ସରକାରୀ କର୍ମଚାରୀଙ୍କୁ ସ୍ୱାସ୍ଥ୍ୟ ଯୋଜନାରେ ମିଳିବ ନୂତନ ସୁବିଧା, ଜାଣନ୍ତୁ ସମ୍ପୂର୍ଣ୍ଣ ବିବରଣୀ
Advertisement
Article Detail0/zeeodisha/odisha880199

ସରକାରୀ କର୍ମଚାରୀଙ୍କୁ ସ୍ୱାସ୍ଥ୍ୟ ଯୋଜନାରେ ମିଳିବ ନୂତନ ସୁବିଧା, ଜାଣନ୍ତୁ ସମ୍ପୂର୍ଣ୍ଣ ବିବରଣୀ

ପ୍ରକୃତରେ, କେନ୍ଦ୍ର ସରକାରଙ୍କ ତରଫରୁ ଆୟୁର୍ବେଦ, ଯୋଗ ଏବଂ ପ୍ରାକୃତିକ  ଚିକିତ୍ସାର ଘରୋଇ ଡେ କେୟାର ଥେରାପି କେନ୍ଦ୍ରଗୁଡ଼ିକୁ CGHS ଅଧୀନରେ ତାଲିକାଭୁକ୍ତ କରିବାକୁ କୁହାଯାଇଛି । ଏହାର ସୁବିଧା ଏହା ହେବ ଯେ CGHS ର ସମସ୍ତ ହିତାଧିକାରୀ, କର୍ମଚାରୀଙ୍କ ପରିବାର, ଏବଂ ପେନସନଭୋଗୀମାନେ ଏହି କେନ୍ଦ୍ରଗୁଡ଼ିକର ଲାଭ ଉଠାଇ ପାରିବେ । 

ସରକାରୀ କର୍ମଚାରୀଙ୍କୁ ସ୍ୱାସ୍ଥ୍ୟ ଯୋଜନାରେ ମିଳିବ ନୂତନ ସୁବିଧା, ଜାଣନ୍ତୁ ସମ୍ପୂର୍ଣ୍ଣ ବିବରଣୀ

ନୂଆଦିଲ୍ଲୀ: 7th Pay Commission News, Central Government Health Scheme : କୋରୋନା କାଳରେ କେନ୍ଦ୍ର ସରକାରଙ୍କ କର୍ମଚାରୀ (central government employees) ଓ ପେନସନଭୋଗୀ (central government pensioners) ଙ୍କ ସହ ଜଡିତ ଅନେକ ନିୟମ ପରିବର୍ତ୍ତନ କରାଯାଇଛି । ଏହି ନିୟମଗୁଡିକ ମଧ୍ୟରୁ ଗୋଟିଏ କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ଯୋଜନା (CGHS) ସହିତ ଜଡିତ ରହିଛି ।

ଅଧିକ ପଢ଼ନ୍ତୁ:-କୋରୋନା ଯୋଗୁଁ ସ୍କୁଲ ବନ୍ଦ କରିବାକୁ ନିଷ୍ପତ୍ତି ନେଲେ ଏହି ୧୫ ରାଜ୍ୟ

ପ୍ରକୃତରେ, କେନ୍ଦ୍ର ସରକାରଙ୍କ ତରଫରୁ ଆୟୁର୍ବେଦ, ଯୋଗ ଏବଂ ପ୍ରାକୃତିକ  ଚିକିତ୍ସାର ଘରୋଇ ଡେ କେୟାର ଥେରାପି କେନ୍ଦ୍ରଗୁଡ଼ିକୁ CGHS ଅଧୀନରେ ତାଲିକାଭୁକ୍ତ କରିବାକୁ କୁହାଯାଇଛି । ଏହାର ସୁବିଧା ଏହା ହେବ ଯେ CGHS ର ସମସ୍ତ ହିତାଧିକାରୀ, କର୍ମଚାରୀଙ୍କ ପରିବାର, ଏବଂ ପେନସନଭୋଗୀମାନେ ଏହି କେନ୍ଦ୍ରଗୁଡ଼ିକର ଲାଭ ଉଠାଇ ପାରିବେ । ଜନସାଧାରଣଙ୍କ ମଧ୍ୟରେ ଆୟୁଷ ପ୍ରଣାଳୀର ବଢୁଥିବା ଲୋକପ୍ରିୟତାକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ନିଆଯାଇଛି ବୋଲି ସରକାର ଦାବି କରିଛନ୍ତି ।

