RBI New Governor Sanjay Malhotra: ସଞ୍ଜୟ ମଲହୋତ୍ରା ଆରବିଆଇର ନୂତନ ଗଭର୍ଣ୍ଣର ହେବାକୁ ଯାଉଛନ୍ତି, ସେ ୧୧ ଡିସେମ୍ବରରୁ ଏହି ପଦ ଗ୍ରହଣ କରିବେ। ବର୍ତ୍ତମାନର ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଯାଉଛି, ତେଣୁ ସଞ୍ଜୟ ମଲହୋତ୍ରାଙ୍କ ନାମକୁ ନୂତନ ଗଭର୍ଣ୍ଣର ଭାବରେ ଅନୁମୋଦନ କରାଯାଇଛି। ବର୍ତ୍ତମାନର ଗଭର୍ଣ୍ଣର ଥିବା ଶକ୍ତିକାନ୍ତ ଦାସଙ୍କ କାର୍ଯ୍ୟକାଳ ୧୦ ଡିସେମ୍ବର ୨୦୨୪ ରେ ଶେଷ ହେବ।


COMMERCIAL BREAK
SCROLL TO CONTINUE READING

ମଲହୋତ୍ରା ରାଜସ୍ଥାନ କ୍ୟାଡରର ୧୯୯୦ ବ୍ୟାଚ୍ ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍) ଅଧିକାରୀ। ସେ ବର୍ତ୍ତମାନର ଗଭର୍ଣ୍ଣକ ଶକ୍ତିକାନ୍ତ ଦାସଙ୍କ ସ୍ଥାନ ନେବେ, ଯାହାର ଦ୍ୱିତୀୟ କାର୍ଯ୍ୟକାଳ ଆସନ୍ତାକାଲି ଅର୍ଥାତ୍ ମଙ୍ଗଳବାର  (୧୦ଡିସେମ୍ବର ୨୦୨୪) ଶେଷ ହେବ।



ସଞ୍ଜୟ ମାଲହୋତ୍ରା କିଏ?
ଅର୍ଥ, ଶକ୍ତି, ଆଇଟି, ଟିକସ ଏବଂ ଖଣି ସମେତ ଅନ୍ୟାନ୍ୟ ସେକ୍ଟରରେ ମଲହୋତ୍ରାଙ୍କର ୩୩ ବର୍ଷରୁ ଅଧିକ ଅଭିଜ୍ଞତା ରହିଛି। ସେ ଉଭୟ କେନ୍ଦ୍ରୀୟ ଏବଂ ରାଜ୍ୟ ସ୍ତରରେ ବରିଷ୍ଠ ଭୂମିକାରେ କାର୍ଯ୍ୟ କରିଛନ୍ତି। ଡିସେମ୍ବର ୨୦୨୨ ରେ ରାଜସ୍ୱ ସଚିବ ଭାବରେ ନିଯୁକ୍ତ ହେବା ପୂର୍ବରୁ ସେ ଅର୍ଥ ସେବା ବିଭାଗରେ ସଚିବ ଥିଲେ, ଯେଉଁଠାରେ ସେ ଆର୍ଥିକ ସଂସ୍କାର ଆଣିବା ଏବଂ ବ୍ୟାଙ୍କିଙ୍ଗ କ୍ଷେତ୍ରକୁ ମଜବୁତ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଟିକସ ସଂଗ୍ରହରେ ଅଭିବୃଦ୍ଧିରେ ସେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି ଏବଂ ଜିଏସଟି ପରିଷଦର ପୂର୍ବତନ ଅଫିସିଆଲ୍ ସଚିବ ଭାବରେ ମଧ୍ୟ କାର୍ଯ୍ୟ କରିଛନ୍ତି।


ନିଜର ରଣନୈତିକ ଚିନ୍ତାଧାରା ପାଇଁ ଜଣାଶୁଣା ମଲହୋତ୍ରା ପୂର୍ବରୁ ରାଷ୍ଟ୍ରାୟତ୍ତ REC ର ଚେୟାରମ୍ୟାନ୍ ତଥା ପରିଚାଳନା ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରିଛନ୍ତି। କହିରଖୁଛୁ ଯେ ମାଲହୋତ୍ରାଙ୍କ ନିଯୁକ୍ତି ଏପରି ଏକ ସମୟରେ ଆସିଛି ଯେତେବେଳେ ଅର୍ଥନୀତି ଗୁରୁତ୍ୱପୂର୍ଣ୍ଣ ଆହ୍ନାନ ଏବଂ ସଂସ୍କାର ଦେଇ ଗତି କରୁଛି।


Also Read: ଜଗଦୀପ ଧନଖରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବାକୁ ପ୍ରସ୍ତୁତି ହେଉଛି ବିରୋଧୀ, ଜାଣନ୍ତୁ କ'ଣ ରହିଛି ଅଭିଯୋଗ