କ’ଣ ଏହି ନକଲି କୋଭିଡ ଭ୍ୟାକ୍ସିନେସନ, କିପରି ଚିହ୍ନଟ କରିପାରିବେ ଏକ ନକଲି ସେଣ୍ଟର?
ଟିକାକରଣର ତୀବ୍ରତା ସହିତ ଅନେକ ସ୍ଥାନରେ ନକଲି କୋଭିଡ ଭ୍ୟାକ୍ସିନେସନ (Covid vaccination) କରାଯାଉଥିବା ମଧ୍ୟ ଖବର ଆସୁଛି । ଏହାକୁ ଏଡ଼ାଇବା ପାଇଁ ସର୍ବପ୍ରଥମେ ଏପରି କୌଣସି କେନ୍ଦ୍ରକୁ ନ ଯିବାକୁ ସ୍ଥିର କରନ୍ତୁ, ଯାହା କୋ-ୱିନ୍ ପୋର୍ଟାଲରେ ପଞ୍ଜିକୃତ ହୋଇନାହିଁ ।
ନୂଆଦିଲ୍ଲୀ: ଗୋଟିଏ ପଟେ ଦେଶରେ କରୋନା ସଂକ୍ରମଣକୁ (Coronavirus) ରୋକିବା ପାଇଁ ଟୀକାକରଣ (Vaccination) ଉପରେ ଗୁରୁତ୍ୱ ଦିଆଯାଉଥିବାବେଳେ ଅନ୍ୟପଟରେ ନକଲି ଟିକାକରଣ (Fake vaccination) ମାମଲା ମଧ୍ୟ ସାମ୍ନାକୁ ଆସୁଛି । ଗୋଟିଏ ପରେ ଗୋଟିଏ ଅନେକ ରାଜ୍ୟରୁ ଖବର ଆସିଛି ଯେଉଁଥିରେ ନକଲି ଟିକା ଲଗାଉଥିବା ଗ୍ୟାଙ୍ଗକୁ ଧରାଯାଉଛି । ନକଲି ଟିକା ଦ୍ୱାରା ଅନେକ ଲୋକ ପ୍ରକୃତରେ ଅସୁସ୍ଥ ହୋଇପଡିଥିବା ବେଳେ ଭବିଷ୍ୟତରେ ଏହାର ପ୍ରଭାବକୁ ନେଇ ଅନେକ ଲୋକ ଡରୁଛନ୍ତି । କିନ୍ତୁ କିଛି ସହଜ ପଦ୍ଧତି ସହିତ ନକଲି ଟିକାକରଣକୁ (Fake vaccination) ଏଡାଯାଇପାରିବ ।
ଯଦି କୌଣସି ସୋସାଇଟି କିମ୍ବା କଲୋନୀ ନିଜ ଅଞ୍ଚଳରେ ଏକ ଘରୋଇ ଟିକା ଶିବିର ସ୍ଥାପନ କରିବାକୁ ଚିନ୍ତା କରୁଛନ୍ତି, ତେବେ ରେସିଡେଣ୍ଟ ୱେଲଫେୟାର ଆସୋସିଏସନ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ସମେତ ପୋଲିସକୁ ଜଣାଇବା ଉଚିତ । ଯେପର୍ଯ୍ୟନ୍ତ ଏହା ସେମାନଙ୍କ ସମ୍ମତି ନ ପାଏ, ଏହା ଆଗକୁ ବଢ଼ାଇବା ଉଚିତ୍ ନୁହେଁ । ଏହାଦ୍ୱାରା ସମସ୍ତ ଯାଞ୍ଚ ପକ୍ରିୟା ପୂରା ହୋଇ ପାରିବ ।
