Hathras stamoede : ଉତ୍ତରପ୍ରଦେଶର ହାଥରସ୍‌ରେ ମଙ୍ଗଳବାର ବଡ଼ ଅଘଟଣ ଘଟିଛି। ଏଠାରେ ‘ଭୋଲେ ବାବା’ଙ୍କ ସତସଙ୍ଗରେ ହଠାତ ଦଳାଚକଟା ହେବା ଯୋଗୁ ୧୧୫ରୁ ଅଧିକ ଜୀବନ ଚାଲିଯାଇଛି। ଏହି ସଂଖ୍ୟା ଆହୁରି ବଢ଼ିପାରେ ବୋଲି ଆଶଙ୍କା ରହିଛି। ସତସଂଗ ଶୁଣିବାକୁ ଆସି ମୃତ୍ୟୁର ଶିକାର ହେବା ଘଟଣା ସାରା ଦେଶକୁ ଚକ୍କିତ କରିଛି। ଏମିତି ସ୍ଥିତିରେ ଉକ୍ତ ବାବା ଏବଂ ସତସଙ୍ଗ ଆୟୋଜନ ଉପରେ ପ୍ରଶ୍ନ ଉଠିଛି।


COMMERCIAL BREAK
SCROLL TO CONTINUE READING

  ଏଟା ଜିଲ୍ଲା ପଟିଆଲା ତହସିଲ ବାହାଦୁର ଗାଁର ସନ୍ଥ ‘ଭୋଲେ ବାବା’ଙ୍କୁ ହାଥରସ୍‌ରେ ନାରାୟଣ ସାକାର ହରି ସ୍ବୟଂମ୍ଭୁ ଭୋଲେ ବାବା ବୋଲି କୁହାଯାଏ।ତେବେ ଭୋଲେ ବାବେ ଭାବରେ ସେ ଖୁବ୍ ପରିଚିତ।ତାଙ୍କର ସତସଙ୍ଗ ପ୍ରତି ମଙ୍ଗଳବାର ହୋଇଥାଏ।ନିଜର ପାଠପଢ଼ା ଶେଷ କରିବା ପରେ ପୋଲିସରେ ଚାକିରି କରିଥିଲେ ବାବା। ପୂର୍ବରୁ ଉତ୍ତର ପ୍ରଦେଶ ପୁଲିସର ଗୁଇନ୍ଦା ବିଭାଗ(ଇଣ୍ଟେଲିଜେନ୍ସ ବ୍ୟୁରୋ)ରେ କାମ କରିବା ସମୟରେ ଭିଆର୍‌ଏସ୍‌ ନେଇ ଆଧ୍ୟାତ୍ମିକ ମାର୍ଗକୁ ଆସିଥିଲେ।ଏହାପରେ ସେ ତାଙ୍କ ଜୀବନକୁ ମାନବ କଲ୍ୟାଣରେ ଲଗାଇବାକୁ ନିଷ୍ପତ୍ତି ନେଇଥିଲେ। ଏବେ ସେ ନିଜର ଅନୁଗାମୀଙ୍କ ପାଇଁ ଭିନ୍ନ ଭିନ୍ନ ସ୍ଥାନରେ ସତସଙ୍ଗ କରିଥାନ୍ତି। ସେଠାକୁ ଯାଇ ଦାନ, ଦକ୍ଷିଣା, ଭେଟ ଆଦିକୁ ସେ ନିଜ ପାଖରେ ରଖନ୍ତି ନାହିଁ ବରଂ ଭକ୍ତମାନଙ୍କ ମଧ୍ୟରେ ଖର୍ଚ୍ଚ କରିଦେଉଥିବା ବାବା କୁହନ୍ତି। 


