କୃଷକ ଆନ୍ଦୋଳନ: `ଭାରତ ବନ୍ଦ` ସମର୍ଥନରେ କିଏ କିଏ?
ଏକାଧିକ ରାଜନୈତିକ ପାର୍ଟି ସାମିଲ ହୋଇଛନ୍ତି। ଭାରତ ବନ୍ଦକୁ ସଫଳ କରିବା ପାଇଁ ଅନେକ ଅଣରାଜନୈତିକ ସଂଗଠନ ବି ଆଗେଇ ଆସିଛନ୍ତି।
ନୂଆଦିଲ୍ଲୀ: ଦିନକୁ ଦିନ ଦେଶରେ କୃଷକ ଆନ୍ଦୋଳନ (farmer protest) ତୀବ୍ର ହେବାରେ ଲାଗିଛି। ସୋମବାର ଏହି ଆନ୍ଦୋଳନ ୧୧ ଦିନରେ ପହଞ୍ଚିଛି। ସରକାର ଏବଂ କୃଷକଙ୍କ ମଧ୍ୟରେ ୫ ଥର ଆଲୋଚନା ହୋଇଛି, କିନ୍ତୁ କୈଣସି ଫଳାଫଳ ମିଳିପାରି ନାହିଁ। ଫଳରେ କେନ୍ଦ୍ରର ସେହି ନୂଆ କୃଷି ଆଇନ (farm law) ର ପ୍ରତିବାଦରେ ମଙ୍ଗଳବାର ଭାରତ ବନ୍ଦ (Bharat Bandh) ଡାକରା ଦିଆଯାଇଛି। ଯେଉଁଥିରେ ଏକାଧିକ ରାଜନୈତିକ ପାର୍ଟି ସାମିଲ ହୋଇଛନ୍ତି। ଭାରତ ବନ୍ଦକୁ ସଫଳ କରିବା ପାଇଁ ଅନେକ ଅଣରାଜନୈତିକ ସଂଗଠନ ବି ଆଗେଇ ଆସିଛନ୍ତି।
ଭାରତ ବନ୍ଦର ସମର୍ଥନ
କଂଗ୍ରେସ
AAP
TRS
DMK
CPI
CPI (M)
CPI (ML)
RSP
All India Forword Block
Also Read: Farmers Bharat Band: ରାତି ପାହିଲେ 'ଭାରତ ବନ୍ଦ', ଖୋଲା ରହିବ ଏହି ସବୁ ସୁବିଧା...
ଭରତ ବନ୍ଦକୁ ରାଜନୈତିକ ଦଳ ବ୍ୟତୀତ ଶ୍ରମିକ ସଙ୍ଗଠନ (labour union) ଏବଂ ବ୍ୟବସାୟିକ ସଙ୍ଘ ବି ସମର୍ଥନ କରିଛନ୍ତି।
ଭାରତୀୟ ଜାତୀୟ ବାଣିଜ୍ୟ ସଂଘ କଂଗ୍ରେସ
ଅଖିଳ ଭାରତୀୟ ଟ୍ରେଡ ୟୁନିୟନ କଂଗ୍ରେସ
ହିନ୍ଦ ମଜଦୁର ସଭା
ଭାରତୀୟ ଟ୍ରେଡ ୟୁନିଅନର କେନ୍ଦ୍ର
ସେଣ୍ଟର ଫର୍ ଅଲ ଇଣ୍ଡିଆ ୟୁନାଇଟେଡ୍ ଟ୍ରେଡ୍ ୟୁନିଅନ୍
ଟ୍ରେଡ୍ ୟୁନିଅନ୍ କୋଡିନେସନ ସେଣ୍ଟର
ସେଲ୍ଫ ଏମ୍ପୟଡ୍ ୱିମେନ୍ସ ଆସୋସିଏସନ
ଅଲ ଇଣ୍ଡିଆ କାଉଁସିଲ ଅଫ ଟ୍ରେଡ୍ ୟୁନିଅନ
