ନୂଆଦିଲ୍ଲୀ: President of India: ଦ୍ରୌପଦୀ ମୁର୍ମୁ (Draupadi Murmu) ଭାରତର ରାଷ୍ଟ୍ରପତି ଭାବରେ ନିର୍ବାଚିତ ହୋଇଛନ୍ତି । ରାଷ୍ଟ୍ରପତି ନିର୍ବାଚନରେ ​​ଦ୍ରୌପଦୀ ମୁର୍ମୁ ବିପକ୍ଷ ପ୍ରାର୍ଥୀ ଯଶୱନ୍ତ ସିହ୍ନାଙ୍କୁ ବିପୁଳ ଭୋଟରେ ପରାସ୍ତ କରିଛନ୍ତି । ଦ୍ରୌପଦୀ ମୁର୍ମୁ ୬,୭୬,୮୦୩ ଭୋଟ ପାଇଥିବାବେଳେ ବିରୋଧୀ ପ୍ରାର୍ଥୀ ଯଶୱନ୍ତ ସିହ୍ନାଙ୍କୁ ୩,୮୦,୧୭୭ ଭୋଟରେ ସନ୍ତୁଷ୍ଟ ହେବାକୁ ପଡ଼ିଛି । ଅନେକ ବଡ଼ ନେତା ମଧ୍ୟ ଖୁସି ବ୍ୟକ୍ତ କରିଛନ୍ତି ଯେ ପ୍ରଥମ ଥର ପାଇଁ ଜଣେ ଆଦିବାସୀ ମହିଳା ଦେଶର ସର୍ବୋଚ୍ଚ ପଦରେ ବସିଛନ୍ତି । କିନ୍ତୁ ଆପଣ ଜାଣନ୍ତି କି ଭାରତର ରାଷ୍ଟ୍ରପତିଙ୍କର ଏପରି କିଛି କ୍ଷମତା ଅଛି ଯାହା ପ୍ରଧାନମନ୍ତ୍ରୀଙ୍କ ପାଖରେ ମଧ୍ୟ ନାହିଁ ।


COMMERCIAL BREAK
SCROLL TO CONTINUE READING

ସୂଚନାଯୋଗ୍ୟ, ଦେଶର ପ୍ରଧାନମନ୍ତ୍ରୀ ନ୍ୟାୟିକ ବ୍ୟବସ୍ଥାରେ ହସ୍ତକ୍ଷେପ କରନ୍ତି ନାହିଁ । କିନ୍ତୁ ଭାରତର ରାଷ୍ଟ୍ରପତିଙ୍କ ପାଖରେ ଏପରି କ୍ଷମତା ଅଛି, ଯାହାକୁ ବ୍ୟବହାର କରି ସେ କୋର୍ଟ ଦେଇଥିବା ମୃତ୍ୟୁଦଣ୍ଡକୁ କ୍ଷମା କରିଦେଇପାରେ । ପ୍ରଧାନମନ୍ତ୍ରୀଙ୍କ ପାଖରେ ଏପରି କ୍ଷମତା ନାହିଁ । ଏହା ବ୍ୟତୀତ ରାଷ୍ଟ୍ରପତିଙ୍କ ପାଖରେ ମଧ୍ୟ ଦେଶରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିବାର ଅଧିକାର ରହିଛି । ପ୍ରଧାନମନ୍ତ୍ରୀ ନିଜେ ଏହାକୁ ଲାଗୁ କରିପାରନ୍ତି ନାହିଁ । ରାଷ୍ଟ୍ରପତିଙ୍କ ମାଧ୍ୟମରେ ହିଁ ସେ ଏହାକୁ ଲାଗୁ କରିପାରିବେ । ସମ୍ବିଧାନର ଧାରା ୭୪(୧) ଅନୁଯାୟୀ ରାଷ୍ଟ୍ରପତିଙ୍କୁ କ୍ୟାବିନେଟ ସାହାଯ୍ୟ କରିବ ଓ ଏହାର ମୁଖ୍ୟ ପ୍ରଧାନମନ୍ତ୍ରୀ ହେବେ ବୋଲି କୁହାଯାଇଛି । ରାଷ୍ଟ୍ରପତି କେବଳ ତାଙ୍କ ପରାମର୍ଶରେ ସମସ୍ତ ଆଦେଶ ଦିଅନ୍ତି ।  


ଏହା ବ୍ୟତୀତ ରାଷ୍ଟ୍ରପତିଙ୍କ ପାଖରେ ଲୋକସଭା ( Lok Sabha) ଭଙ୍ଗ କରିବାର କ୍ଷମତା ଅଛି । ସଂସଦର ଉଭୟ ଗୃହ ଦ୍ୱାରା ପାରିତ ହୋଇଥିବା କୌଣସି ବିଲ୍ କେବଳ ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ ହିଁ ଆଇନରେ ପରିଣତ ହୋଇପାରେ । ରାଷ୍ଟ୍ରପତିଙ୍କ ପାଖରେ ବିଧେୟକକୁ ସଂସଦକୁ ଫେରାଇବାର କ୍ଷମତା ଅଛି । କିନ୍ତୁ ରାଷ୍ଟ୍ରପତିଙ୍କୁ ଏହି ବିଧେୟକକୁ ଅଧିକ ସମୟ ଅଟକାଇବାର ଅଧିକାର ନାହିଁ । ବିଜ୍ଞାନ, କଳା, ସାହିତ୍ୟ ଏବଂ ସାମାଜିକ ସେବା କ୍ଷେତ୍ରରେ ଅସାଧାରଣ ସଫଳତା ହାସଲ କରିଥିବା ରାଜ୍ୟସଭାରେ ୧୨ ଜଣ ସଦସ୍ୟଙ୍କୁ ମନୋନୀତ କରିବାର କ୍ଷମତା ରାଷ୍ଟ୍ରପତିଙ୍କ ପାଖରେ ରହିଛି ।


ଭାରତର ପ୍ରଧାନମନ୍ତ୍ରୀଙ୍କ ନିଯୁକ୍ତ କରିବାର କ୍ଷମତା ଓ ଦାୟିତ୍ୱ ରାଷ୍ଟ୍ରପତିଙ୍କ ପାଖରେ ରହିଛି । ଭାରତର ରାଷ୍ଟ୍ରପତି ପ୍ରଧାନ ବିଚାରପତିଙ୍କୁ ନିଯୁକ୍ତ କରନ୍ତି । ରାଷ୍ଟ୍ରପତି ରାଜ୍ୟଗୁଡିକ ପାଇଁ ରାଜ୍ୟପାଳ ନିଯୁକ୍ତ କରନ୍ତି ଓ ନିଜ କାର୍ଯ୍ୟରେ ସମ୍ବିଧାନର ଉଲ୍ଲଂଘନ କରିଥିବା ଜଣେ ରାଜ୍ୟପାଳଙ୍କୁ ବରଖାସ୍ତ କରିବାର କ୍ଷମତା ମଧ୍ୟ ରହିଛି । ଏସବୁ ପଦଗୁଡିକ ବ୍ୟତୀତ, ରାଷ୍ଟ୍ରପତିଙ୍କ ପାଖରେ ଅନେକ ପଦବୀରେ ନିଯୁକ୍ତ କରିବାର କ୍ଷମତା ଅଛି, ଯେପରିକି IAS, IPS, IFS, ଆଟର୍ଣ୍ଣି ଜେନେରାଲ୍, ଇତ୍ୟାଦି ।


ଭାରତର ରାଷ୍ଟ୍ରପତି ହେଉଛନ୍ତି ସମସ୍ତ ଭାରତୀୟ ସଶସ୍ତ୍ର ବାହିନୀର ମୁଖ୍ୟ । ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ମନ୍ତ୍ରୀ ପରିଷଦର ପରାମର୍ଶ କ୍ରମେ ଯୁଦ୍ଧ ଘୋଷଣା କିମ୍ବା କୌଣସି ଦେଶ ସହିତ ଶାନ୍ତି ସ୍ଥାପନ କରିବାର କ୍ଷମତା ରାଷ୍ଟ୍ରପତିଙ୍କ ପାଖରେ ଅଛି । କୌଣସି ବିଦେଶୀ ଦେଶ ସହିତ ସମସ୍ତ ଚୁକ୍ତିନାମା ଭାରତର ରାଷ୍ଟ୍ରପତିଙ୍କ ନାମରେ ସ୍ୱାକ୍ଷରିତ ହୋଇଥାଏ ।


ଏହା ବି ପଢ଼ନ୍ତୁ:-ସରକାରଙ୍କ ଏହି ପଦକ୍ଷେପ ଯୋଗୁଁ ଆପଣଙ୍କୁ ଲାଗିବ ଜୋରଦାର ଝଟକା! ଏତେ ବଢ଼ିବ ବିଦ୍ୟୁତ ଦର


ଏହା ବି ପଢ଼ନ୍ତୁ:-ନିତିନ ଗଡକରୀ କାର-ବାଇକ୍-ଅଟୋ ଚାଳକଙ୍କ ପାଇଁ କଲେ ଏପରି କିଛି ଘୋଷଣା, ଶୁଣି ଚକିତ ହୋଇଯିବେ ଆପଣ


ଏହା ବି ପଢ଼ନ୍ତୁ:-ଅଖିଳେଶଙ୍କୁ ଲାଗିବ ଝଟକା, ଯୋଗୀ ସରକାରରେ ମନ୍ତ୍ରୀ ହେବେ ଓପି ରାଜଭର!


 


ଏଠାରେ କହି ରଖୁଛୁ, ଚଳିତ ରାଷ୍ଟ୍ରପତି ନିର୍ବାଚନରେ ଭୋଟର ମୂଲ୍ୟକୁ ଦେଖିବା, ତେବେ ଦ୍ରୌପଦୀ ମୁର୍ମୁଙ୍କ ସପକ୍ଷରେ ୩,୭୮,୦୦୦୦ ଭୋଟ୍ ଓ ଯଶୱନ୍ତ ସିହ୍ନାଙ୍କ ସପକ୍ଷରେ ୧,୪୫,୬୦୦ ଭୋଟ୍ ପଡ଼ିଥିଲା । ଏହି ଭୋଟ୍ କେବଳ ସାଂସଦଙ୍କ ପାଇଁ ଥିଲା । ମୋଟ ଭୋଟ୍ ବିଷୟରେ କହିବାକୁ ଗଲେ ଦ୍ରୌପଦୀ ମୁର୍ମୁ ୬,୭୬,୮୦୩ ଭୋଟ୍ ପାଇଥିବାବେଳେ ସିହ୍ନା ୩,୮୦,୧୭୭ ଭୋଟ୍ ପାଇଛନ୍ତି । ଦ୍ରୌପଦୀ ମୁର୍ମୁ ସମସ୍ତ ଭୋଟର ପ୍ରାୟ ୬୪.୨୩ ପ୍ରତିଶତ ପାଇଛନ୍ତି । ବିରୋଧୀ ଦଳର ପ୍ରାର୍ଥୀ ଯଶୱନ୍ତ ସିହ୍ନାଙ୍କୁ ମାତ୍ର ୩୪ ପ୍ରତିଶତ ଭୋଟ ମିଳିଛି ।