ଅଖିଳେଶଙ୍କୁ ଲାଗିବ ଝଟକା, ଯୋଗୀ ସରକାରରେ ମନ୍ତ୍ରୀ ହେବେ ଓପି ରାଜଭର!
Advertisement
Article Detail0/zeeodisha/odisha1269122

ଅଖିଳେଶଙ୍କୁ ଲାଗିବ ଝଟକା, ଯୋଗୀ ସରକାରରେ ମନ୍ତ୍ରୀ ହେବେ ଓପି ରାଜଭର!

OP Rajbhar: ଏକ ଚ୍ୟାନେଲ ସହ ସାକ୍ଷାତକାର ସମୟରେ ରାଜଭର କହିଛନ୍ତି ଯେ, ମୋ ଉପରେ ପୂର୍ବରୁ ଆକ୍ରମଣ ହୋଇସାରିଛି । ପୁନର୍ବାର ଆକ୍ରମଣ ହୋଇପାରେ । ତେଣୁ ସୁରକ୍ଷା ମଗାଯାଇଥିଲା । ବର୍ତ୍ତମାନ ପାଇଛି । 

ଅଖିଳେଶଙ୍କୁ ଲାଗିବ ଝଟକା, ଯୋଗୀ ସରକାରରେ ମନ୍ତ୍ରୀ ହେବେ ଓପି ରାଜଭର!

ନୂଆଦିଲ୍ଲୀ: OP Rajbhar: ସମାଜବାଦୀ ପାର୍ଟି (Samajwadi Party) ସହ ମେଣ୍ଟରେ ସାମିଲ ସୁହେଲଦେବ ଭାରତୀୟ ସମାଜ ପାର୍ଟି (Suheldev Bharatiya Samaj Party:SBSP) ମୁଖ୍ୟ ଓମ୍ ପ୍ରକାଶ ରାଜଭର (Om Prakash Rajbhar) ଙ୍କୁ ଶୁକ୍ରବାର ଯୋଗୀ ସରକାର Y ଶ୍ରେଣୀର ସୁରକ୍ଷା ପ୍ରଦାନ କରିଛନ୍ତି । ଏଭଳି ପରିସ୍ଥିତିରେ ପୁଣି ଥରେ ଯୋଗୀ ସରକାରରେ ତାଙ୍କର ଯୋଗଦେବା ଓ ମନ୍ତ୍ରୀ ହେବା ନେଇ ଚର୍ଚ୍ଚା ଜୋର ଧରିଛି । ଏହି କଳ୍ପନାଜଳ୍ପନା ଉପରେ ଓପି ରାଜଭର ଶୁକ୍ରବାର ସ୍ଥିତି ସ୍ପଷ୍ଟ କରିଛନ୍ତି । ସୁରକ୍ଷା ମିଳିବାର ପାଇଁ କାରଣ କହିଛନ୍ତି ଓ ଭବିଷ୍ୟତର ରଣନୀତିର ମଧ୍ୟ ଖୁଲାସା କରିଛନ୍ତି ।

ଏକ ଚ୍ୟାନେଲ ସହ ସାକ୍ଷାତକାର ସମୟରେ ରାଜଭର କହିଛନ୍ତି ଯେ, ମୋ ଉପରେ ପୂର୍ବରୁ ଆକ୍ରମଣ ହୋଇସାରିଛି । ପୁନର୍ବାର ଆକ୍ରମଣ ହୋଇପାରେ । ତେଣୁ ସୁରକ୍ଷା ମଗାଯାଇଥିଲା । ବର୍ତ୍ତମାନ ପାଇଛି । ଯୋଗୀ ସରକାର କିମ୍ବା ବିଜେପିର ନିକଟତରତା ଉପରେ ରାଜଭର କହିଛନ୍ତି ଯେ, ବର୍ତ୍ତମାନ ଆମର ମେଣ୍ଟ ସମାଜବାଦୀ ପାର୍ଟି ସହିତ ରହିଛି । ସେଠାରୁ ମେଣ୍ଟ ଭାଙ୍ଗିଲେ ସେତେବେଳେ ହିଁ ଏହା କାହା ସହିତ ଆଲୋଚନା କରିବି । କିଏ ମେଣ୍ଟ ଭାଙ୍ଗିବେ? ଏହି ପ୍ରଶ୍ନ ଉପରେ ରାଜଭର କହିଛନ୍ତି ଯେ କେବଳ ଅଖିଳେଶ ଯାଦବ ଏହାକୁ ଭାଙ୍ଗିବେ । ସେଠାରୁ ତଲାକ୍ ତଲାକ୍ କୁହାଯିବ ଓ ଆମେ ସ୍ୱୀକାର କରିନେବୁ ।

