Advertisement
Article Detail0/zeeodisha/odisha859597

ପୁଣି ବଢିବ ତାତି; ୨୪ ଘଣ୍ଟାରେ କୁହୁଡି ସମ୍ଭାବନା

ସର୍ବାଧିକ ତାପମାତ୍ରା ୨-୩ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବା ନେଇ ଆକଳନ କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର। 

ପୁଣି ବଢିବ ତାତି; ୨୪ ଘଣ୍ଟାରେ କୁହୁଡି ସମ୍ଭାବନା

ଶାନ୍ତସ୍ବରୂପ ରାଉତ,ଭୁବନେଶ୍ବର: ପୁଣି ବଢିବ ତାତି। ଆସନ୍ତା ୨୪ ଘଣ୍ଟାରେ କୁହୁଡି ସମ୍ଭାବନା। ରାଜ୍ୟରେ ବର୍ତ୍ତମାନ ଏକ ଟ୍ରଫ ଲାଇନ ସକ୍ରିୟ ରହିଛି। ଆଗାମୀ ୫ ଦିନ ପର୍ଯ୍ୟନ୍ତ ପାଗ ଶୁଖିଲା ରହିବା ସହ କିଛି ଜିଲ୍ଲାରେ କୁହୁଡି ଦେଖାଯିବାର ସମ୍ଭାବନା ରହିଛି।

ଆସନ୍ତାକାଲି ସକାଳ ସାଢେ ୮ଟା ମଧ୍ୟରେ ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡା, ଜଗତସିଂହପୁର, କଟକ, ଖୋର୍ଦ୍ଧା, ପୁରୀ, ଗଞ୍ଜାମ ଜିଲ୍ଲାରେ ହାଲୁକା କୁହୁଡି (Light Fog) ଦେଖାଦେବାର ସମ୍ଭାବନା ରହିଛି। ଏହା ସହ ଆସନ୍ତା ୨-୩ ଦିନ ମଧ୍ୟରେ ଦିନ ଆଉ ରାତିର ତାପମାତ୍ରା ଅପରିବର୍ତ୍ତିତ ରହିବା ସହ କିଛି ଜିଲ୍ଲାରେ ୨ ଡିଗ୍ରୀ ପର୍ଯ୍ୟନ୍ତ ପାରଦ ଉପରମୁହାଁ ହେବ। ସେହିପରି ସର୍ବାଧିକ ତାପମାତ୍ରା ୨-୩ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବା ନେଇ ଆକଳନ କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର।  

Add Zee News as a Preferred Source
About the Author