Sealdah Railway Station Accident: ଏକ ବଡ ଧରଣର ଅଘଟଣରୁ ଅଳ୍ପକେ ବର୍ତ୍ତିଯାଇଛି ପଶ୍ଟିମବଙ୍ଗର ସିଆଲଦା ରେଳ ଷ୍ଟେସନ। ଏହି ଷ୍ଟେସନ ବାହାରେ ସମାନ ଦିଗରେ ଚାଲୁଥିବା ଦୁଇଟି ସ୍ଥାନୀୟ ଇଲେକ୍ଟ୍ରିକ୍ ମଲ୍ଟିପଲ୍ ୟୁନିଟ୍ (EMU) ଟ୍ରେନ୍ ପରସ୍ପରକୁ ଟକ୍କର ମାରି ଚାଲିଯାଇଛନ୍ତି। ଏହି ଘଟଣାରେ କୈଣସି କ୍ଷୟକ୍ଷତି ହୋଇନାହିଁ ବୋଲି କହିଛନ୍ତି ଜଣେ ରେଳ ଅଧିକାରୀ। 


COMMERCIAL BREAK
SCROLL TO CONTINUE READING

ସିଆଲଦା ରେଳ ଷ୍ଟେସନ ଠାରେ ଦୁଇଟି ସ୍ଥାନୀୟ ଇଲେକ୍ଟ୍ରିକ୍ ମଲ୍ଟିପଲ୍ ୟୁନିଟ୍ (Electric Multiple Unit) ଇଏମୟୁ ଟ୍ରେନ୍ (EMU Train) ପରସ୍ପରକୁ ଟକ୍କର ମାରିବା ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ପୂର୍ବ ରେଳବାଇ ମୁଖପାତ୍ର ଏକଲବ୍ୟ ଚକ୍ରବର୍ତ୍ତୀ। ଏନେଇ ସେ କହିଛନ୍ତି ଯେ ଇଏମୟୁ ଟ୍ରେନ୍ ଦେଶର ଅନ୍ୟତମ ବ୍ୟସ୍ତବହୁଳ ରେଳ ଷ୍ଟେସନ ସିଆଲଦା ଆଡକୁ ଯାଉଥିଲେ। ଗୋଟିଏ ଟ୍ରେନ୍ ରାତି ପ୍ରାୟ ୧୨.୧୫ ମିନିଟ ସମୟରେ ସିଆଲଦା ଠାରୁ ରାଣାଘାଟ ଅଭିମୁଖେ ଯାଉଥିଲାବେଳେ ଅନ୍ୟ ଟ୍ରେନ୍ ଖାଲି ଥିଲା। ଯାହା ଷ୍ଟେସନ ପରିସରୁ 'କାର୍ ସେଡ଼' ଆଡକୁ ଯାଉଥିଲା।


ଏହି ଘଟଣା ପରେ ଖାଲି ରହିଥିବା ଟ୍ରେନ ଚାଳକଙ୍କ କ୍ୟାବିନ ଆଂଶିକ କ୍ଷତିଗ୍ରସ୍ତ ହୋଇଛି। ଦୁର୍ଘଟଣାର କାରଣ ଜାଣିବା ପାଇଁ ବିଭାଗୀୟ ତଦନ୍ତ କରାଯିବ। ଦୁର୍ଘଟଣା ହେତୁ ସିଆଲଦା ମୁଖ୍ୟ ବିଭାଗରେ ଟ୍ରେନ୍ ଚଳାଚଳ ଆଂଶିକ ପ୍ରଭାବିତ ହୋଇଛି। ରେଳ ଚଳାଚଳରେ ସ୍ୱାଭାବିକତା ଫେରାଇ ଆଣିବାକୁ ଉଦ୍ୟମ ଚାଲିଛି।


