କୋରୋନା ଟୀକାକୁ ନେଇ ଏ କ`ଣ କହିଗଲେ WHO ମୁଖ୍ୟ
ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ମୁଖ୍ୟ ଟ୍ରେଡୋସ ଆଡାନୋମ (Tedros Adhanom) କହିଛନ୍ତି ଯେ, ସ୍ୱାସ୍ଥ୍ୟ ସଙ୍ଗଠନ ପାଖରେ ଏହି କଥାର କୌଣସି ଗ୍ୟାରେଣ୍ଟି ନାହିଁ ଯେ ମହାମାରୀ ପାଇଁ ବିକଶିତ କୋରୋନା ଭାଇରସ ଟୀକା ମଧ୍ୟରୁ କୌଣସି କାମ କରିବ କି ନାହିଁ ।
ନୂଆଦିଲ୍ଲୀ: Coronavirus Vaccine: ସାରା ବିଶ୍ୱରେ କୋରୋନା ଭୂତାଣୁ (Coronavirus) ର ତାଣ୍ଡବଲୀଲା ଜାରି ରହିଛି । ଏହା ମହାମାରୀ ଭୂତାଣୁ ଦ୍ୱାରା ବର୍ତ୍ତମାନ ଯାଏ ସାରା ବିଶ୍ୱରେ ୩ କୋଟିରୁ ଉର୍ଦ୍ଧ୍ୱ ଲୋକ ସଂକ୍ରମିତ ହୋଇଛନ୍ତି । ଏଥିମଧ୍ୟରୁ ୯ ଲକ୍ଷ ୮୦ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି । ଏହା ବ୍ୟତୀତ ୨ କୋଟି ୩୬ ଲକ୍ଷ ସଂକ୍ରମିତ (COVID-19 Positive) ଆରୋଗ୍ୟ ଲାଭ କରିଛନ୍ତି । ସମଗ୍ର ବିଶ୍ୱରେ ୭୫ ଲକ୍ଷରୁ ଅଧିକ ସକ୍ରିୟ ମାମଲା ରହିଛି । ଅନେକ ଦେଶର ବୈଜ୍ଞାନିକ ଦିନରାତି କୋରୋନା ଟୀକା ପ୍ରସ୍ତୁତିରେ ଲାଗିଛନ୍ତି । ଏହି ସମୟରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ମୁଖ୍ୟ ଟ୍ରେଡୋସ ଆଡାନୋମ (Tedros Adhanom) କହିଛନ୍ତି ଯେ, ସ୍ୱାସ୍ଥ୍ୟ ସଙ୍ଗଠନ ପାଖରେ ଏହି କଥାର କୌଣସି ଗ୍ୟାରେଣ୍ଟି ନାହିଁ ଯେ ମହାମାରୀ ପାଇଁ ବିକଶିତ କୋରୋନା ଭାଇରସ ଟୀକା ମଧ୍ୟରୁ କୌଣସି କାମ କରିବ କି ନାହିଁ । WHO ର ଏହି ସର୍ବଶେଷ ବୟାନ କୋରୋନା ଟୀକାକୁ ନେଇ କରାଯାଉଥିବା ଆଶା ଉପରେ ବଡ଼ ଝଟକା ଲାଗିଛି ।
ମଙ୍ଗଳବାର ଏକ ଭର୍ଚୁଆଲ୍ ପ୍ରେସ୍ ବ୍ରିଫିଂରେ ଟ୍ରେଡୋସ୍ ଆଡାନମ୍ କହିଛନ୍ତି ଯେ, ଏହି କଥାର କୌଣସି ଗ୍ୟାରେଣ୍ଟି ନାହିଁ ଯେ ବିକାଶ ପର୍ଯ୍ୟାୟର ମଧ୍ୟ ଦେଇ ଗତି କରିବା ପରେ ବି କୌଣସି ଟୀକା କାମ କରିବ । ତେବେ ସେ କହିଛନ୍ତି ଯେ ଯେତେ ଅଧିକ ସ୍ବେଚ୍ଛାସେବୀଙ୍କ ଉପରେ ଏହି ଟୀକା ପରୀକ୍ଷା କରାଯାଉଛି, ଏକ ଉନ୍ନତ ତଥା ଅଧିକ ପ୍ରଭାବଶାଳୀ ଟୀକା ବିକଶିତ କରିବାର ସୁଯୋଗ ସେତେ ଭଲ ।
ଅଧିକ ପଢ଼ନ୍ତୁ:-ମଧ୍ୟପ୍ରଦେଶ ଉପନିର୍ବାଚନ: ଚକ୍ରବ୍ୟୁହରେ ଜ୍ୟୋତିରାଦିତ୍ୟ ସିନ୍ଧିଆ !
ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ର ମୁଖ୍ୟ କହିଛନ୍ତି ଯେ, ମହାମାରୀର ମୁକାବିଲା ପାଇଁ ସ୍ୱେଚ୍ଛାସେବୀମାନଙ୍କ ମାଧ୍ୟମରେ ପ୍ରାୟ ୨୦୦ ଟୀକା ପ୍ରସ୍ତୁତ କରାଯାଉଛି । କୋଭିଡ-19 ପାଇଁ ଏହି ଟୀକା ବର୍ତ୍ତମାନ କ୍ଲିନିକାଲ୍ ଏବଂ ପ୍ରିକ୍ଲିନିକାଲ୍ ଟ୍ରାଏଲ୍ ପର୍ଯ୍ୟାୟରେ ଅଛି । ଇତିହାସ ଦର୍ଶାଏ ଯେ ବିକାଶ ପର୍ଯ୍ୟାୟରେ ଏଥିମଧ୍ୟରୁ କିଛି ବିଫଳ ହେବ ଏବଂ କିଛି ସଫଳ ହେବ ।
ଅଧିକ ପଢ଼ନ୍ତୁ:-ରାଜନୀତିରେ ପାଦ ଦେବେ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ପୁଅ !
ଟୀକା ରେସରେ ଆଗରେ ରହିଛି ଅକ୍ସଫୋର୍ଡ ୟୁନିଭର୍ସିଟି
କୋରୋନା ଭୂତାଣୁ ଟୀକା ବିକଶିତ କରିବା ପାଇଁ ବର୍ତ୍ତମାନ ବିଶ୍ୱର ପ୍ରାୟ ୧୮୦ଟି ବିକଳ୍ପ ଉପରେ କାର୍ଯ୍ୟ ଚାଲିଛି । ବିଭିନ୍ନ ଅନୁସନ୍ଧାନରେ ସକରାତ୍ମକ ଗବେଷଣା ଆରମ୍ଭ ହୋଇଛି । ଆମେରିକାର ମୋଡର୍ନା ଆଇନସି ଟୀକା (Moderna Inc) mrna1273 ମଧ୍ୟ ମାନବ ଉପରେ ପ୍ରଥମ ପରୀକ୍ଷଣ ସଫଳ ରହିଛି, କିନ୍ତୁ ଗୋଟିଏ ଟୀକା ଅଛି ଯାହା ଉପରେ ବର୍ତ୍ତମାନ ସମଗ୍ର ବିଶ୍ୱ ବହୁତ ଆଶା ରଖିଛି । ତାହା ହେଉଛି ବ୍ରିଟେନର ଅକ୍ସଫୋର୍ଡ ୟୁନିଭର୍ସିଟି ଟୀକା AZD1222 । WHO ମୁଖ୍ୟ ବୈଜ୍ଞାନିକ ସୋମିଆ ସ୍ୱାମୀନାଥନ୍ ମଧ୍ୟ କହିଛନ୍ତି ଯେ ଏହି ଦୌଡ଼ରେ ଅକ୍ସଫୋର୍ଡ ଟୀକା ଆଗରେ ରହିଛି ।
ଅଧିକ ପଢ଼ନ୍ତୁ:-କୋରୋନା ମୁକାବିଲାରେ ସାରା ଦୁନିଆ ପାଇଁ ଉଦାହରଣ ପାଲଟିଲା ପାକିସ୍ତାନ, ଭୁରି ଭୁରି ପ୍ରଶଂସା କଲା WHO
ଭାରତରେ କେବେ ପହଞ୍ଚିବ କୋରୋନା ଟୀକା ?
ଅନ୍ୟପକ୍ଷରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନ କହିଛନ୍ତି ଯେ, ଆସନ୍ତା ବର୍ଷ ଆରମ୍ଭ ସୁଦ୍ଧା ଭାରତରେ କୋରୋନା ଭୂତାଣୁ ଟୀକା ଉପଲବ୍ଧ ହେବ । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନ ରାଜ୍ୟସଭାରେ କହିଛନ୍ତି ଯେ, ଅନ୍ୟ ଦେଶମାନଙ୍କ ପରି ଭାରତ ମଧ୍ୟ ଉଦ୍ୟମ କରୁଛି ଏବଂ କୋରୋନା ସହ ଜଡିତ ତିନୋଟି ଟୀକା ପରୀକ୍ଷା ବିଭିନ୍ନ ପର୍ଯ୍ୟାୟରେ ଚାଲିଛି । ପ୍ରଧାନମନ୍ତ୍ରୀଙ୍କ ମାର୍ଗଦର୍ଶନରେ ଏକ ବିଶେଷଜ୍ଞ ଦଳ ଏହି ଟୀକା ଉପରେ ଦୃଷ୍ଟି ରଖିଛି । ଏହା ବଦଳରେ ଉନ୍ନତ ଯୋଜନା କରୁଛନ୍ତି । ଆସନ୍ତା ବର୍ଷ ଆରମ୍ଭ ସୁଦ୍ଧା ଭାରତରେ ଏକ ଟୀକା ଉପଲବ୍ଧ ହେବ ବୋଲି ଆମେ ଆଶା କରୁଛୁ ।