ଲେବର ପ୍ରୋଗ୍ରେସିଭ ଫେଡେରେସନ୍
ୟୁନାଇଟେଡ ଟ୍ରେଡ ୟୁନିୟନ କଂଗ୍ରେସ
ନୂଆ କୃଷି ଆଇନର ସମସ୍ତ ତିନୋଟି ନିୟମ ପ୍ରତ୍ୟାହାର କରିବାକୁ ପଡିବ। ଯଦି ଏହି ନିୟମ ପ୍ରତ୍ୟାହାର ନହୁଏ, ତେବେ ଆମେ ସରକରାଙ୍କ ସହ ଆପୋଷ ବୁଝାମଣା କରିବୁ ନାହିଁ। ଏକାଠି ହୋଇ ଆନ୍ଦୋଳନ କରିବୁ। ଏହାକୁ ଆହୁରି ମଜବୁତ କରିବୁ। କର୍ପୋରେଟ୍ କ୍ଷେତ୍ର ପାଇଁ ଏହି ଆଇନ ସୁହାଉଛି ବୋଲି ଆନ୍ଦୋଳନକାରୀ କୃଷକମାନେ କହିଛନ୍ତି।
Also Read: କୃଷକ ଆନ୍ଦୋଳନ; ସରକାରକୁ ସତର୍କ କଲେ ଶରଦ ପାୱାର
କୃଷକ ନେତା କହିଛନ୍ତି ଯେ, ଆଗକୁ ଏହି ଆନ୍ଦୋଳନ ସମଗ୍ର ଦେଶରେ ବ୍ୟାପିବାକୁ ଯାଉଛି। ବର୍ତ୍ତମାନ ଫେରିବା ପାଇଁ କୌଣସି ଉପାୟ ନାହିଁ। ମୋଦି ସରକାରଙ୍କୁ ଅମ୍ବାନୀ -ଆଦାନୀ ଆଇନ ପ୍ରତ୍ୟାହାର କରିବାକୁ ପଡିବ। ଆଗାମୀ ଦୁଇ ଦିନରେ ହଜାର ହଜାର କୃଷକ ଦିଲ୍ଲୀ ଆସିବେ। ବଜାର ବନ୍ଦ ରହିବ, ରାସ୍ତା ଅବରୋଧ କରାଯିବ। ମଜଦୁର ସଂଘ ମଧ୍ୟ ଆମ ସହିତ ଅଛନ୍ତି। ତିନୋଟି ନିୟମ ଏବଂ ବିଦ୍ୟୁତ୍ ବିଲ୍ ସରକାର ପ୍ରତ୍ୟାହାର ଆମର ଦାବି। ଏହା କୃଷକଙ୍କ ଆନ୍ଦୋଳନ ନୁହେଁ ବରଂ ଦେଶର ଲୋକଙ୍କ ଆନ୍ଦୋଳନ।
ଆଜି କୃଷକ ଆନ୍ଦୋଳନ ଏକାଦଶ ଦିନ ଦିନରେ ପହଞ୍ଚିଛି। ତେବେ କଂଗ୍ରେସ ଦଳ ଚାଷୀଙ୍କୁ ଉତ୍ତେଜିତ କରୁଛି ବୋଲି କେନ୍ଦ୍ର ମନ୍ତ୍ରୀ କୈଳାସ ଚୈଧୁରୀ ଅଭିଯୋଗ କରିଛନ୍ତି। ସେପଟେ ବକ୍ସର ବିଜୟନ୍ଦର ସିଂ ଖେଳ ରତ୍ନ ପୁରସ୍କାର ଫେରାଇବାକୁ ଘୋଷଣା କରିଛନ୍ତି। କେନ୍ଦ୍ର ସରକାର କୃଷି ଆଇନରେ ସଂଶୋଧନ ଆଣିବାକୁ ପ୍ରସ୍ତୁତ ଅଛନ୍ତି। କିନ୍ତୁ କୃଷକମାନେ ସମ୍ପୂର୍ଣ୍ଣ ଆଇନ ପ୍ରତ୍ୟାହାର ଦାବିରେ ଅଡି ବସିଛନ୍ତି।