ସମସ୍ତଙ୍କ ମନରେ ପ୍ରଶ୍ନ, ଏତେ ଦେଶ ଥାଉ ଥାଉ ମେଡିକାଲ ପଢିବାକୁ କାହିଁକି ୟୁକ୍ରେନ ଯାଆନ୍ତି ଭାରତୀୟ?
ଏହାର ମାନେ ୟୁକ୍ରେନରେ ପାଠ ପଢିଥିବା ଛାତ୍ରଛାତ୍ରୀ ବିଶ୍ୱର ଯେକୌଣସି ସ୍ଥାନରେ ମେଡିକାଲ ଅଭ୍ୟାସ କରିପାରିବେ । ଏଥିରେ ତାଙ୍କୁ କୌଣସି ସମସ୍ୟା ଭୋଗିବାକୁ ପଡ଼ିବ ନାହିଁ।
Russia-Ukraine War: ଲାଗିଛି ୟୁକ୍ରେନ ଓ ଋଷ ମଧ୍ୟରେ ଲାଗିରହିଛି ଘମାଘୋଟ ଲଢେଇ। ସେପଟେ ୟୁକ୍ରେନରେ ଫସିରହିଥିବା ଭାରତୀୟଙ୍କ ପାଇଁ ବଢିଛି ଚିନ୍ତା । କାରଣ ୟୁକ୍ରେନରେ ବହୁ ଭାରତୀୟ ଏହି ଯୁଦ୍ଧ କାରଣରୁ ଫସିରହିଛନ୍ତି। ଆମ ରାଜ୍ୟରୁ ମଧ୍ୟ ଅନେକ ଓଡ଼ିଆ ୟୁକ୍ରେନରେ ଫସିରହିଛନ୍ତି। ଆଉ ପ୍ରାୟତଃ ଭାରତୀୟ ସେଠାକୁ ମେଡିକାଲ ପଢିବାକୁ ଯାଇଥାନ୍ତି।
ଆସନ୍ନ ଯୁଦ୍ଧର କିଛି ସମୟ ପୂର୍ବରୁ ଶିକ୍ଷା ମନ୍ତ୍ରାଳୟ (Education Ministry) ର ରିପୋର୍ଟ ପ୍ରକାଶ ପାଇଥିଲା। ରିପୋର୍ଟ ଅନୁଯାୟୀ ୟୁକ୍ରେନରେ ୧୮ ହଜାରରୁ ଅଧିକ ଭାରତୀୟ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି । ସେଠାରେ ବିଶେଷ କରି ଭାରତୀୟ ଛାତ୍ରଛାତ୍ରୀ ମେଡିକାଲ ପଢିବାକୁ ଯାଇଥାନ୍ତି। ସେଠାରେ ପାଠ ପଢିବାର କାରଣ ହେଉଛି ମେଡିକାଲ ପଢିବାରେ ଭାରତ ଦେଶ ବୋଳି ସେଠି ବେଶି ପ୍ରତିଦ୍ୱନ୍ଦିତା ନାହିଁ । ଏହାସହ ୟୁକ୍ରେନ ମେଡିକାଲ ଡିଗ୍ରୀର ମାନ୍ୟତା ଭାରତର ଇଣ୍ଡିଆନ ମେଡିକାଲ କାଉନସିଲ ସହ World Health Council, ୟୁରୋପ, ୟୁକେ ଭଳି ସ୍ଥାନରେ ଉପଲବ୍ଧ ରହିଛି । ଏହାର ମାନେ ୟୁକ୍ରେନରେ ପାଠ ପଢିଥିବା ଛାତ୍ରଛାତ୍ରୀ ବିଶ୍ୱର ଯେକୌଣସି ସ୍ଥାନରେ ମେଡିକାଲ ଅଭ୍ୟାସ କରିପାରିବେ । ଏଥିରେ ତାଙ୍କୁ କୌଣସି ସମସ୍ୟା ଭୋଗିବାକୁ ପଡ଼ିବ ନାହିଁ।
