କାବୁଲ: ତାଲିବାନ ଶାସନ ବେଳେ କିପରି ଥିଲା ଆଫଗାନିସ୍ତାନର ସ୍ଥିତି ତାହାର ପର୍ଦ୍ଦାଫଶ କରିଛନ୍ତି ବ୍ରିଟେନ ଠାରେ ଆଶ୍ରୟ ନେଇଥିବା ଆଫଗାନୀ ପର୍ଣ୍ଣଷ୍ଟାର ୟାସମୀନା ଅଲ୍ଲୀ। ସେ ତାଲିବାନ ଶାସନ ବାବଦରେ ଅନେକ ସମ୍ବେଦନଶୀଳ ତଥ୍ୟ ପ୍ରକାଶ କରିଛନ୍ତି। ତାଲିବାନ ସରକାରର ପ୍ରଥମ ଶାସନ କାଳ ମଧ୍ୟରେ କିଛି ବର୍ଷ ବଞ୍ଚିଥିବା ଅଲୀ କହିଛନ୍ତି ତାଲିବାନ ତାଙ୍କ ଶରୀର ଉପରେ ମାଲିକାନା ଜାହିର କରିଥାଏ। 


COMMERCIAL BREAK
SCROLL TO CONTINUE READING

ଡେଲିଷ୍ଟାର ନାମକ ବ୍ରିଟିଶ ଖବର କାଗଜକୁ ଦେଇଥିବା ଏକ ସାକ୍ଷାତକାରରେ ଆଫଗାନୀ ପର୍ଣ୍ଣଷ୍ଟାର ୟାସମୀନା ଅଲ୍ଲୀ କହିଛନ୍ତି ୧୯୯୦ ଦଶକରେ ଯେତେବେଳେ ତାଲିବାନ ପ୍ରଥମେ ଆଫଗାନିସ୍ତାନ ଦଖଲ କରିଥିଲା ସେତେବେଳେ ମୁଁ ଜଣେ ଛୋଟ ଗୃହହୀନ ଶିଶୁ ଥିଲି। କାବୁଲ ରାସ୍ତାରେ ତାଲିବାନ ଦ୍ୱାରା କରାଯାଉଥିବା ଅତ୍ୟାଚାରର ମୁଁ ପ୍ରତ୍ୟେକ୍ଷଦର୍ଶୀ ଥିଲି। ତାଲିବାନ କେବଳ ନୁହେଁ ବରଂ ପୁରୁଷଙ୍କ ଉପରେ ମଧ୍ୟ ଭୟଙ୍କର ଅତ୍ୟାଚାର କରୁଥିବାର ମୁଁ ମୋ ଆଖିରେ ଦେଖିଛି।


ତାଲିବାନ କବଳରୁ ନିଜକୁ ବଞ୍ଚାଇବା ପାଇଁ ମୁଁ ଅନେକ ସଂଘର୍ଷ କରିଥିଲି। କୌଣସି ପ୍ରକାରେ ମୁଁ ଆଫଗାନ ମାଟିରୁ ପଳାୟନ କରିବାରେ ସଫଳ ହୋଇଥିଲି। ଅଧ୍ୟୟନ ପାଇଁ ସେ ବ୍ରିଟେନ ଆସିଥିଲେ। ଅନ୍ୟ ପଟେ ତାଙ୍କ ଦେଶ ଆଫଗାନିସ୍ତାନ ପୁଣି ଥରେ ତାଲିବାନ ଦଖଲକୁ ଚାଲିଯାଇଛି। ହେଲେ ଏହି ଘଟଣାକ୍ରମ ତାଙ୍କୁ ଜଣେ ସଶକ୍ତ ମହିଳା ଭାବରେ ପରିଣତ କଲା।ଯ ଯିଏ ନିଜ ସର୍ତ୍ତ ଅନୁଯାୟୀ ଜୀବନ ବଞ୍ଚିବାକୁ ଚାହେଁ। 