ରାଜଭର କହିଛନ୍ତି ଯେ, ଏସପି ସହ ମେଣ୍ଟ ଭାଙ୍ଗିବା ପରେ ବହୁଜନ ସମାଜ ପାର୍ଟି ଆମର ପ୍ରାଥମିକତା ରହିବ । ଯେତେବେଳେ ବିଏସପି ସହ କଥାବାର୍ତ୍ତା ଆଗକୁ ବଢ଼ିବ ନାହିଁ ସେତେବେଳେ ଅନ୍ୟ କାହା ସହିତ ଆଲୋଚନା କରିବୁ । ଏବେ ଲୋକସଭା ନିର୍ବାଚନ ପୂର୍ବରୁ ଅନେକ ଦଳ ସାମ୍ନାକୁ ଆସିବେ । ବର୍ତ୍ତମାନ ବିଜେପି ସହିତ ସବୁ ଠିକ୍ ନାହିଁ ।

ଏହା ବି ପଢ଼ନ୍ତୁ:-ଏହି ଓଡ଼ିଆ ଚର୍ଚ୍ଚିତ ଚେହେରାକୁ ବିରୋଧୀ ଦଳର ରାଷ୍ଟ୍ରପତି ପ୍ରାର୍ଥୀ କରିବାକୁ ଚାହୁଁଥିଲା TMC, କିନ୍ତୁ...

ଏହା ବି ପଢ଼ନ୍ତୁ:-ମମତା ବାନାର୍ଜୀଙ୍କ ଟ୍ୱିଟ୍ ଉପରେ ଦ୍ରୌପଦୀ ମୁର୍ମୁ ଦେଲେ ଏହି ଖାସ୍ ଜବାବ, ଜାଣନ୍ତୁ କ'ଣ କହିଲେ...

ଏହା ବି ପଢ଼ନ୍ତୁ:-ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ନିର୍ବାଚନ ଜିତି ସୃଷ୍ଟି କଲେ ଏହି ପାଞ୍ଚଟି ଐତିହାସିକ ରେକର୍ଡ

ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ୍ ଦେବା ବିଷୟରେ ପଚରାଯାଇଥିବା ପ୍ରଶ୍ନ ଉପରେ ରାଜଭର କହିଛନ୍ତି ଯେ, ଭୋଟ୍ ଦେବା ପୂର୍ବରୁ ମଧ୍ୟ ଆମେ ତାଙ୍କୁ ଭୋଟ୍ ଦେବା କଥା କହିଥିଲୁ । ଯେତେବେଳେ ସମାଜବାଦୀ ପାର୍ଟି ଆମକୁ ବିରୋଧୀ ପ୍ରାର୍ଥୀଙ୍କୁ ଭୋଟ୍ ଦେବାକୁ କହି ନଥିଲେ । ଯେତେବେଳେ ପ୍ରାର୍ଥୀ ଯଶୱନ୍ତ ସିହ୍ନା ଭୋଟ୍ ମାଗିନଥିଲେ ଆମେ କ’ଣ କରିବୁ? ନା ଲଢ଼ିବା ବ୍ୟକ୍ତି ନା ଲଢ଼ାଇ କରାଉଥିବା ବ୍ୟକ୍ତି ଭୋଟ ମାଗିଛନ୍ତି ।  ଅନ୍ୟପଟେ ଉଭୟ ଦ୍ରୌପଦୀ ମୁର୍ମୁ ଓ ବିଜେପି ତରଫରୁ ଭୋଟ୍ ମଗା ଯାଇଥିଲା । ଆମେ ଘୋଷଣା କରିବା ପରେ ଭୋଟ୍ ଦେଇଛୁ ।