West Bengal Election 2021: ଜଗନ୍ନାଥଙ୍କ ମୁଖ୍ୟ ବାଡ଼ଗ୍ରାହୀଙ୍କ ଭବିଷ୍ୟବାଣୀ: ନିର୍ବାଚନ ଜିତିବେ ମମତା
ଯେଉଁଦିନ ପଶ୍ଚିମବଙ୍ଗ ନିର୍ବାଚନ ତାରିଖ ଘୋଷଣା ହୋଇଥିଲା, ସେଦିନ ଏକ ଖବର ରାଜନୀତି ପାଣିପାଗକୁ ସରଗରମ୍ କରି ଦେଇଥିଲା ।
ନୂଆଦିଲ୍ଲୀ: ଆଗକୁ ପଶ୍ଚିମବଙ୍ଗ ନିର୍ବାଚନ । ଆଲୋଚନା, ପର୍ଯ୍ୟାଲୋଚନା ଭିତରେ ଚାଲିଛି କ୍ୟାମ୍ପେନ ଉପରେ କ୍ୟାମ୍ପେନ । ସମସ୍ତଙ୍କ ମନରେ ସେଇ ଗୋଟିଏ ପ୍ରଶ୍ନ ଏଥର ନିର୍ବାଚନରେ ମମତାଙ୍କ ଗଡ଼ ଭାଙ୍ଗିବ ନା ବଳବତ୍ତର ରହିବ ମମତାଙ୍କ ସରକାର ତାକୁ ନେଇ ଆରମ୍ଭ ହୋଇଯାଇଛି ବାକ୍ ଯୁଦ୍ଧ । ହେଲେ ଏହାରି ମଧ୍ୟରେ ଏମିତି ଏକ ଆକଳନ ଯାହା ସମସ୍ତଙ୍କୁ ଭାବିବାକୁ ବାଧ୍ୟ କରିଛି । ସୂଚନାଯୋଗ୍ୟ, ଯେଉଁଦିନ ପଶ୍ଚିମବଙ୍ଗ ନିର୍ବାଚନ ତାରିଖ ଘୋଷଣା ହୋଇଥିଲା, ସେଦିନ ଏକ ଖବର ରାଜନୀତି ପାଣିପାଗକୁ ସରଗରମ୍ କରି ଦେଇଥିଲା ।
ଆଉ ତାହା ଥିଲା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଶ୍ରୀଜଗନ୍ନାଥ ପୂଜା । ମମତାଙ୍କ ବାସଭବନରେ ସ୍ୱୟଂ ଜଗନ୍ନାଥଙ୍କ ମୁଖ୍ୟ ବାଡ଼ଗ୍ରାହୀ ଜଗନ୍ନାଥ ସ୍ୱାଇଁ ମହାପାତ୍ର ପୂଜା କରିଥିଲେ । ମମତାଙ୍କ ଏହି ଜଗନ୍ନାଥ ପୂଜା (Lord Jagannath Puja)ରେ ମୁଖ୍ୟ ବାଡ଼ଗ୍ରାହୀଙ୍କ ସହ ଆଉ ୬ ପୁରୋହିତ ଉପସ୍ଥିତ ରହିଥିଲେ । ତେବେ ଆଗକୁ ଥିବା ମତଦାନ ନେଇ ମମତାଙ୍କ ନିର୍ବାଚନ ବିଜୟ ଉପରେ ଜଗୁନି ଭବିଷ୍ୟବାଣୀ କରିଛନ୍ତି । ଜୀ ଓଡ଼ିଶା Super Exclusive ବୁଲେଟିନ ମାଧ୍ୟମରେ ଯୋଡ଼ି ହୋଇଥିଲେ ଜଗନ୍ନାଥଙ୍କ ମୁଖ୍ୟ ବାଡ଼ଗ୍ରାହୀ ଜଗନ୍ନାଥ ସ୍ୱାଇଁ ମହାପାତ୍ର (Jagannath Swain Mohapatra) ।
Also Read: Metro Man ହେବେ କେରଳ ମୁଖ୍ୟମନ୍ତ୍ରୀ ଚେହେରା