ପର୍ଣ୍ଣ ଦୁନିଆରେ ପ୍ରବେଶ କରିବା ପରେ ଆଫଗାନୀ ପର୍ଣ୍ଣଷ୍ଟାର ଭାବେ ପରିଚିତ ହୋଇଥିଲେ ୟାସମୀନା ଅଲ୍ଲୀ। ନିଜକୁ ଜଣେ ନାରୀ ନେତ୍ରୀ ଭାବେ ମାନୁଥିବା ଅଲ୍ଲୀ ନିଦକୁ ଏକମାତ୍ର ଆଫଗାନୀ ପର୍ଣ୍ଣଷ୍ଟାର ବୋଲି ବିବେଚନା କରନ୍ତି। ସେ ମୁସଲମାନ ଧର୍ମ ମଧ୍ୟ ତ୍ୟାଗ କରିଥିବା ସାକ୍ଷାତକାର ଦେବା ଅବସରରେ କହିଛନ୍ତି।


ତାଲିବାନ ମୋ ବାବଦରେ ସବୁ କିଛି ଜାଣିଛି। ମୋ ୱେବସାଇଟ ଜରିଆରେ ତାଲିବାନ ମୋ ସହ ଜଡ଼ିତ ଅନେକ ତଥ୍ୟ ହାସଲ କରିଛି। ତାଲିବାନ ମୋତେ ଘୃଣା କରେ କାରଣ ସେମାନେ ଚାହୁଁ ନାହାଁନ୍ତି ଯେ ଆଫଗାନିସ୍ତାନ ପର୍ଣ୍ଣ ହବ୍ ଭାବେ ପରିଚିତ ହେଉ। ସେମାନେ ମୋ ଶରୀର ଉପରେ ମାଲିକାନା ଜାହିର କରିବାକୁ ଚେଷ୍ଟା କରୁଛନ୍ତି। ମୁଁ ମୋ ଶରୀର ସହିତ ଯାହା କରେ ଏବଂ ଏହାକୁ ଦେଖାଇବାକୁ ମୋର କୌଣସି ଅଧିକାର ନାହିଁ ଏବଂ ଯଦି ମୁଁ ତାହା କରେ  ତାହେଲେ ମୁଁ ଜଣେ ପ୍ରକୃତ ଆଫଗାନୀ ହୋଇପାରିବି ନାହିଁ। 


ତାଲିବାନ ସହ ଜଡିତ ଅନେକ ଲୋକ ତାଙ୍କୁ ଧମକ ଦେଉଛନ୍ତି ଏବଂ ଅନେକ ସମୟରେ ସେମାନେ ମୋତେ ଇହୂଦୀ କିମ୍ବା ଗୁଇନ୍ଦା ସଂସ୍ଥା ଅଣ୍ଡର କଭର ଏଜେଣ୍ଟ କୁହନ୍ତି। ଅନେକ ତାଲିବାନୀ  ମୋର ଭିଡିଓ ଦେଖନ୍ତି ଏବଂ ମୋତେ ଧମକ ଦିଅନ୍ତି। ଇଣ୍ଟରନେଟା ଯୋଗେ ଆଫଗାନ ପର୍ଣ୍ଣ ସର୍ଚ୍ଚ କରିବା ପରେ ମୋ ନାଁ ଆସିଯାଏ। 


ତାଲିବାନ ଯେ କେବଳ ମହିଳା ବିରୋଧି ତାହା ନୁହେଁ ବରଂ ସେମାନେ ପରୁଷଙ୍କ ଉପରେ ମଧ୍ୟ ଭୟଙ୍କର ଅତ୍ୟାଚାର କରିଥାନ୍ତି। ଧାର୍ମିକ ପୋଷାକ ନ ପିନ୍ଧିବା କାରଣରୁ ସେମାନେ ପୁରୁଷଙ୍କୁ ନିର୍ଘାତ ପିଟିଥାନ୍ତି। ତାଲିବାନ ଶାସିତ ଆଫଗାନିସ୍ତାନରେ ମହିଳାଙ୍କ ସୁରକ୍ଷା ପାଇଁ କୌଣସି ବ୍ୟବସ୍ଥା ନାହିଁ। ନାରୀ ଶିକ୍ଷାର ବିରୋଧି ହେଉଛି ତାଲିବାନ। କାରଣ ସେମାନେ ଶିକ୍ଷିତ ମହିଳାଙ୍କୁ ଡରିଥାନ୍ତି। ସେମାନେ ନିଜର ବିଚାରଧାରା ମାଧ୍ୟମରେ ମହିଳା ସେମାନଙ୍କ ବଶରେ ରଖିବାକୁ ଚାହାଁନ୍ତି।