Free Garlic Distribution: ଲୋକଙ୍କୁ ମାଗଣାରେ ରସୁଣ ବାଣ୍ଟିଛନ୍ତି ଗୁଜୁରାଟ ଚାଷୀ। ହେଲେ ଲୋକଙ୍କୁ ମାଗଣା ରସୁଣ ବାଣ୍ଟିବାକୁ ନେଇ ଆରମ୍ଭ ହୋଇଯାଇଛି ଅନେକ ଚର୍ଚ୍ଚା। କେଉଁ କାରଣରୁ ରସୁଣ ଚାଷୀ ଲୋକଙ୍କୁ ସେମାନଙ୍କ ଉତ୍ପାଦିତ ଦ୍ରବ୍ୟ ବାଣ୍ଟିବାକୁ ନିଷ୍ପତ୍ତି ନେଲେ, ତାହାର କାରଣ ଏବେ ସାମ୍ନାକୁ ଆସିଛି। 
 
ଖୋଲା ବଜାର ତଥା କୃଷି ଉତ୍ପାଦକ ବଜାର କମିଟିରେ ରସୁଣ ଦରରେ ତୀବ୍ର ହ୍ରାସ ପାଇଛି। ରସୁଣ ଦର ହ୍ରାସକୁ ନେଇ ଅସୁବିଧାରେ ପଡିଥିବା କୃଷକ ସେମାନଙ୍କ ଉତ୍ପାଦକୁ ଗରିବ ଲୋକଙ୍କୁ ମାଗଣାରେ ବଣ୍ଟନ କରୁଛନ୍ତି। ଗୁଜୁରାଟ କିସାନ ସଙ୍ଗଠନ ଶନିବାର ରାଜଧାନୀ ଗାନ୍ଧୀ ନଗର ଠାରେ ୪ କିଲୋଗ୍ରାମ ରସୁଣ ବଣ୍ଟନ କରିଛନ୍ତି।


COMMERCIAL BREAK
SCROLL TO CONTINUE READING

Also Read: ରାସ୍ତାରେ ୧ କ୍ୱିଣ୍ଟାଲ ଲେମ୍ବୁ ଫୋପାଡ଼ି ଦେଲେ ବ୍ୟବସାୟୀ; କାରଣ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ


ଏହି ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ଗୁଜୁରାଟ କିସାନ ସଙ୍ଗଠନ ସଭାପତି ଗଜେନ୍ଦ୍ର ସିଂହ ଜାଲା। ଏନେଇ ସେ କହିଛନ୍ତି ଯେ ଏକର ପିଛା ରସୁଣର ଉତ୍ପାଦନ ମୂଲ୍ୟ ହେଉଛି ୩୭ ହଜାର ୧୦୦ ଟଙ୍କା। ହେଲେ ଗୋଟିଏ ଏକରରୁ ଅମଳ ହେଉଥିବା ରସୁଣର ମୂଲ୍ୟ ହେଉଛି କିଲୋଗ୍ରାମ ପିଛା ୩୦୦୦ ହଜାର ଟଙ୍କା। ବର୍ତ୍ତମାନ ରସୁଣର ବଜାର ମୂଲ୍ୟ ୨୦ ଟଙ୍କାଙ୍କୁ ହ୍ରାସ ପାଇଛି। ଯାହାର ମୂଲ୍ୟ ବର୍ତ୍ତମାନ ମାତ୍ର ୧୫୦ ଟଙ୍କାରେ ପହଞ୍ଚିଛି। ଗୋଟିଏ ଏକର ଜମିରେ ଅମଳ ହୋଇଥିବା ଫସଲରୁ ଚାଷୀ ୨୨.୫୦ ଟଙ୍କା ରୋଜଗାର କରୁଛନ୍ତି।


ତାଙ୍କ ଅଭିଯୋଗ ହେଉଛି ଯେ ରସୁଣ ଚାଷୀ ଏକର ପିଛା ୧୪ ହଜାର ୬୦୦ ଟଙ୍କାର କ୍ଷତି ସହୁଛନ୍ତି। ଦୀର୍ଘ ଦିନ ଧରି ଚାଷୀ ଦାବି କରିଆସୁଛନ୍ତି ଯେ ଉଦ୍ୟାନ କୃଷି ଫସଲ ପାଇଁ ରାଜ୍ୟ ତଥା କେନ୍ଦ୍ର ସରକାର ମଧ୍ୟ ସର୍ବନିମ୍ନ ସହାୟକ ମୂଲ୍ୟ ଏମଏସପି ଘୋଷଣା କରନ୍ତୁ। ହେଲେ ଦୁର୍ଭାଗ୍ୟର ବିଷୟ ଏହା ଯେ ବଜାର ମୂଲ୍ୟ ହ୍ରାସ ପାଇଲେ ମଧ୍ୟ ସରକାର ସାହାଯ୍ୟ କରିବାକୁ ଆଗେଇ ଆସୁନାହାଁନ୍ତି। ଯଦି କୃଷକ ଏହି ଋତୁରେ ଉଚିତ ମୂଲ୍ୟ ନ ପାଆନ୍ତି, ତାହେଲେ ଡିସେମ୍ବରରେ ରସୁଣ ଚାଷ ତୁଳନାତ୍ମକ ଭାବେ କମ୍ ହେବ। ଯାହା ଆସନ୍ତା ବର୍ଷ ରସୁଣ ଅଭାବର କାରଣ ହେବ। ଯାହା ଅନ୍ୟ ସମସ୍ୟା ସୃଷ୍ଟି କରିବ। 


Also Read: ଲେମ୍ବୁ ଚୋରି କରି ଧରପଡ଼ିଲା ନବୀନ; କାରନାମା ଶୁଣିଲେ ଉଡ଼ିଯିବ ହୋସ


ଗୁଜୁରାଟ ଉଦ୍ୟାନ କୃଷି ନିର୍ଦ୍ଦେଶକଙ୍କ ସରକାରୀ ତଥ୍ୟ ଅନୁଯାୟୀ, ୨୦୨୧-୨୨ ବର୍ଷରେ ରାଜ୍ୟର କୃଷକ ୨୬ ହଜାର ୧୩ ହେକ୍ଟର ଜମିରେ ରସୁଣ ଚାଷ କରିଥିଲେ ଏବଂ ଉତ୍ପାଦନ ୨ ଲକ୍ଷ ୨ ହଜାର ୮୨୮ ମେଟ୍ରିକ୍ ଟନ୍ ରହିଥିଲା। ରାଜ୍ୟର ରସୁଣ ଚାଷୀଙ୍କ ସମସ୍ୟା ବାବଦରେ ପ୍ରତିକ୍ରିୟା ରଖିଛନ୍ତି ଗୁଜୁରାଟ କୃଷିମନ୍ତ୍ରୀ ରାଘବଜୀ ପଟେଲ। ଏନେଇ ଗଣମାଧ୍ୟମରେ ପ୍ରତିକ୍ରିୟା ରଖି ମନ୍ତ୍ରୀ କହିଛନ୍ତି ଯେ ଏହା କେନ୍ଦ୍ର ସରକାରଙ୍କ ବିଷୟ ହୋଇଥିବାରୁ ସେ ରସୁଣ ପାଇଁ ଏମଏସପି ପ୍ରଦାନ କରିବାକୁ ମୁଁ କେନ୍ଦ୍ର ସହ ଆଲୋଚନା କରିବି। 


ଅନ୍ୟପଟେ ଗୁଜୁରାଟ ରାଜ୍ୟ ସମବାୟ ବିପଣନ ମହାସଂଘ ସଭାପତି ଦିଲୀପ ସଂଘାନୀ କୃଷକଙ୍କୁ ମୂଲ୍ୟଯୁକ୍ତ ଉତ୍ପାଦ ଉତ୍ପାଦନ କରି ସମାଧାନର ରାସ୍ତା ଖୋଜିବାକୁ ଆଶ୍ୱାସନା ଦେଇଛନ୍ତି। ଯାହା ଦ୍ୱାରା ଚାଷୀ ସେମାନଙ୍କ ଉତ୍ପାଦିତ ଦ୍ରବ୍ୟକୁ ନାମ ମାତ୍ର ମୂଲ୍ୟରେ ବିକ୍ରୟ କରିବାକୁ ପଡିବ ନାହିଁ।