ପଶ୍ଚିମବଙ୍ଗ ସିଆଲଦା ଷ୍ଟେସନ ନିକଟରେ ଦୁଇଟି ଲୋକାଲ ଟ୍ରେନ୍ ପରସ୍ପର ସହ ମୁହାଁମୁହିଁ ହୋଇଥିଲେ। ଏହି ଘଟଣାରେ କୌଣସି କ୍ଷୟକ୍ଷତି ହୋଇନାହିଁ। ଦୁର୍ଘଟଣାର ଶୀକାର ହୋଇଥିବା ଲୋକ ଟ୍ରେନ୍ ଯାତ୍ରୀଙ୍କ ସହିତ ଭର୍ତ୍ତି ହୋଇଥିଲା। ଏହା ପରେ ଅନ୍ୟ ଏକ ଟ୍ରେନ୍ ସହିତ ଏହି ଟ୍ରେନ୍ ଧକ୍କା ହୋଇଥିଲା।  ଏନେଇ କୁହାଯାଉଛି ଯେ ଖାଲିଥିବା ଏକ ଲୋକାଲ ଟ୍ରେନ୍ ସିଆଲଦା ଷ୍ଟେସନ ଠାରୁ କାରସେଡ୍ ଆଡକୁ ଯାଉଥିଲା। ଦୁର୍ଘଟଣାଗ୍ରସ୍ତ ଅନ୍ୟ ଏକ ଟ୍ରେନ୍ ହେଉଛି ରାଘାଘାଟ ଲୋକାଲ ଟ୍ରେନ। ଯେଉଁଥିରେ ଅନେକ ଯାତ୍ରୀ ରହିଥିବାର ଜଣାପଡ଼ିଛି। ଟ୍ରେନ ଧୀର ଗତିରେ ଚାଲୁଥିବାରୁ କୌଣସି ବଡ଼ ଘଟଣା ଘଟିନାହିଁ। ହେଲେ ଏହାକୁ ନେଇ ଯାତ୍ରୀଙ୍କ ମଧ୍ୟରେ ଭୟ ଖେଳିଯାଇଥିଲା। ଦୁର୍ଘଟଣା ପରେ ରେଳ ସେବାକୁ ସ୍ୱାଭାବିକ କରିବାକୁ ଚେଷ୍ଟା କରାଯାଉଛି।


ରେଳବାଇ ସୂତ୍ର ଅନୁଯାୟୀ ଆଖ ପାଖରେ ଚାଲୁଥିବା ଦୁଇଟି ଟ୍ରେନ୍ ପରସ୍ପର ସହ ମୁହାଁମୁହିଁ ହୋଇଥିଲେ। କାରସେଡ ଆଡକୁ ଯାଉଥିବା ଟ୍ରେନ ଖାଲି ରହିଥିଲା। ଏହାର ଅନ୍ୟ ପାର୍ଶ୍ୱରୁ ରାଣାଘାଟ ଲୋକାଲ ଟ୍ରେନ ଷ୍ଟେସନ ଆଡକୁ ଆସୁଥିଲା। ହଠାତ୍ ରାଣାଘାଟ ଲୋକାଲ ଟ୍ରେନ ଚକ ରେଳ ଲାଇନ ଛାଡି ସାଇଡ ଲାଇନ ଆଡକୁ ଚାଲି ଯିବା ପରେ ଖାଲି ଟ୍ରେନ୍ ସହିତ ଧକ୍କା ହୋଇଥିଲା। ଯାନ୍ତ୍ରିକ ତ୍ରୁଟି ହେତୁ ଏପରି ଘଟଣା ଘଟିଥିବା କୁହାଯାଉଛି। ହେଲେ ଏହି ଘଟଣା କିପରି ଘଟିଲା ତାହାର ପ୍ରକୃତ କାରଣ ଜାଣିବାକୁ ରେଳବାଇ ଅଧିକାରୀ ଏହାର ତଦନ୍ତ କରୁଛନ୍ତି।


ସିଆଲଦା ଷ୍ଟେସନ ନିକଟରେ ଦୁଇଟି ଲୋକାଲ ଟ୍ରେନ୍ ଧକ୍କା ହେବା କାରଣରୁ ଟ୍ରେନ୍ ସେବା ବନ୍ଦ ହୋଇଯାଇଛି। ଏଭଳି ପରିସ୍ଥିତିରେ ଲୋକେ କାର ସେଡ ଠାରୁ ଷ୍ଟେସନ ଠାରେ ପହଞ୍ଚିବାକୁ ବହୁତ ସମୟ ନେଉଛନ୍ତି। ଲୋକାଲ ଟ୍ରେନ ଯାତ୍ରୀ କହିଛନ୍ତି ଯେ ଏହି ଘଟଣା ପରେ ସେମାନେ ବହୁତ ଡରି ଯାଇଛନ୍ତି। ରେଳ ବିଭାଗ ଦ୍ୱାରା ଏକ କମିଟି ଗଠନ କରାଯାଇଛି ଏବଂ ହଠାତ୍ ଦୁର୍ଘଟଣା କିପରି ଘଟିଲା ଏହି କମିଟି ତାହାର ଯାଞ୍ଚ କରୁଛି।