ଲେମ୍ବୁ ଚୋରି କରି ଧରପଡ଼ିଲା ନବୀନ; କାରନାମା ଶୁଣିଲେ ଉଡ଼ିଯିବ ହୋସ
Advertisement
Article Detail0/zeeodisha/odisha1163532

ଲେମ୍ବୁ ଚୋରି କରି ଧରପଡ଼ିଲା ନବୀନ; କାରନାମା ଶୁଣିଲେ ଉଡ଼ିଯିବ ହୋସ

ଦେଶରେ ଲେମ୍ବୁ ଦର ବୃଦ୍ଧିକୁ ନେଇ ଜାରି ରହିଛି ଚର୍ଚ୍ଚା।

ଲେମ୍ବୁ ଚୋରି କରି ଧରପଡ଼ିଲା ନବୀନ; କାରନାମା ଶୁଣିଲେ ଉଡ଼ିଯିବ ହୋସ

ଜୟପୁର: ପେଟ୍ରୋଲ-ଡିଜେଲ ପରେ ଏବେ  ଦେଶରେ ଲେମ୍ବୁ ଦର ବୃଦ୍ଧିକୁ ନେଇ ଜାରି ରହିଛି ଚର୍ଚ୍ଚା।  ଏହାର  ପ୍ରଭାବରେ ଏପରି ସ୍ଥିତି ଉପୁଜିଛି ଯେ  ଲେମ୍ବୁ କାରଣରୁ ଜଣେ ବ୍ୟକ୍ତି ଲୁଟେରା ହୋଇଯାଇଛନ୍ତି।  ଅନ୍ୟପଟେ  ଲେମ୍ବୁ ଚାଷ କରାଯାଇଥିବା ଜମିକୁ   ଲୁଟେରା ଙ୍କ  କବଳ ରୁ ରକ୍ଷା କରିବା ପାଇଁ  ଭରପୂର ପ୍ରୟାସ କରାଯାଉଛି। କେବଳ ସେତିକି ନୁହେଁ ଲେମ୍ବୁ ଚୋରଙ୍କ ଉପରେ ଏବେ ସତର୍କ ନଜର ରଖିଛି ପୋଲିସ।  
 
ସଦ୍ୟ ଲେମ୍ବୁ ଚୋରିର ଏକ ଘଟଣା ସାମ୍ନାକୁ ଆସିଛି।  ରାଜ୍ୟର ଜୟପୁରସ୍ଥିତ ମୁହାନା ପରିବା ବଜାରରୁ ଲେମ୍ବୁ ଭର୍ତ୍ତି ଦୁଇଟି ବାକ୍ସ ଚୋରି ଅଭିଯୋଗରେ ଜଣେ ଯୁବକଙ୍କୁ ଗିରଫ କରିଛି ରାଜସ୍ଥାନ ପୋଲିସ।  ଗିରଫ କରାଯାଇଥିବା ଯୁବକ ପାଖରୁ ୧୩  କିଲୋ ଲେମ୍ବୁ ଜବତ କରାଯାଇଛି।  ଗତ ଶୁକ୍ରବାର ଏହି ଘଟଣାରେ  ଜଣେ ଅଭିଯୋଗକାରୀ ଅଭିଯୋଗ କରି କହିଥିଲେ  ଯେ ଗତ ୧୨ ଏବଂ ୨୦ ତାରିଖରେ ତାଙ୍କ ଦୋକାନରୁ ଜଣେ ଅଜ୍ଞାତ  ଚୋର ଲେମ୍ବୁ ଭର୍ତ୍ତି ଦୁଇଟି ବାକ୍ସ  ଚୋରି  କରି ନେଇଥିଲା। 

 ଲେମ୍ବୁ  ଚୋରି ଘଟଣାରେ ଅଭିଯୋଗ ପାଇବା ପରେ ପୋଲିସ ଏହାର ଯାଞ୍ଚ କରିବା ଆରମ୍ଭ କରିଥିଲା।  ଏହି ଘଟଣାରେ ପୋଲିସ  ଅଭିଯୁକ୍ତ ନବୀନ  ନାମକ ଜଣେ ଯୁବକକୁ ଗିରଫ କରିଥିଲା।  ଅଭିଯୁକ୍ତ ନବୀନ ପାଖରୁ ପୋଲିସ ୧୩ କିଲୋ  ଲେମ୍ବୁ ଏବଂ ଚୋରି ଘଟଣାରେ ବ୍ୟବହାର କରାଯାଇଥିବା ଇ-ରିକ୍ସା ଗାଡ଼ିକୁ ଜବତ କରିଥିଲା।  ପୋଲିସ କହିବା ଅନୁସାରେ ଅଭିଯୁକ୍ତ ନବୀନ  ମୁହାନା ପରିବା ବଜାରରେ  ଭୀଡ଼ର ଫାଇଦା ଉଠାଇ  ପନି ପରିବା କିମ୍ବା  ଫଳ ରହିଥିବା ବାକ୍ସକୁ   ଚୋରି କରି ଏହାକୁ ଇ-ରିକ୍ସା ଯୋଗେ ନେଇଯାଇଥାଏ। ଏହି ଚୋରି ସାମଗ୍ରୀକୁ ସେ ବଜାର ବାହାରେ କମ୍ ମୂଲ୍ୟରେ ବିକ୍ରି କରିଥାଏ। 

