ତ୍ରିରଙ୍ଗାକୁ ସ୍ୟାଲୁଟ୍ କରିବାକୁ ମନା କରିଥିଲେ ମହାତ୍ମା ଗାନ୍ଧୀ, ଜାଣନ୍ତୁ କାହିଁକି?
ଭାରତର ଜାତୀୟ ପତାକାକୁ ଶେଷ ସ୍ପର୍ଷ ଦେବାକୁ ୧୯୩୧ ମସିହା ଏପ୍ରିଲ ୨ ତାରିଖରେ କଂଗ୍ରେସ ସାତ ଜଣିଆ କିମିଟି ତିଆରି କରିଥିଲା। କମିଟି ବିଭିନ୍ନ ଲୋକଙ୍କ ପରାମର୍ଶ କ୍ରମେ ଜାତୀୟ ପତାକା ପ୍ରସ୍ତୁତ କଲା।
ଭାରତର ଜାତୀୟ ପତାକାକୁ ଶେଷ ସ୍ପର୍ଷ ଦେବାକୁ ୧୯୩୧ ମସିହା ଏପ୍ରିଲ ୨ ତାରିଖରେ କଂଗ୍ରେସ ସାତ ଜଣିଆ କିମିଟି ତିଆରି କରିଥିଲା। କମିଟି ବିଭିନ୍ନ ଲୋକଙ୍କ ପରାମର୍ଶ କ୍ରମେ ଜାତୀୟ ପତାକା ପ୍ରସ୍ତୁତ କଲା। ଯେଉଁଥିଲେ ଉପରେ ନାରଙ୍ଗୀ, ତଳେ ସବୁଜ ଓ ମଝିରେ ଧଳା ରଙ୍ଗ ଥିଲା। ଏହି ଧଳା ରଙ୍ଗ ମଝିରେ ଏକ ଅରଟ ଥିଲା। ସେହି ପତାକାକୁ ଜାତୀୟ ପତାକାର ମାନ୍ୟତା ଦିଆଗଲା। ଆଉ ୧୯୪୭ ମସିହା ପରଠାରୁ ପ୍ରତ୍ୟେକ ସ୍ୱାଧୀନତା ଦିବସରେ ଏହି ପତାକାକୁ ଉତ୍ତୋଳନ କରାଯାଉଛି।
କିନ୍ତୁ ଭାରତ ସ୍ୱାଧୀନ ହେବା ପୂର୍ବେ ଜାତୀୟ ପତାକାର ଡିଜାଇନକୁ ନେଇ ଅନେକ ପ୍ରଶ୍ନ ଉଠିଲା। ଆଉ ୧୯୪୭ ଜୁନ ୨୩ରେ ଏହାର ସମାଧାନ ପାଇଁ ରାଜେନ୍ଦ୍ର ପ୍ରସାଦଙ୍କ ନେତୃତ୍ୱରେ ଏକ କମିଟି ଗଠନ କରାଯାଇଥିଲା। କମିଟି ଗଠନର ଦିନକ ପରେ ଲର୍ଡ ମାଉଣ୍ଟ ବ୍ୟାଟେନ ତ୍ରିରଙ୍ଗାରେ ବ୍ରିଟିଶ ଜ୍ୟାକକୁ ସ୍ଥାନୀତ କରିବାକୁ ପରାମର୍ଶ ଦେଇଥିଲେ। କିଛି ଲୋକ ଚକ୍ର ବଦଳରେ ସ୍ୱାସ୍ତିକ ବ୍ୟବହାର କରିବାକୁ ମଧ୍ୟ କହିଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ସମସ୍ତ ପରାମର୍ଶ ପ୍ରତ୍ୟାହାର କରାଯାଇଥିଲା।
Also Read: 'ଅଶୁଭ ବାରରେ ସ୍ୱାଧୀନ ହୋଇଥିଲା ଭାରତ'