ଅଧିକ ପଢ଼ନ୍ତୁ:-ରେଲୱେ ପୁଣି ଦେଲା ଗୁଡ୍ ନ୍ୟୁଜ୍! ଆରମ୍ଭ ହେବାକୁ ଯାଉଛି ଆହୁରି ଅନେକ ସ୍ୱତନ୍ତ୍ର ଟ୍ରେନ୍

କର୍ମଚାରୀଙ୍କୁ କିପରି ମିଳିବ ଲାଭ

ଡେ କେୟାର ଥେରାପି କେନ୍ଦ୍ରରେ ରହିବାର ଏକ ଛୋଟ ଅବଧି ପାଇଁ ଉପଚାର ପ୍ରକ୍ରିୟା, କିଛି ଘଣ୍ଟା ଠାରୁ ଆରମ୍ଭ କରି ଗୋଟିଏ ଦିନରୁ କମ୍ ସମୟ ଯାଏ CGHS ହିତାଧିକାରୀଙ୍କୁ ଉପଲବ୍ଧ କରାଯିବ । ଏହି ଯୋଜନାର ଉଦ୍ଦେଶ୍ୟ ହେଉଛି ସ୍ୱାସ୍ଥ୍ୟରେ ଉନ୍ନତି ଆଣିବା, ସ୍ୱାସ୍ଥ୍ୟସେବା ଖର୍ଚ୍ଚ ହ୍ରାସ କରିବା ଏବଂ ରୋଗୀଙ୍କୁ ସେବା ବିତରଣ, ଦକ୍ଷତା ଏବଂ ଆରାମ ପ୍ରଦାନ କରିବା । ଏହା ଶିଶୁ ଏବଂ ବୃଦ୍ଧ ରୋଗୀଙ୍କ ପାଇଁ ଅତ୍ୟନ୍ତ ସୁବିଧାଜନକ ବୋଲି ମନେ କରାଯାଉଛି ।

ଅଧିକ ପଢ଼ନ୍ତୁ:-ଦେଶରେ କୋରୋନାର ତାଣ୍ଡବ, ଗତ ୨୪ ଘଣ୍ଟାରେ ୧ ଲକ୍ଷ ୧୫ ହଜାରରୁ ଉର୍ଦ୍ଧ୍ୱ ମାମଲା ସହ ଭାଙ୍ଗିଲା ସମସ୍ତ ରେକର୍ଡ

କ'ଣ କେନ୍ଦ୍ର ସରକାର ସ୍ୱାସ୍ଥ୍ୟ ସ୍କିମ୍

ଏହି ଯୋଜନା କେନ୍ଦ୍ର ସରକାରଙ୍କ କର୍ମଚାରୀ, ପେନସନଭୋଗୀ ଓ CGHS ଅନ୍ତର୍ଗତ ଆସୁଥିବା ସହରରେ ରହୁଥିବା  ସେମାନଙ୍କ ନିର୍ଭରଶୀଳଙ୍କୁ ବ୍ୟାପକ ସ୍ୱାସ୍ଥ୍ୟ ସୁବିଧା ଯୋଗାଇଥାଏ ।

CGHS ଅଧୀନରେ ସ୍ୱାସ୍ଥ୍ୟ ସେବା ଚିକିତ୍ସାର ଆଲୋପାଥିକ୍, ହୋମିଓପାଥିକ୍ ଏବଂ ଭାରତୀୟ ପ୍ରଣାଳୀ ଦ୍ୱାରା ଉପଲବ୍ଧ କରାଯାଇଥାଏ ଯାହା ଆୟୁଷ ବିଭାଗ ଅଧୀନରେ ଆସେ । ପ୍ରତ୍ୟେକ କେନ୍ଦ୍ରୀୟ କର୍ମଚାରୀଙ୍କୁ ଏହି ଯୋଜନା ଅଧୀନରେ ଏକ CGHS କାର୍ଡ ମିଳିଥାଏ ।

ଏହି କାର୍ଡ ମାଧ୍ୟମରେ କର୍ମଚାରୀଙ୍କୁ ସରକାରୀ ଡାକ୍ତରଖାନାରେ ମାଗଣା ଚିକିତ୍ସା ମିଳିଥାଏ । ଏହା ସହିତ CGHS ତାଲିକାରେ ଅନ୍ତର୍ଭୁକ୍ତ ଘରୋଇ ଡାକ୍ତରଖାନାଗୁଡ଼ିକରେ ଚିକିତ୍ସା କରାଇବା ପାଇଁ ସେହି ଡାକ୍ତରଖାନାର ଶୁଳ୍କରେ ରିହାତି ମିଳିଥାଏ ।