ଲକଡାଉନକୁ ନେଇ WHO ର ମୁଖ୍ୟ ବୈଜ୍ଞାନିକଙ୍କ ଚେତାବନୀ, କହିଲେ- ପରିଣାମ ହେବ...
ଇଂରାଜୀ ଖବରକାଗଜ ଦି ଇଣ୍ଡିଆନ୍ ଏକ୍ସପ୍ରେସର ଏକ ଖବର ଅନୁଯାୟୀ, WHO ର ମୁଖ୍ୟ ବୈଜ୍ଞାନିକ ସ୍ୱାମୀନାଥନ (Soumya Swaminathan) କହିଛନ୍ତି ଯେ ତୃତୀୟ ଲହରୀ (Third Wave) ବିଷୟରେ ଚିନ୍ତା କରିବା ଏବଂ ପର୍ଯ୍ୟାପ୍ତ ପରିମାଣର ଲୋକଙ୍କୁ ଟିକାକରଣ (Vaccination) ନହେବା ପର୍ଯ୍ୟନ୍ତ ଆମକୁ କେରୋନା ଭୂତାଣୁର ଦ୍ୱିତୀୟ ଲହରୀର ସାମ୍ନା କରିବାକୁ ପଡିବ ।
ନୂଆଦିଲ୍ଲୀ: ଭାରତରେ କୋରୋନା ଭୂତାଣୁର ଦ୍ୱିତୀୟ ଲହରୀ (Second Wave of Coronavirus) ତାଣ୍ଡବ କରୁଛି । ଏହି କାରଣରୁ ଆଜି (ବୁଧବାର) ସକାଳେ ଅର୍ଥାତ ଗୋଟିଏ ଦିନ ମଧ୍ୟରେ ୧ ଲକ୍ଷ ୧୫ ହଜାରରୁ ଅଧିକ କୋରୋନା (COVID-19) ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଭଳି ପରିସ୍ଥିତିରେ ସ୍ଥାନୀୟ ସ୍ତରରେ ନାଇଟ୍ କର୍ଫ୍ୟୁ (Night Curfew) ଏବଂ ଲକଡାଉନ୍ (Lockdown) ବିକଳ୍ପକୁ ସତର୍କତା ଭାବରେ ଗ୍ରହଣ କରାଯାଉଛି । ଏହି ସମୟ ମଧ୍ୟରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ର ମୁଖ୍ୟ ବୈଜ୍ଞାନିକ ଡକ୍ଟର ସୌମ୍ୟା ସ୍ୱାମୀନାଥନ (Soumya Swaminathan) ଙ୍କ ଦ୍ୱାରା ଏକ ବଡ଼ ବୟାନ ଜାରି କରାଯାଇଛି । ଏହାର ପରିଣାମ ଭୟଙ୍କର ହେବ ବୋଲି ସେ କହିଛନ୍ତି । ଏଥିସହ ସେ ଟିକା (Vaccine) ଉପରେ ମଧ୍ୟ ଏକ ବୟାନ ଦେଇଛନ୍ତି ।
ଅଧିକ ପଢ଼ନ୍ତୁ:-ସରକାରୀ କର୍ମଚାରୀଙ୍କୁ ସ୍ୱାସ୍ଥ୍ୟ ଯୋଜନାରେ ମିଳିବ ନୂତନ ସୁବିଧା, ଜାଣନ୍ତୁ ସମ୍ପୂର୍ଣ୍ଣ ବିବରଣୀ
ଇଂରାଜୀ ଖବରକାଗଜ ଦି ଇଣ୍ଡିଆନ୍ ଏକ୍ସପ୍ରେସର ଏକ ଖବର ଅନୁଯାୟୀ, WHO ର ମୁଖ୍ୟ ବୈଜ୍ଞାନିକ ସ୍ୱାମୀନାଥନ (Soumya Swaminathan) କହିଛନ୍ତି ଯେ ତୃତୀୟ ଲହରୀ (Third Wave) ବିଷୟରେ ଚିନ୍ତା କରିବା ଏବଂ ପର୍ଯ୍ୟାପ୍ତ ପରିମାଣର ଲୋକଙ୍କୁ ଟିକାକରଣ (Vaccination) ନହେବା ପର୍ଯ୍ୟନ୍ତ ଆମକୁ କେରୋନା ଭୂତାଣୁର ଦ୍ୱିତୀୟ ଲହରୀର ସାମ୍ନା କରିବାକୁ ପଡିବ । କୋଭିଶିଲ୍ଡ ଟିକାର ଦୁଇ ଡୋଜ ମଧ୍ୟରେ ୮-୧୨ ସପ୍ତାହ ବ୍ୟବଧାନ ରଖିବାକୁ WHO ପରାମର୍ଶ ଦେଇଛି । ଏହି ବ୍ୟବଧାନକୁ ନେଇ ସ୍ୱାମୀନାଥନ୍ କହିଛନ୍ତି ଯେ ଏହାକୁ ବୃଦ୍ଧି କରାଯାଇପାରିବ । ତେବେ ପିଲାମାନଙ୍କୁ ଟିକା ଦେବାକୁ ସେ ପରାମର୍ଶ ଦେଇ ନାହାଁନ୍ତି । ସେ କେରୋନା ମହାମାରୀକୁ ନିୟନ୍ତ୍ରଣ କରିବାରେ ଲୋକଙ୍କ ଭୂମିକା ଉପରେ ମଧ୍ୟ ଗୁରୁତ୍ୱାରୋପ କରିଛନ୍ତି ।
ଅଧିକ ପଢ଼ନ୍ତୁ:-କୋରୋନା ଯୋଗୁଁ ସ୍କୁଲ ବନ୍ଦ କରିବାକୁ ନିଷ୍ପତ୍ତି ନେଲେ ଏହି ୧୫ ରାଜ୍ୟ
WHO ର ଆଞ୍ଚଳିକ ନିର୍ଦ୍ଦେଶକ ପୁଣମ୍ ଖେତ୍ରପାଲଙ୍କ ଅନୁଯାୟୀ, ଲୋକଙ୍କୁ ଟିକା ଦେବା ମାମଲାରେ କେବଳ ଆମେରିକା ଭାରତଠାରୁ ଆଗରେ ଅଛି । ଭାରତରେ ପ୍ରତିଦିନ ୨୬ ଲକ୍ଷ ଟିକା ଦିଆଯାଉଥିବାବେଳେ ଆମେରିକାରେ ପ୍ରତିଦିନ ୩୦ ଲକ୍ଷ ଟିକା ଦିଆଯାଉଛି । ବିଶ୍ୱ ସ୍ୱାସ୍ଥ୍ୟ ଦିବସ ଅବସରରେ ସେ କହିଥିଲେ ଯେ କୋରୋନାର ନୂତନ ଭେରିଏଣ୍ଟ ସମଗ୍ର ଅଞ୍ଚଳରେ ଦ୍ରୁତ ଗତିରେ ବ୍ୟାପୁଛି । ଏହି କାରଣରୁ ଏହା ଉପରେ ନିୟନ୍ତ୍ରଣ ପାଇବା ପାଇଁ ଟିକାକରଣର ଗତି ବଢାଇବାକୁ ପଡିବ ।