Also Read: ଏମାନେ ହେଉଛନ୍ତି ଋଷ ରାଷ୍ଟ୍ରପତିଙ୍କ ସିକ୍ରେଟ ଝିଅ, ଦୁନିଆ ନଜରରୁ ନିଜ ପରିବାରକୁ ଲୁଚାଇ ରଖିଛନ୍ତି ପୁଟିନ
ସେହିପରି ୟୁକ୍ରେନ (Ukraine) ରେ ଭାରତଠୁ ମେଡିକାଲ ପାଠ୍ୟକ୍ରମ ବା କୋର୍ସ ପାଇଁ ଆଶାନୂରୁପ କମ ଖର୍ଚ୍ଚ ହୋଇଥାଏ । ଭାରତରେ ଏକ ପ୍ରାଇଭେଟ କଲେଜରେ ଏମବିବିଏସ କରିବା ପାଇଁ ବର୍ଷକୁ ୧୦ରୁ ୧୨ ଲକ୍ଷ ଟଙ୍କା ପାଣି ଭଳି ଖର୍ଚ୍ଚ ହୋଇଥାଏ । ସେହି ଅନୁପାତରେ ୪ ବର୍ଷର କୋର୍ସରେ ଭାରତରେ ୫୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥାଏ । ସେହିପରି ଯଦି ଦେଖିବା ସରକାରୀ କଲେଜ (Government College) ରେ ଏହି କୋର୍ସ ୨ଲକ୍ଷ ଟଙ୍କାରେ ହୋଇଯାଇଥାଏ । ମାତ୍ର ସରକାରୀ କଲେଜରେ ସିଟ ମିଳିବା କମ ଓ କମ୍ପିଟିସନ ଅଧିକ ରହିଥାଏ। ଯାହାଫଳରେ ବହୁ ମେଧାବୀ ଛାତ୍ରଛାତ୍ରୀ ମେଡିକାଲ ପଢାରୁ ବଞ୍ଚିତ ହୋଇଥାନ୍ତି।
Also Read: ଯୁଦ୍ଧ ବନ୍ଦ କରିବା ପାଇଁ ୟୁକ୍ରେନ ଆଗରେ ଏହି ସର୍ତ୍ତ ରଖିଲା ଋଷ
ସେହିପରି ୟୁକ୍ରେନ କଲେଜ ମାନଙ୍କରେ ଏମବିବିଏସ (MBBS) ପଢିବା ପାଇଁ ବର୍ଷକୁ ୪ରୁ ୫ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥାଏ । ଯାହାକି ଭାରତ ତୁଳନାରେ ଦୁଇ ଗୁଣ କମ୍ । ତେବେ ଆପଣଙ୍କୁ ଭଲ ଭାବେ ଜଣାଥିବ ଯେ, Neet ରେ ସର୍ବଭାରତୀୟ ସ୍ତରରେ ଭଲ ରାଙ୍କ୍ ମିଳିବା ପରେ ହିଁ ଆମ ଦେଶରେ ମେଡିକାଲ କଲେଜରେ ଆଡମିସନ ମିଳିଥାଏ । ହେଲେ ୟୁକ୍ରେନରେ ଯଦି କୌଣସି ଛାତ୍ରଛାତ୍ରୀ Neet ପାସ୍ କରିଛନ୍ତି ହେଲେ ତାଙ୍କୁ ଭଲ ରାଙ୍କ ମିଳିନାହିଁ ତେବେ ବି ତାଙ୍କୁ ସହଜରେ ଆଡମିସନ ମିଳିଯାଇଥାଏ। ଆଉ ଏହି ସବୁ କାରଣରୁ ହିଁ ଭାରତୀୟ ଛାତ୍ରଛାତ୍ରୀ ୟୁକ୍ରେନରେ ନିଜର ମେଡିକାଲ ପାଠ୍ୟକ୍ରମ (Medical) ଶେଷ କରିବାକୁ ଇଚ୍ଛା ରଖିଥାନ୍ତି।