Firecrackers History: ଅକ୍ଟୋବର ୨୪ ତାରିଖ ସୋମବାର ସମଗ୍ର ଦେଶରେ ଆନନ୍ଦ ଉଲ୍ଲାସର ସହ ପାଳନ କରାଯାଉଛି ଆଲୋକର ପର୍ବ ଦିପାବଳୀ। ହେଲେ ଏଥର ଦିପାବଳୀରେ ବାଣ ଫୁଟାଇବା ଉପରେ ଲଗାଯାଇଛି ପ୍ରତିବନ୍ଧକ। ବଗତ କିଛି ବର୍ଷ ଧରି ପ୍ରଦୂଷଣ କାରଣରୁ ବିଭିନ୍ନ ରାଜ୍ୟରେ ଆତସବାଜି ଉପରେ ନିଷେଧାଦେଶ ଜାରି କରାଯାଇଛି। ହେଲେ ଲୋକେ ସୁଯୋଗ ଦେଖି ବାଣ ଫୁଟାଇବାରୁ ଦୂରେଇ ରହୁନାହାଁନ୍ତି। କିଛି ଲୋକ ବାଣ ଉପରେ ଲଗାଯାଇଥିବା ପ୍ରତିବନ୍ଧକକୁ ବିରୋଧ କରୁଛନ୍ତି। କେହି କେହି ଏହା ଠିକ୍ ବୋଲି କହୁଛନ୍ତି। ହେଲେ ପ୍ରଶ୍ନ ଉଠୁଛି ଯେ ଦୀପାବଳିରେ ବାଣର ପ୍ରବେଶ କେବେ ହୋଇଥିଲା?


COMMERCIAL BREAK
SCROLL TO CONTINUE READING

ଯେତେବେଳେ ପ୍ରଭୁ ଶ୍ରୀରାମ ୧୪ ବର୍ଷ ନିର୍ବାସନ ପରେ ଅଯୋଧ୍ୟା ଫେରିଥିଲେ, ସେତେବେଳେ ଲୋକ ତାଙ୍କୁ ସ୍ୱାଗତ କରିବା ପାଇଁ ଦୀପ ଜାଳି ଦୀପାବଳି ପାଳନ କରିଥିଲେ। ସେବେଠାରୁ ଦୀପାବଳି ଦିନ ଦୀପ ଜାଳି ସମଗ୍ର ଦେଶରେ ଏହି ପର୍ବ ପାଳନ କରାଯାଉଛି। ଦୀପାବଳି ପ୍ରଭୁ ଶ୍ରୀରାମଙ୍କ ଅଯୋଧ୍ୟା ଫେରିବା ଉତ୍ସବ ସହ ଜଡିତ ରହିଛି। ସେତେବେଳେ କୌଣସି ପ୍ରକାର ବାଣ ନଥିଲେ। ଏଭଳି ପରିସ୍ଥିତିରେ ବାଣ ଆଲୋକର ପର୍ବ ଦିପାବଳୀରେ କେବେ ପ୍ରବେଶ କରିଥିଲେ? ଯାହାର ଉତ୍ତର ମିଳିଯାଇଛି। ଭାରତ ବର୍ଷକୁ ବାଣ ଆସିବା ପଛରେ ରହିଛି ଏକ ଲମ୍ବା ଇତିହାସ।  


ଯଦି ଇତିହାସ ପୃଷ୍ଠାକୁ ଓଲଟାଯାଏ, ତାହେଲେ ବାଣର ଉତ୍ପତ୍ତି ଚୀନରୁ ଆରମ୍ଭ ହୋଇଥିଲା। ଅର୍ଥାତ ବାଣ ସମ୍ପର୍କରେ ବିଶ୍ୱକୁ ସର୍ବପ୍ରଥମେ ଚୀନ ଅବଗତ କରାଇଥିଲା। ଷଷ୍ଠ ଶତାବ୍ଦୀରୁ ନବମ ଶତାବ୍ଦୀ ମଧ୍ୟରେ ଟାଙ୍ଗ ରାଜବଂଶ ସମୟରେ ଚୀନରେ ବାରୁଦ ଆବିଷ୍କୃତ ହୋଇଥିଲା। ଐତିହାସିକ କହିବା କଥା ସର୍ବପ୍ରଥମେ ଚୀନରେ ବାଣ ଆବିଷ୍କୃତ ହୋଇଥିଲା। ଉଭୟ ବାଣ ଏବଂ ବାରୁଦ ଆସିବା ପୂର୍ବରୁ ଏହା ପ୍ରତି ଲୋକଙ୍କ ଆକର୍ଷଣ ରହିଥିଲା। ସେତେବେଳେ ଲୋକ ସେମାନଙ୍କ ବାଣ ଶୌକକୁ ପ୍ରାକୃତିକ ଉପାୟରେ ପୂରଣ କରୁଥିଲେ। 


