`କିସାନ୍ ସମ୍ମାନ୍ ନିଧି` ଅଧୀନରେ ଚାଷୀଙ୍କ ଆକାଉଣ୍ଟକୁ ଆସିବ ୧୮୦୦୦ ଟଙ୍କା ? ୬୯ ଲକ୍ଷ କୃଷକଙ୍କ ପାଇଁ ଗୃହମନ୍ତ୍ରୀ କଲେ ବଡ ଘୋଷଣା
ଅମିତ ଶାହ ପଶ୍ଚିମବଙ୍ଗର ଚାଷୀଙ୍କୁ କହିଛନ୍ତି ଯେ, `ବିଜେପି ସରକାର ଗଠନ ହେବାର ପ୍ରଥମ କ୍ୟାବିନେଟରେ ଆମେ ଗତ ୧୨,୦୦୦ ଟଙ୍କା ଦେବା ସହିତ ଚଳିତ ବର୍ଷର ୬୦୦୦ ଟଙ୍କା ମଧ୍ୟ ଦେବୁ ।
ନୂଆଦିଲ୍ଲୀ: 'ପ୍ରଧାନମନ୍ତ୍ରୀ କିସାନ୍ ସମ୍ମାନ୍ ନିଧି ଯୋଜନା' (Pradhan mantri kisan samman Nidhi scheme) ଅଧୀନରେ ସରକାର ୨୦୧୯ରୁ ପ୍ରତ୍ୟେକ ଚାଷୀ (Farmers) ଙ୍କ ଆକାଉଣ୍ଟରେ ପ୍ରତିବର୍ଷ ତିନୋଟି କିସ୍ତିରେ ୬୦୦୦ ଟଙ୍କା ଜମା କରନ୍ତି । କିନ୍ତୁ ଏହି ଯୋଜନା ପଶ୍ଚିମବଙ୍ଗ (West Bengal) ରେ ଲାଗୁ କରାଯାଇନାହିଁ । ଆସନ୍ତା ଦୁଇ ମାସ ମଧ୍ୟରେ ପଶ୍ଚିମବଙ୍ଗରେ ନିର୍ବାଚନ ଅନୁଷ୍ଠିତ ହେବ । ଏହାପୂର୍ବରୁ ଗୃହମନ୍ତ୍ରୀ ଅମିତ ଶାହ (Amit Shah) ପଶ୍ଚିମବଙ୍ଗ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି । ଶାହ ପ୍ରତିଶୃତି ଦେଇଛନ୍ତି ଯେ ଯଦି ପଶ୍ଚିମବଙ୍ଗରେ ବିଜେପି ସରକାର (BJP Govt) ଗଠନ ହୁଏ, ତେବେ ବଙ୍ଗଳାର ୬୯ ଲକ୍ଷ କୃଷକ ଏହି ଯୋଜନା ଅଧୀନରେ ୧୮୦୦୦ ଟଙ୍କା ପାଇବେ ।
ଅଧିକ ପଢ଼ନ୍ତୁ:-ରାହୁଲ ଗାନ୍ଧୀଙ୍କୁ ସମର୍ଥନ କଲେ ରାକେଶ ଟିକାୟତ, କହିଲେ-୪ ଜଣ ହିଁ ଚଳାଉଛନ୍ତି...