ଅନେକ ସଂଶୋଧନ ପରେ ୧୯୪୭ ଜୁଲାଇ ୨୨ ତାରିଖରେ ଭାରତର ଜାତୀୟ ପତାକାର ଡିଜାଇନ ଚୂଡାନ୍ତ ହେଲା। ଏହି ଜାତୀୟ ପତାକାକୁ ସମ୍ବିଧାନ ସଭାରେ ଉନ୍ନୋଚନ କରାଗଲା। ତେବେ ଏଥର ଚାରି କୋଣିଆ ଜାତୀୟ ପତାକାର ମଝିର ଅରଟ ବଦଳରେ ଅଶୋକ ଚକ୍ରକୁ ସ୍ଥାନ ଦିଆଯାଇଥିଲା। ଯାହାକୁ ଜାତୀୟ ପିତା ମହାତ୍ମା ଗାନ୍ଧୀ ବିରୋଧ କରିଥିଲେ। କିନ୍ତୁ ପରେ ସେ ନିଜ ବିଚାରକୁ ବଦଳାଇଥିଲେ। ତଥାପି ଦୁଇ ଦୁଇ ଥର ଜାତିର ପିତା ଜାତୀୟ ପତାକାକୁ ସ୍ୱୀକୃତି ଦେଇନଥିବା କୁହାଯାଉଛି। ପ୍ରଥମ ଥର ସ୍ୟାଲୁଟ କରିବାକୁ ମନା କରିଦେଇଥିବା ବେଳେ ଦ୍ୱିତୀୟ ଥର ପତାକା ଉତ୍ତୋଳନ କରିନଥିଲେ।
୧୯୩୧ରେ ତ୍ରିରଙ୍ଗାର ଡିଜାଇନକୁ ନେଇ ମହତ୍ମା ଗାନ୍ଧୀ ଅସନ୍ତୁଷ୍ଟ ଥିଲେ। ଜାତୀୟ ପତାକାରେ ଅରଟ ରଖିବାକୁ ସେ ପରାମର୍ଶ ଦେଇଥିଲେ। ତାଙ୍କର କହିବା ଥିଲା, ଅରଟ ଦେଶର ସାଧାରଣ ଲୋକଙ୍କୁ ଦର୍ଶାଉଛି। ଅରଟ ବଦଳରେ ଅଶୋକ ଚକ୍ର ରଖାଯାଇଥିବାରୁ ସେ ତ୍ରିରଙ୍ଗା ପତାକାକୁ ସ୍ୟାଲୁଟ କରିବାକୁ ମନା କରିଦେଇଥିଲେ। କିନ୍ତୁ ଜବାହାର ଲାଲ ନେହରୁ ଓ ସରଦାର ବଲ୍ଲଭ ଭାଇ ପଟେଲଙ୍କ ଅନେକ ବୁଝାସୁଝା ପରେ ଗାନ୍ଧୀଜୀଙ୍କ ମନ ପରିବର୍ତ୍ତନ ହୋଇଥିଲା। ନେହରୁ ଓ ପଟେଲ କହିଥିଲେ ଯେ, ଏକି ଚକ ବିକାଶ ଓ ଅଗ୍ରଗତିକୁ ଦର୍ଶାଉଛି।
Also Read: ତ୍ରିରଙ୍ଗାକୁ ସଲାମ ଜଣାଇଲା ସ୍ୱଦେଶୀ କୌଶଳରେ ନିର୍ମିତ ତୋପ
ଭାରତ ସ୍ୱାଧୀନ ହେବାର ୮ ମାସ ପୂର୍ବେ ତ୍ରିରଙ୍ଗା ଉଡାଇବାକୁ ବାପୁ ମନା କରିଦେଇଥିଲେ। ୧୯୪୭ ମସିହା ଜାନୁଆରୀ ୨୬ରେ 'ପୂର୍ଣ୍ଣ ସ୍ୱରାଜ' ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ ତ୍ରିରଙ୍ଗା ପତାକା ଉତ୍ତୋଳନ କରିବାକୁ ମହାତ୍ମା ଗାନ୍ଧୀ ମନା କରିଥିଲେ। ଏହାର ୧୨ ମାସ ପରେ ବାପୁଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା।