାହୋଲରେ ଚର୍ଚ୍ଚା ହେଉଛି।