ଅମିତ ଶାହ ପଶ୍ଚିମବଙ୍ଗର ଚାଷୀଙ୍କୁ କହିଛନ୍ତି ଯେ, "ବିଜେପି ସରକାର ଗଠନ ହେବାର ପ୍ରଥମ କ୍ୟାବିନେଟରେ ଆମେ ଗତ ୧୨,୦୦୦ ଟଙ୍କା ଦେବା ସହିତ ଚଳିତ ବର୍ଷର ୬୦୦୦ ଟଙ୍କା ମଧ୍ୟ ଦେବୁ । ଅର୍ଥାତ୍ ୧୮,୦୦୦ ଟଙ୍କା ଆପଣଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର ହେବ ।" ବର୍ତ୍ତମାନ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ (Mamata Banerjee) ଏହାକୁ ନିଜ ରାଜ୍ୟରେ କାର୍ଯ୍ୟକାରୀ କରିବାକୁ ଅନୁମତି ଦେଇନାହାଁନ୍ତି । ଯେଉଁଥିପାଇଁ ବଙ୍ଗଳାର କୌଣସି କୃଷକ ଏହି ଯୋଜନାରେ ଉପକୃତ ହୋଇନାହାଁନ୍ତି ।
ଅଧିକ ପଢ଼ନ୍ତୁ:-ବାପା-ମା'ଙ୍କ ଯତ୍ନ ନେଉନଥିବା କର୍ମଚାରୀଙ୍କ କଟିଲା ୩୦ ପ୍ରତିଶତ ଦରମା, ପ୍ୟାରେଣ୍ଟସଙ୍କ ଆକାଉଣ୍ଟକୁ ହେବ ଟ୍ରାନ୍ସଫର
ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ (West bengal Assembly Polls) ହେବ । ଏହାକୁ ଦୃଷ୍ଟିରେ ରଖି ଶାହଙ୍କ ବୟାନକୁ ନିର୍ବାଚନୀ ଲଲିପପ୍ କୁହାଯାଇପାରେ । ବର୍ତ୍ତମାନ ପ୍ରଧାନମନ୍ତ୍ରୀ କିସାନ ସମ୍ମାନ୍ ଯୋଜନା ପଶ୍ଚିମବଙ୍ଗରେ ନିର୍ବାଚନ ପ୍ରସଙ୍ଗ ପାଲଟିଛି । ପ୍ରାୟ ୬୯ ଲକ୍ଷ କୃଷକ ୯,୬୬୦ କୋଟି ଟଙ୍କା ହରାଇଛନ୍ତି । ରାଜ୍ୟ ସରକାରଙ୍କ ରୋକ ସତ୍ତ୍ୱେ ସେଠାରେ ୨୪,୪୧,୧୩୦ କୃଷକ ଅନଲାଇନରେ ଆବେଦନ କରିଥିଲେ । ଯାଞ୍ଚ କାର୍ଯ୍ୟ ରାଜ୍ୟର ହୋଇଥିବାରୁ ବୈଷୟିକ କାରଣ ଯୋଗୁଁ ମୋଦି ସରକାର (Modi Govt) ଚାହିଁଲେ ମଧ୍ୟ ସିଧା କୃଷକଙ୍କ ଆକାଉଣ୍ଟକୁ ଟଙ୍କା ପଠାଇ ପାରୁନାହାଁନ୍ତି ।
ଅଧିକ ପଢ଼ନ୍ତୁ:-ଶହେ ଟଙ୍କା ଲିଟରରେ ପହଞ୍ଚିଲା ପେଟ୍ରୋଲ, ମୂଲ୍ୟ ଦେଖାଇ ପାରୁନାହିଁ ମେସିନ୍
ସେପଟେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି ଯେ କେନ୍ଦ୍ରର ବିଜେପି ସରକାର ଟିଏମସି ସରକାର (TMC Govt) ଦ୍ୱାରା ଚାଷୀଙ୍କ ନାଁକୁ ପ୍ରମାଣିତ କରିବା ସତ୍ତ୍ୱେ ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନା ଅଧୀନରେ କୃଷକମାନଙ୍କୁ ଅର୍ଥ ବଣ୍ଟନ କରାଯାଉନାହିଁ । ସେ କହିଛନ୍ତି ଯେ ବିଜେପି (BJP) ମିଛ କହୁଛି ଯେ ମୁଁ ଚାଷୀଙ୍କୁ ଟଙ୍କା ଦେବାକୁ ମନା କରୁଛି । ଟିଏମସି ସରକାର ରାଜ୍ୟର ଚାଷୀଙ୍କୁ ୫୦୦୦ ଟଙ୍କା ଦେଉଛନ୍ତି ଏବଂ ମାଗଣା ଫସଲ ବୀମା ବ୍ୟବସ୍ଥା ମଧ୍ୟ କରୁଛନ୍ତି ।