Nirmala Sitharaman Daughter Marriage: ଗୁରୁବାର ଦିନ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ (Finance Minister Nirmala Sitharaman) ଝିଅ ପାରାକାଲା ୱାଙ୍ଗମୟୀ (Parakala Vangmayi) । ଜୁନ ୮ ତାରିଖ ଦିନ କର୍ଣ୍ଣାଟକ ରାଜଧାନୀ ବେଙ୍ଗାଲୁରୁରେ ଅତି ସାଧାରଣ ବିହାହ ସମାରୋହରେ ଗୁଜରାଟର ପ୍ରତୀକ ଦୋସିଙ୍କ (Pratik Doshi) ହାତ ଧରିଛନ୍ତି ଅର୍ଥମନ୍ତ୍ରୀଙ୍କ ଝିଅ । ବେଙ୍ଗାଲୁରୁର ଏକ ହୋଟେଲରେ ବେଶ ସାଧାରଣ ଭାବରେ ଏହି ବିବାହ ଅନୁଷ୍ଠିତ ହୋଇଥିଲା। ପ୍ରକାଶଥାଉ କି, ବିବାହ ସମୟରେ କେବଳ ଉଭୟଙ୍କ ପରିବାର ସଦସ୍ୟ ସହ କିଛି ଘନିଷ୍ଠ ବନ୍ଧୁ ଉପସ୍ଥିତ ଥିଲେ । ଏହି ବିବାହରେ କୌଣସି ହେଭିୱେଟ୍ ରାଜ ନେତାଙ୍କୁ ନିମନ୍ତ୍ରଣ କରାଯାଇ ନଥିଲା। ପ୍ରତୀକ ଓ ପାରାକାଲାଙ୍କ ବିବାହ ସଂପୂର୍ଣ୍ଣ ବ୍ରାହ୍ମଣ ରୀତିନୀତି ଅନୁଯାୟୀ ସମାପନ ହୋଇଥିଲା । ତେବେ ବିବାହ ପରେ ଭାଇରାଲ ହେଉଥିବା ଏକ ଭିଡ଼ିଓରେ ଦେଖିବାକୁ ମିଳୁଛି ଯେ, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବିବାହ ବେଳେ ବେଦୀ ଉପରେ ଝିଅର ପଛ ପଟେ ଠିଆ ହୋଇଛନ୍ତି । ଏହି ବିବାହ ପରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଜ୍ବାଇଁଙ୍କୁ (Nirmala Sitharaman son in law) ନେଇ ବର୍ତ୍ତମାନ ଚର୍ଚ୍ଚା ଜୋର ଧରିଛି । ତେବେ ଅର୍ଥମନ୍ତ୍ରୀଙ୍କ ଝିଅଙ୍କୁ ବିବାହ କରିଥିବା ପ୍ରତୀକ ଦୋସି (Pratik Doshi)  କିଏ? ସେ କ’ଣ କରନ୍ତି? ଆସନ୍ତୁ ଜାଣିବା 


COMMERCIAL BREAK
SCROLL TO CONTINUE READING

କିଏ ସେହି ପ୍ରତୀକ ଦୋସି?


