Agenda in Rajyasabha: ରାଜ୍ୟସଭାରେ ଆଜି ଆସିବ ଭାରତୀୟ ବାୟୁଯାନ ବିଧେୟକ
Agenda in Rajyasabha: ଏହି ବିଧେୟକକୁ ବେସାମରିକ ବିମାନଚଳାଚଳ ମନ୍ତ୍ରୀ କେ ରାମମୋହନ ରେଡ୍ଡୀ ଗୃହରେ ଆଗତ କରିବେ। ଏହି ବିଧେୟକକୁ ଲୋକସଭାରେ ପୂର୍ବରୁ ଆଗତ କରାଯାଇଛି। ଯେଉଁଥିରେ ବେସାମରିକ ବିମାନ ନିୟନ୍ତ୍ରଶ, ନିର୍ମାଣ, ରକ୍ଷଣାବେକ୍ଷଣ, ଧାରଣ, ବ୍ୟବହାର, ବିକ୍ରି, ରପ୍ତାନୀ, ଆମଦାନୀ ସମ୍ପର୍ତକିତ ସମସ୍ତ ବିଷୟକୁ ଅନ୍ତର୍ଭୁକ୍ତ କରାଯାଇଛି। ବର୍ତ୍ତମାନର ପରିବର୍ତ୍ତିତ ବିମାନ ଉଡ଼ାଣ ବ୍ୟବସାୟରେ ଭାରତର ଉପସ୍ଥିତିକୁ ଜାହିର କରିବା ତଥା ଆତ୍ମ ନିର୍ଭରଶୀଳ ହେବା ଲାଗି ଏହି ବିଧେୟକ ସହାୟକ ହେବ ବୋଲି ଆଶା କରାଯାଉଛି।
ନୂଆଦିଲ୍ଲୀ: ଭାରତୀୟ ସଂସଦର ସ୍ଥାୟୀ କକ୍ଷ ରାଜ୍ୟସଭାରେ ଆଜି ଚଳିତ ବର୍ଷର ଶୀତକାଳୀନ ଅଧିବେଶନ ଆରମ୍ଭ ହେବାକୁ ଯାଉଛି। ଏହା ଗୃହର ୨୬୬ତମ ଅଧିବେଶନ ହେବ। ଯାହାକୁ ୨୦ ଡିସେମ୍ବର ଯାଏ ଚଳାଇବାକୁ ରାଷ୍ଟ୍ରପତିଙ୍କ ଅନୁମୋଦନ ପ୍ରାପ୍ତ ହୋଇଛି।
ଏହି ଅବସରରେ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ବିଧେୟକ ଉପସ୍ଥାପନ ହେବାର କାର୍ଯ୍ୟକ୍ରମ ରହିଛି। ଏହି ବିଧେୟକକୁ ବେସାମରିକ ବିମାନଚଳାଚଳ ମନ୍ତ୍ରୀ କେ ରାମମୋହନ ରେଡ୍ଡୀ ଗୃହରେ ଆଗତ କରିବେ। ଏହି ବିଧେୟକକୁ ଲୋକସଭାରେ ପୂର୍ବରୁ ଆଗତ କରାଯାଇଛି। ଯେଉଁଥିରେ ବେସାମରିକ ବିମାନ ନିୟନ୍ତ୍ରଶ, ନିର୍ମାଣ, ରକ୍ଷଣାବେକ୍ଷଣ, ଧାରଣ, ବ୍ୟବହାର, ବିକ୍ରି, ରପ୍ତାନୀ, ଆମଦାନୀ ସମ୍ପର୍ତକିତ ସମସ୍ତ ବିଷୟକୁ ଅନ୍ତର୍ଭୁକ୍ତ କରାଯାଇଛି। ବର୍ତ୍ତମାନର ପରିବର୍ତ୍ତିତ ବିମାନ ଉଡ଼ାଣ ବ୍ୟବସାୟରେ ଭାରତର ଉପସ୍ଥିତିକୁ ଜାହିର କରିବା ତଥା ଆତ୍ମ ନିର୍ଭରଶୀଳ ହେବା ଲାଗି ଏହି ବିଧେୟକ ସହାୟକ ହେବ ବୋଲି ଆଶା କରାଯାଉଛି।
ବିଧେୟକ ଉପସ୍ଥାପନ ହେବା ପୂର୍ବରୁ ରାଜ୍ୟ ସଭାରେ ସଦସ୍ୟ ବୀରେନ୍ଦ୍ର ହେଗଡ଼େଙ୍କ ଜନ୍ମଦିନ ଅବସରରେ ଅଧ୍ୟକ୍ଷ ଶୁଭେଚ୍ଛା ଜଣାଇବେ। ଏହାପରେ ୬ ଜଣ ପୂର୍ବତନ ସଦସ୍ୟଙ୍କ ନିଧନ ବାବଦରେ ଗୃହକୁ ଅବଗତ କରାଇ ତାଙ୍କ ଦିବଂଗତ ଆତ୍ମାର ସଦ୍ଗତି କାମନା କରିବେ।
ଏହାପରେ ମହାସଚିବ ୨୬୫ତମ ଅଧିବେଶନ ସମତେୟରେ ଅର୍ଥାତ ଗତ ଅଧିବେଶନ ସମୟରେ ସଂସଦ ଦ୍ୱାରା ପାରିତ ହୋଇ ରାଷ୍ଟ୍ରପତିଙ୍କ ଅନୁମୋଦନ ପ୍ରାପ୍ତ ବିଧେୟକ ଗୁଡ଼ିକ ସୂଚୀ ଉପସ୍ଥାପନ କରିବେ।
ଜଳଶକ୍ତି ମନ୍ତ୍ରଣାଳୟର ସଂସଦୀୟ ସ୍ଥାୟୀ କମିଟିର ରିପୋର୍ଟ ସମ୍ପର୍କରେ ମନ୍ତ୍ରୀ ତାଙ୍କର ବକ୍ତବ୍ୟ ରଖିବା କାର୍ଯ୍ୟକ୍ରମ ରହିଛି। ପରେ ଦିଲ୍ଲୀ ବିକାଶ ପ୍ରାଧିକରଣକୁ ରାଜ୍ୟସଭାରୁ ଜଣେ ସଦସ୍ୟଙ୍କୁ ନିର୍ବାଚିତ କରିବା ଲାଗି ପ୍ରସ୍ତାବ ଆଗତ କରାଯିବ। ସେହିପରି ସ୍ୱାସ୍ଥ୍ୟମନ୍ତ୍ରୀ ନିମ୍ହାନ୍ସ ଲାଗି ରାଜ୍ୟସଭାରୁ ସଦସ୍ୟଙ୍କୁ ନିର୍ବାଚିତ କରିବା ଲାଗି ପ୍ରସ୍ତାବ ଆଗତ କରିବା କାର୍ଯ୍ୟକ୍ରମ ରହିଛି।
ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ଗୃହ କାର୍ଯ୍ୟ ସ୍ୱଭାବିକ ରକ୍ଷା କରିବା। ଯଦି ଗୃହ କାର୍ଯ୍ୟରେ ସଦସ୍ୟମାନେ ବ୍ୟାହତ ଆଣନ୍ତି ତେବେ ଏସବୁ କାର୍ଯ୍ୟ ଆଗକୁ ବଢ଼ିବା ସମ୍ଭବ ହେବ ନାହିଁ।