ଦିନକୁ ଦିନ ବଢୁଥିବା  ଲେମ୍ବୁ ଦର ବୃଦ୍ଧିକୁ ନେଇ ଦେଶରେ ହାହାକାର ଭଳି ପରିସ୍ଥିତି ସୃଷ୍ଟି ହୋଇଛି।   ନିକଟରେ ଏକ ଖବର ଆସିଥିଲା ଯେ  ଏବେ ଲେମ୍ବୁ ଭଳି ଖାଦ୍ୟ ଦ୍ରବ୍ୟକୁ ଲୁ଼ଟ କରୁଥିବା ଲୁଟେରା ମଧ୍ୟ ସାାମ୍ନାକୁ ଆସିଛନ୍ତି।  ବର୍ତ୍ତମାନ ଲେମ୍ବୁ ବଗିଚାର ସୁରକ୍ଷାକୁ ପୂର୍ବ ଅପେକ୍ଷା ମଜବୁତ କରାଯାଇଛି।  ଉତ୍ତର ପ୍ରଦେଶର କାନପୁର ଜିଲ୍ଲାରେ ଦେଖିବାକୁ ମିଳିଥିଲା ଏଭଳି ଘଟଣା ଯେଉଁଠି ଲେମ୍ବୁ ବଗିଚା  ସୁରକ୍ଷା ଦାୟିତ୍ୱରେ   ଲାଠି ଧାରୀ ସୁରକ୍ଷାକର୍ମୀଙ୍କୁ ନିୟୋଜିତ କରାଯାଇଛି।

ସେତେବେଳେ ଖବର ଆସିଥିଲା କାନପୁର ଜିଲ୍ଲାର ବିଠୁର ଅଞ୍ଚଳରେ ଅବସ୍ଥିତ ଲେମ୍ବୁ ବଗିଚାରେ ଦେଖିବାକୁ ମିଳିଛି ଲୁଟେରା ଆତଙ୍କ। ଦିନ ରାତି ୨୪ ଘଣ୍ଟା ଲେମ୍ବୁ ବଗିଚା ଜଗି ରହୁଛନ୍ତି ସିକ୍ୟୁରିଟି ଗାର୍ଡ। ଯଦି ଜିଲ୍ଲାର ସୀମାନ୍ତ ଅଞ୍ଚଳରେ ଅବସ୍ଥିତ ଥିବା ଗ୍ରାମାଞ୍ଚଳ କଥା କୁହାଯାଏ ତାହେଲେ ଚୌବେପୁର, ବିଠୁର, କାଟରି, ଏବଂ ମନ୍ଧାନା ଚାରିପାଖରେ ପ୍ରାୟ ୨୦୦ ବିଘା ଜମିରେ ଲେମ୍ବୁ ବଗିଚା ରହିଛି। ଏଠାକାର ଲୋକଙ୍କ କହିବା କଥା ଏହା ପ୍ରଥମ ଥର ପାଇଁ ହୋଇଛି ଯେତେବେଳେ ମାଲିକଙ୍କୁ ଲେମ୍ବୁ ବଗିଚା ଜଗିବା ପାଇଁ ରାତିରେ ଜାଗ୍ରତ ରହିବାକୁ ପଡୁଛି। 

ବର୍ତ୍ତମାନ କୌଣସି ସ୍ଥାନରେ ଲେମ୍ବୁ ମୂଲ୍ୟ କିଲୋଗ୍ରାମ ପିଛା ୩୦୦ କିମ୍ବା ୩୫୦ ଟଙ୍କାରେ ବିକ୍ରି ହେଉଛି। ଏହା ସ୍ପଷ୍ଟ ଯେ ଦରଦାମ ବୃଦ୍ଧି ସମୟରେ  ଲେମ୍ବୁ ସମସ୍ତଙ୍କ ମନକୁ ଖଟା  କରିଦେଇଛି। ଯାହାର  ଫଳାଫଳ ସମସ୍ତଙ୍କ ସାମ୍ନାରେ ଅଛି।  କୌଣସି ସ୍ଥାନରେ ଲେମ୍ବୁ ଚୋରି ହେଉଥିବା ବେଳେ  ଅନ୍ୟ କୌଣସି ସ୍ଥାନରେ ଲୁଟେରାଙ୍କ କବଳରୁ ଲେମ୍ବୁକୁ ସୁରକ୍ଷା ଦେବା ପାଇଁ ସୁରକ୍ଷାକର୍ମୀ ନିୟୋଜିତ ହୋଇଛନ୍ତି।

Also Read: Lemon Loot: ଲେମ୍ବୁ ଜଗୁଛନ୍ତି ସିକ୍ୟୁରିଟି ଗାର୍ଡ