ପ୍ରକାଶ ଥାଉ କି, ପ୍ରତୀକ ଦୋସି (Pratik Doshi) ଗୁଜୁରାଟର ମୂଳ ବାସିନ୍ଦା ଅଟନ୍ତି । ସେ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟରେ(PMO) ଜଣେ ସ୍ବତନ୍ତ୍ର ଅଧିକାରୀ (Special Duty Officer)ଭାବେ କାର୍ଯ୍ୟ କରନ୍ତି । ସେ ବର୍ତ୍ତମାନ ପିଏମଓରେ ସ୍ବତନ୍ତ୍ର ଡ୍ୟୁଟି ଅଫିସର ଭାବେ କାର୍ଯ୍ୟରତ ଅଛନ୍ତି । ବେଶ ସାଧାରଣ ଜୀବନଯାପନ କରୁଥିବା ପ୍ରତୀକ, ସୋସିଆଲ ମିଡ଼ିଆରେ ମଧ୍ଯ ସକ୍ରିୟ ନାହାନ୍ତି । ପ୍ରଧାନମନ୍ତ୍ରୀ ମୋଦି ଯେଉଁ ସମୟର ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀ ହୋଇଥିଲେ, ସେ ସମୟରେ ଅର୍ଥାତ୍ ୨୦୧୪ ମସିହାରେ ପ୍ରତୀକ ଦିଲ୍ଲୀ ପଳାଇଯାଇଥିଲେ। ପରେ ୨୦୧୯ ମସିହା ଜୁନ୍ ମାସରେ ତାଙ୍କୁ ଯୁଗ୍ମ ସଚିବ ପଦରେ ପଦୋନ୍ନତି ଦିଆଯାଇଥିଲା। ପ୍ରତୀକ ଦୋସି ସିଙ୍ଗାପୁର ମ୍ୟାନେଜମେଣ୍ଟ ସ୍କୁଲରୁ ସ୍ନାତକ ହାସଲ କରିଛନ୍ତି। ଏହା ପୂର୍ବରୁ ମୋଦି (Narendra Modi) ଗୁଜୁରାଟର ମୁଖ୍ୟମନ୍ତ୍ରୀ ଥିବା ସମୟରେ ସେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ରିସର୍ଚ୍ଚ ଆସିଣ୍ଟାଣ୍ଟ୍ (Research Assistant) ଭାବରେ କାର୍ଯ୍ୟ କରିଥିଲେ। PMO ୱେବସାଇଟ୍ ଅନୁଯାୟୀ, ସେ ଏବେ ରିସର୍ଚ୍ଚ ଆଣ୍ତ ଷ୍ଟ୍ରାଟେଜ ୱିଙ୍ଗରେ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ପରିଚାଳନା କରୁଛନ୍ତି। ତାଙ୍କର ଭୂମିକା ହେଉଛି ଭାରତ ସରକାର ନିୟମ, ୧୯୬୧ ଅନୁଯାୟୀ ପ୍ରଧାନମନ୍ତ୍ରୀଙ୍କୁ ସଚିବ ସହାୟତା ଯୋଗାଇବା।


କେତେ ଦରମା ପାଆନ୍ତି ପ୍ରତୀକ ଦୋସି?


ଗତବର୍ଷ ସେପ୍ଟେମ୍ବର ମାସ ଯାଏଁ ପିଏମଓ କାର୍ଯ୍ୟାଳରେ( PMO) ପ୍ରତୀର ଦୋସି (Pratik Doshi) ଅଧିକାରୀ ଓ କର୍ମଚାରୀ ମାନଙ୍କ ମଧ୍ୟରେ ୧୪ ଲେବଲ ପେ ବ୍ୟାଣ୍ତରେ ମଧ୍ଯରେ ଆସୁଥିଲେ । PMO ସରକାରୀ ୱେବସାଇଟ୍ ଅନୁଯାୟୀ, ତାଙ୍କର ମାସିକ ବେତନ ୧ ଲକ୍ଷ ୫୭ ହଜାର ୬୦୦ ଟଙ୍କା ଥିଲା । ୨୦୧୯ ମସିହାରେ ଜୁନ୍ ମାସରେ ନରେନ୍ଦ୍ର ପୁଣି ପ୍ରଧାନମନ୍ତ୍ରୀ ହେବା ପରେ ୨୦୧୪ ମସିହାରେ ଦିଲ୍ଲୀ ଯାଇଥିବା ପ୍ରତୀକ ଦୋସିଙ୍କୁ ଜଏଣ୍ଟ ସେକ୍ରେଟେରୀ  (Joint secretary )ଭାବେ ପଦୋନ୍ନତି ମିଳିଥିଲା ।


Also Read-Shocking News: ବିବାହ ପରେ କନ୍ୟାର ପିତା ରଖିଲେ ଅଜବ ସର୍ତ୍ତ, କହିଲେ ମୋ ଝିଅ ସହ....


Also Read-Miss World 2023: ଅନେକ ବର୍ଷ ପରେ ଭାରତ ଆୟୋଜନ କରୁଛି ମିସ୍ ୱାର୍ଲ୍ଡ ୨୦୨୩, ଜାଣନ୍ତୁ ଏହା ବିଷୟରେ ସବୁକିଛି