କୁହାଯାଏ ଯେ ସେହି ସମୟରେ ଚୀନ ବାସୀ ବାଉଁଶରେ ନିଆଁ ଲଗାଇ ଦେଉଥିଲେ। ନିଆଁ ଲଗାଇବା କାରଣରୁ ବାଉଁଶ ମଧ୍ୟରେ ରହିଥିବା ଏୟାର ପକେଟ ଫାଟିଯାଉଥିଲା। ଯେଉଁଥିରୁ ଅଧିକ ଧ୍ୱନି ବିଶିଷ୍ଟ ଶବ୍ଦ ସୃଷ୍ଟି ହେଉଥିଲା। ଏହି ଉପାୟରେ ବାଣ ରହିଥିବା ପ୍ରତି ରହିଥିବା ଶୌକ ବିନା ବାଣରେ  ପୂରଣ ହୋଇ ଯାଉଥିଲା। ଚୀନ୍ ଲୋକଙ୍କ ମଧ୍ୟରେ ଏକ ବିଶ୍ୱା ରହିଛି ଯେ ବାଉଁଶରେ ନିଆଁ ଲଗାଇବା ଦ୍ୱାରା ମନ୍ଦ ଶକ୍ତି ନଷ୍ଟ ହୋଇଯାଏ। ଧୀରେ ଧୀରେ ସମୟ ଆଗକୁ ବଢିଲା। ଦିନେ ସେହି ଚୀନର ଜଣେ ଲୋକ ବାରୁଦରେ ପୋଟାସିୟମ୍ ନାଇଟ୍ରେଟ୍, ସଲଫର୍ ଏବଂ ଅଙ୍ଗାର ମିଶ୍ରିତ କରି ଏହାକୁ ଏକ ବାଉଁଶ ମଧ୍ୟରେ ଭର୍ତ୍ତି କରି ଜଳାଇ ଦେଇଥିଲେ। ଯାହାଦ୍ୱାରା ଏକ ବଡ଼ ଧରଣର ବିସ୍ଫୋରଣ ହୋଇଥିଲା। ଏହା ପରେ ଧୀରେ ଧୀରେ ବାଉଁଶ ବଦଳରେ କାଗଜ ବ୍ୟବହାର କରାଯିବା ଆରମ୍ଭ  ହୋଇଯାଇଥିଲା। ଏହି କ୍ରମରେ ଆଧୁନିକ ବାଣର ଉତ୍ପତ୍ତି ହୋଇଥିଲା।


Also Read: Diwali: କ'ଣ ଏହି ସବୁଜ ବାଣ? ଯାହା ଦ୍ୱାରା ହୋଇଥାଏ କମ ପ୍ରଦୂଷଣ


ଭାରତକୁ ବାରୁଦ ଏବଂ ବାଣର ଆଗମନ ଆଜକୁ ପ୍ରାୟ ୫୦୦ ବର୍ଷ ପୂ୍ର୍ବେ ହୋଇଥିଲା। ୧୫୨୬ ମସିହାରେ ହୋଇଥିବା ପ୍ରଥମ ପାନିପତ ଯୁଦ୍ଧ ସମୟରେ ବାରୁଦର ବ୍ୟବହାର ଆରମ୍ଭ ହୋଇଥିଲା। ଏହା ପରେ ମୋଗଲ ଶାସକ ଏହାକୁ ସାଙ୍ଗରେ ଆଣିଥିଲେ। ଐତିହାସିକ କୁହନ୍ତି ଯେ ପ୍ରଥମ ପାନିପତ ଲଢେଇ ହେଉଛି ପ୍ରଥମ ଯୁଦ୍ଧ ଯେଉଁଥିରେ ବାରୁଦ ଏବଂ ତୋପ ବ୍ୟବହାର କରାଯାଇଥିଲା। ଏହି କାରଣରୁ ଇବ୍ରାହିମ ଲୋଧି ଯୁଦ୍ଧରେ ମୋଗଲ ଶାସକ ବାବରଙ୍କ ଠାରୁ ପରାସ୍ତ ହୋଇଥିଲେ। ଭାରତରେ ବାରୁଦ ପହଞ୍ଚିବା ମାତ୍ରେ ବାଣ ଆସିବା  ଆରମ୍ଭ ହୋଇଥିଲା। ବିବାହ ସମାରୋହ ଏବଂ ପର୍ବା ପର୍ବାଣୀରେ ଆତସବାଜି ବ୍ୟବହାର କରିବାର ପରମ୍ପରା ଆକବରଙ୍କ ସମୟରୁ ଆରମ୍ଭ ହୋଇଥିଲା। ସେତେବେଳେ ବାରୁଦ ବହୁତ ମହଙ୍ଗା ଥିଲା। ଏଭଳି ପରିସ୍ଥିତିରେ କେବଳ ରାଜା ରାଜୁଡାଙ୍କ ଘର ଏବଂ ଧନୀକ ଶ୍ରେଣୀର ଲୋକଙ୍କ ପାଇଁ ଆତସବାଜି ବ୍ୟବହାର କରାଯାଉଥିଲା।


ବର୍ତ୍ତମାନ ଆପଣ ଜାଣିଗଲେ ଭାରତକୁ କିପରି ବାରୁଦ ଆସିଥିଲା। ହେଲେ ଏହାର ନାମ ସମୟକ୍ରମେ ବଦଳିଯାଇ ବାଣରେ ପରିଣିତ ହୋଇ ଯାଇଥିଲା। ଉନବିଂଶ ଶତାବ୍ଦୀରେ, ଏକ ଛୋଟ ମାଟି ପାତ୍ରରେ ବାରୁଦ ଭର୍ତ୍ତି କରି ବାଣ ତିଆରି କରିବାର ଧାରା ଆରମ୍ଭ ହୋଇଥିଲା। ବାରୁଦ ଭରିବା ପରେ ସେହି ମାଟି ହାଣ୍ଡିଟି ତଳେ ଚାପି ହୋଇ ଫାଟି ଯାଇଥିଲା। ଯେଉଁ କାରଣରୁ ଏଥିରୁ ଆଲୋକ ଏବଂ ଶବ୍ଦ ବାହାରୁଥିଲା। ଅନୁମାନ କରାଯାଉଛି ଯେ ଏହାକୁ ପିଟିବା ହେତୁ ଏହାର ନାମ ବାଣ ରଖା ଯାଇ ଥାଇପାରେ।