ତେବେ ଜଗନ୍ନାଥ (Lord Jagannath)ଙ୍କ ମୁଖ୍ୟ ବାଡ଼ଗ୍ରାହୀ ଜଗନ୍ନାଥ ସ୍ୱାଇଁ ମହାପାତ୍ର କହିଛନ୍ତି ଯେ, କିଏ ଜିତିବ କିଏ ହାରିବ ତାହା ପର କଥା, ହେଲେ ମମତାଙ୍କ ଯେଉଁ ବିଶ୍ୱାସ ଓ ଭରସା ରହିଛି ତାହାକୁ ନେଇ ସେ ଜଗନ୍ନାଥଙ୍କ ପୂଜା ଆୟୋଜନ କରିଥିଲେ । ସେ କହିଛନ୍ତି ଯେ, ମମତା ବାନାର୍ଜୀ ନିଜ ରାଜ୍ୟରେ କିପରି ଶାନ୍ତି ଶୃଙ୍ଖଳାର ସହ ନିର୍ବାଚନ ଶେଷ ହେବ ସେ ନେଇ ସେ ପୂଜା କରିଥିଲେ । ପଶ୍ଚିମବଙ୍ଗ (West Bengal) ରେ ନିର୍ବାଚନ ହେବାକୁ ଯାଉଛି ତେବେ ପ୍ରତିବର୍ଷ ଏହି ବିରାଟ ପୂଜାର ଆୟୋଜନ କରାଯାଏ । ମାତ୍ର ଏଥର ଟିକେ ନିଆରା ଢଙ୍ଗରେ ପୂଜା କରାଯାଇଛି । ଏହି ପୂଜା ସମୟର ବିଧି ସକାଳ ୭ଟା ସମୟରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ କରାଯାଇଥିଲା ।
Also Read: ପୁଣି ବଢିବ ତାତି; ୨୪ ଘଣ୍ଟାରେ କୁହୁଡି ସମ୍ଭାବନା
ନିଜେ ପୂଜା କରିବା ସହ ପୂର୍ଣ୍ଣାହୂତୀ ସମୟରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ (Mamata Banerjee) ଉପସ୍ଥିତ ଥିଲେ ବୋଲି କହିଛନ୍ତି ଜଗନ୍ନାଥଙ୍କ ମୁଖ୍ୟ ବାଡ଼ଗ୍ରାହୀ । ସେପଟେ ମମତା ବାନାର୍ଜୀ ଚଳିତ ଥର ନିର୍ବାଚନ (WestBengal Election 2021 )ରେ ଜିତିବେ ନା ନାହିଁ ଏହି ପ୍ରଶ୍ନରେ ଉତ୍ତର ଦେଇ କହିଥିଲେ ଯେ, ଯିଏ ଜଗନ୍ନାଥଙ୍କ ଶରଣ ପଶିଛି ସେ ସବୁବେଳେ ଜିତିଛି । ପୂର୍ବ ନିର୍ବାଚନରେ ସମସ୍ତେ କହୁଥିଲେ ମମତା ସରକାର ହାରିଯିବେ, କିନ୍ତୁ ମୁଁ କହିଥିଲି ୨୦୦ ଉପରେ ଭୋଟ ପାଇ ସେ ସରକାର ଗଢିବେ । ଏବଂ ତାହା ହେଲା, ଆଉ ଚଳିତଥର ଭୋଟ ପ୍ରତିଶତ କମିପାରେ ହେଲେ ଆଶା ଯେ, ମମତା ବାନାର୍ଜୀ ପୁନର୍ବାର ସରକାର ଗଢିବେ ବୋଲି କହିଛନ୍ତି ଜଗନ୍ନାଥଙ୍କ ମୁଖ୍ୟ ବାଡ଼ଗ୍ରାହୀ।