ଯଦି ସମ୍ଭବ RWA କିମ୍ବା କର୍ପୋରେଟ୍ କମ୍ପାନୀଗୁଡିକ ନିଜେ ଆଗକୁ ଆସି ନିଜ ଅଞ୍ଚଳରେ ଟିକାକରଣ ଶିବିର ଆୟୋଜନ କରିବା ପାଇଁ ଘରୋଇ ହସ୍ପିଟାଲ ସହିତ ଯୋଡିବା ଉଚିତ୍ । ଏହା ସହିତ, ଯଦି କୌଣସି ନକଲି ଗ୍ୟାଙ୍ଗ ନକଲି ଟିକାକରଣ କରୁଥାଏ, ତେବେ ଘରୋଇ ହସ୍ପିଟାଲଲ ତରଫରୁ ଏହି ସୂଚନା ଗ୍ରହଣ କରାଯାଇ ପାରିବ ଯେ ସେମାନଙ୍କର ଏହିପରି କାର୍ଯ୍ୟରେ ସମ୍ପର୍କ ଅଛି କି ନାହିଁ ।
ଅଧିକ ପଢ଼ନ୍ତୁ: ଉତ୍ତରାଖଣ୍ଡ ସରକାର ନେଲେ U-Turn, ଚାରିଧାମ ଯାତ୍ରା ଉପରେ ଲଗାଇଲେ ସ୍ଥଗିତାଦେଶ
ଟିକା ନେବାକୁ ଚିନ୍ତା କରୁଥିବା ସମସ୍ତ ଲୋକ ନିଜକୁ କୋ-ୱିନ୍ ପୋର୍ଟାଲରେ ପଞ୍ଜୀକୃତ କରିବା ଉଚିତ୍ । ଆହୁରି ମଧ୍ୟ, ଏପରି କୌଣସି କେନ୍ଦ୍ରକୁ ଯାଆନ୍ତୁ ନାହିଁ, ଯାହା କୋ-ୱିନ୍ ପୋର୍ଟାଲରେ ପଞ୍ଜିକୃତ ହୋଇନାହିଁ । ଏହା ବ୍ୟତୀତ ଟିକା ପାଇବା ପରେ ତୁରନ୍ତ ଲୋକମାନେ କେନ୍ଦ୍ରରେ ସେମାନଙ୍କର ଟିକାକରଣ ପ୍ରମାଣପତ୍ର ଦାବି କରିବା ଉଚିତ୍ । ଯଦି କେହି ସାର୍ଟିଫିକେଟ୍ ଦେବାକୁ ମନା କରନ୍ତି, କିମ୍ବା ବିଳମ୍ବ ବିଷୟରେ କଥାବାର୍ତ୍ତା କରନ୍ତି, ତେବେ ସେ ସନ୍ଦେହଜନକ ହୋଇପାରନ୍ତି । ଅର୍ଥାତ୍ ଏହା ଏକ ନକଲି ଟିକାକରଣ ହୋଇପାରେ ।
ଅଧିକ ପଢ଼ନ୍ତୁ: ଭାରତ ଜାତିସଂଘରେ ଉଠଇଲା ଡ୍ରୋନ୍ ପ୍ରସଙ୍ଗ, ସମସ୍ତ ଦେଶକୁ ଦେଲା ଏହି ବାର୍ତ୍ତା
କରୋନା ଭାଇରସ୍ ଟିକା ନେବା ପରେ, ଯଦିଓ ସମସ୍ତଙ୍କର ଜ୍ୱର, ମୁଣ୍ଡବିନ୍ଧା କିମ୍ବା ଦେହହାତ ବିନ୍ଧ ଭଳି ସମସ୍ୟା ହୋଇ ନଥାଏ । କିନ୍ତୁ ଅଧିକାଂଶ ଲୋକଙ୍କୁ ୧ ରୁ ୨ ଦିନ ପର୍ଯ୍ୟନ୍ତ କଷ୍ଟକର ହୋଇଥାଏ । ଟିକା ନେବା ପରେ ଏହିପରି ଲକ୍ଷଣ ପାଇଁ ସତର୍କ ରୁହନ୍ତୁ ଓ ଆପଣଙ୍କ ସହିତ ଥିବା ଅନ୍ୟ ଲୋକଙ୍କ ସହିତ ଏହାକୁ ଯାଞ୍ଚ କରନ୍ତୁ । ଯଦି କୌଣସି କେନ୍ଦ୍ର ପରିଦର୍ଶନ କରୁଥିବା ବ୍ୟକ୍ତି ଟୀକାକରଣ ପରେ କୌଣସି ଅସୁବିଧା ଦେଖନ୍ତି ନାହିଁ, ତେବେ ଏହା ଏକ ନକଲି ଟିକା କେନ୍ଦ୍ର ହୋଇପାରେ । ଯଦି ଏହା ସନ୍ଦେହଜନକ ତେବେ ସ୍ଥାନୀୟ ପ୍ରଶାସନକୁ ଜଣାନ୍ତୁ ।