WHO ଡେଲଟା ଭାରିଆଣ୍ଟକୁ ନେଇ ଲୋକଙ୍କ ପାଖରେ କଲା ଏହି ବଡ ଅପିଲ
ସମଗ୍ର ବିଶ୍ୱରେ କୋରୋନାର ଡେଲଟା ଭାରିଆଣ୍ଟର (Delta Variant) ପ୍ରସାର ଯୋଗୁଁ ବର୍ତ୍ତମାନ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଅପିଲ କରିଛି ଯେ ଟିକାର ଉଭୟ ଡୋଜ ନେଇଥିବା ଲୋକମାନେ ମଧ୍ୟ ମାସ୍କ ପିନ୍ଧିବା ବନ୍ଦ କରନ୍ତୁ ନାହିଁ ।
ଜେନେଭା: ସମଗ୍ର ବିଶ୍ୱରେ କୋରୋନାର ଡେଲଟା ଭାରିଆଣ୍ଟ (Delta Variant) ଦ୍ରୁତ ଗତିରେ ବ୍ୟାପିବାକୁ ନେଇ ବର୍ତ୍ତମାନ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଅପିଲ କରିଛି ଯେ ଯେଉଁମାନେ ଟିକାକରଣର (Vaccination) ଉଭୟ ଡୋଜ ନେଇ ସାରିଛନ୍ତି ସେମାନେ ମାସ୍କ ପିନ୍ଧିବା ବନ୍ଦ କରନ୍ତୁ ନାହିଁ । WHO କହିଛି ଯେ ବିପଜ୍ଜନକ ଓ ଅଧିକ ସଂକ୍ରାମକ ଡେଲଟା ଭାରିଆଣ୍ଟର (Delta Variant) ବିସ୍ତାରକୁ ରୋକିବା ପାଇଁ ସାମାଜିକ ଦୂରତା, ମାସ୍କ ପିନ୍ଧିବା ଓ ଅନ୍ୟାନ୍ୟ ସୁରକ୍ଷା ବ୍ୟବସ୍ଥାକୁ ଏଡ଼ାଇ ଦିଆଯିବା ଉଚିତ୍ ନୁହେଁ । WHO ଅଧିକାରୀ ମାରିଆଙ୍ଗେଲା ସିମାଓ କହିଛନ୍ତି ଯେ ଯେଉଁ ଲୋକମାନେ ଉଭୟ ଡୋଜ ନେଇସାରିଛନ୍ତି, ସେମାନେ ନିଜକୁ ସୁରକ୍ଷିତ ଅନୁଭବ କରିବା ଉଚିତ୍ ନୁହେଁ । ସେମାନେ ନିଜକୁ ମଧ୍ୟ ଏହି ଭାଇରସରୁ ରକ୍ଷା କରିବା ଆବଶ୍ୟକ ।
ସିଏନବିସି ଅନୁଯାୟୀ, WHO ମୁଖ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ସିମାଓ କହିଛନ୍ତି, କେବଳ ଟିକା ସମଗ୍ର ସମ୍ପ୍ରଦାୟର ସଂକ୍ରମଣକୁ ରୋକିପାରିବ ନାହିଁ । ଲୋକଙ୍କୁ କ୍ରମାଗତ ଭାବରେ ମାସ୍କ ପିନ୍ଧିବାକୁ, ସୁରକ୍ଷିତ ସ୍ଥାନରେ ରହିବାକୁ, ଭିଡ଼ ଜାଗାରୁ ଦୂରେଇ ରହିବାକୁ ଓ ବାରମ୍ବାର ହାତକୁ ସଫା ରଖିବାକୁ ପଡିବ । ଆପଣ ଉଭୟ ଟିକା ଗ୍ରହଣ କରିବା ପରେ ମଧ୍ୟ ଏସବୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।
ଅଧିକ ପଢ଼ନ୍ତୁ: କ'ଣ ଏହି ଆମେରିକାର ଆଇନ? ଯାହା ଆଧାରରେ ଟ୍ୱିଟର କରୁଛି 'ଦାଦାଗିରି'
WHO ଏହା ମଧ୍ୟ କହିଛି ଯେ ଟିକାକରଣ କରାଯାଇଥିବା ଲୋକଙ୍କୁ ନିରାପତ୍ତାର ଯତ୍ନ ନେବାକୁ ପଡିବ କାରଣ ଡେଲଟା ପରି ବହୁ ସଂକ୍ରାମକ ଭାରିଆଣ୍ଟ ମଧ୍ୟ ଅନେକ ଦେଶରେ ବ୍ୟାପିଛି ଓ ବିଶ୍ୱର ଏକ ବଡ ଅଂଶରେ ମଧ୍ୟ ଟିକାକରଣ ହୋଇନାହିଁ । ଡେଲଟା ଭାରିଆଣ୍ଟ ପ୍ରଥମେ ଭାରତରେ ମିଳିଥିଲା । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁଯାୟୀ ଏହା ବର୍ତ୍ତମାନ ପ୍ରାୟ ୮୫ ଟି ଦେଶକୁ ବ୍ୟାପିଛି ।
ଅଧିକ ପଢ଼ନ୍ତୁ: ଦିଗୁଣା କରିବାକୁ ଚାହୁଁଛନ୍ତି କି ଟଙ୍କା? Post Office ର ଏହି ସ୍କିମରେ ମିଳୁଛି ସରକାରୀ ଗ୍ୟାରେଣ୍ଟି, ଜଲ୍ଦି କରନ୍ତୁ
ଦେଶରେ ଡେଲଟା ପ୍ଲସ୍ ଭାରିଆଣ୍ଟର ଅନେକ ମାମଲା ଦେଖିବାକୁ ମିଳିଛି
କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ଭାରତର ୧୦ ଟି ରାଜ୍ୟରେ ଏପର୍ଯ୍ୟନ୍ତ ଡେଲଟା ପ୍ଲସ୍ ଭାରିଆଣ୍ଟର ୪୮ ଟି ମାମଲା ଦେଖିବାକୁ ମିଳିଛି । ଶୁକ୍ରବାର ଦିନ ମହାରାଷ୍ଟ୍ରର ରତ୍ନାଗିରିରେ ଡେଲଟା ପ୍ଲସ୍ ଭାରିଆଣ୍ଟ ଯୋଗୁଁ ପ୍ରଥମ ମୃତ୍ୟୁ ଘଟିଛି । ସଂକ୍ରମଣ ଯୋଗୁଁ ଏଠାରେ ଜଣେ ୮୦ ବର୍ଷ ବୟସ୍କା ମହିଳାଙ୍କର ମୃତ୍ୟୁ ହୋଇଛି ।