 ପ୍ରଥମେ ସେ ଗାଁର ଛୋଟିଆ କୁଟୀରରୁ ସତସଙ୍ଗ ଆରମ୍ଭ କରିଥିଲେ। ଧିରେ ଧିରେ ତାଙ୍କ ଅନୁଗାମୀଙ୍କ ସଂଖ୍ୟା ବଢ଼ିଥିଲା। ଏବେ ହଜାର ହଜାର ସଂଖ୍ୟାରେ ଲୋକ ତାଙ୍କ କଥା ଶୁଣିବାକୁ ଆସିଥାନ୍ତି। ସେ ନିଜକୁ ଭଗବାନଙ୍କ ସେବକ ବୋଲି କହୁଥିଲେ ହେଁ ତାଙ୍କ ଭକ୍ତ ବାବାଙ୍କୁ ଭଗବାନଙ୍କ ଅବତାର ବୋଲି ମାନିଥାନ୍ତି।ତାଙ୍କ ସତସଙ୍ଗକୁ ଯିଏ ବି ଯାଆନ୍ତି ତାଙ୍କୁ ପ୍ରସାଦ ଭାବେ ପାଣି ପିଆଯାଏ। ଏହି ପାଣି ପିଇଲେ ସମସ୍ତ ସମସ୍ୟା ଶେଷ ହୁଏ ବୋଲି ଧାରଣା ରହିଛି।ତେବେ ଧଳା ପୋଷାକ ପିନ୍ଧି ବାବା ପ୍ରବଚନ ଦେଇଥାନ୍ତି। ମଞ୍ଚ ଉପରେ ତାଙ୍କ ସହ ପତ୍ନୀ ମଧ୍ୟ ରହିଥାନ୍ତି, ତାଙ୍କୁ ଲକ୍ଷ୍ମୀ ବୋଲି କୁହାଯାଇଥାଏ। ତାଙ୍କ ଶରଣକୁ ଆସୁଥିବା ପ୍ରତିଟି ବ୍ୟକ୍ତିଙ୍କ କଲ୍ୟାଣ ହୁଏ ବୋଲି ସେ ଦାବି କରିଥାନ୍ତି।


ତେବେ ଆଜିକାଲିର ମଡର୍ଣ୍ଣ ବାବାଙ୍କ ପରି ଭୋଲେ ଭାବା କିନ୍ତୁ ସୋସିଆଲ ମିଡିଆରେ ସକ୍ରିୟ ନାହାନ୍ତି। ତାଙ୍କର କୌଣସି ଅଫିସିଆଲ ସୋସିଆଲ୍ ମିଡିଆ ଆକାଉଣ୍ଡ ମଧ୍ୟ ନାହିଁ I ତାଙ୍କର ଅନୁଗାମୀଙ୍କ କହିବା କଥା ହେଲା ତାଙ୍କ ଉପଦେଶ ଲୋକଙ୍କ ଉପରେ ତୃଣମୂଳସ୍ତରରେ ପ୍ରଭାବ ପକାଏ।


ରିପୋର୍ଟ ଅନୁସାରେ, ସତସଂଗ ସରିବା ପରେ ଲୋକେ ଯେତେବେଳେ ନିଜ ନିଜ ସ୍ଥାନକୁ ଫେରିବାକୁ ବାହାରିଲେ ସେତବେଳେ ବାବାଙ୍କ ଭଲ୍ୟୁଣ୍ଡରମାନେ ଲୋକମାନଙ୍କୁ ଅଟକାଇ ଦେଇଥିଲେ। ଆଗ ବାବା ଓ ତାଙ୍କ ଟିମ୍ ବାହାରି ଯାଇ ସାରିବା ପରେ ସେମାନେଙ୍କୁ ଛଡ଼ା ଯାଇଥିଲା। ସେତେବେଳକୁ ଗରମ ଓ ଭିଡ଼ରେ ଲୋକମାନଙ୍କ ଅବସ୍ଥା ଖରାପ ହୋଇଯାଇଥିଲା ।  ଏହାପରେ ଦଳାଚକଟା ଆରମ୍ଭ ହୋଇଯାଇଥିଲା। ଅଧିକ ଲୋକ ହେତୁ ପରିସ୍ଥିତି ନିୟନ୍ତ୍ରଣ ବାହାରେ ଥିଲା।ତେଣୁ ପୋଲିସ ଭିଡ ନିୟନ୍ତ୍ରଣ କରିବା ସମ୍ଭବ ନଥିଲା।